Advertisment

‘କା’ର ସ୍ୱତନ୍ତ୍ର ସ୍କ୍ରିନିଂ

ଭୁବନେଶ୍ୱର: ୧୯୬୬ ମସିହାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓଡିଆ ଚଳଚିତ୍ର “କା”ର ସ୍ୱତନ୍ତ୍ର ସ୍କ୍ରିନିଂ ଗୁରୁବାର ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଫିଲ୍ମ ଜର୍ଣାଲିଷ୍ଟସ ଫୋରମର ନବମ ସ୍ମୃତିଛାୟା କାର୍ଯ୍ୟକ୍ରମ ଅବସରରେ ଏହାର ସ୍କ୍ରିନିଂ କରାଯାଇଥିଲା। ସ୍ୱର୍ଗତ ଗୌର ଘୋଷ ଓ ପାର୍ବତୀ ଘୋଷ ‘କା’ର ନିର୍ଦେଶନା ଦେଇଥିବା ବେଳେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ଏହି ଚଳଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଭୁବନେଶ୍ୱର ଜୟଦେବ ଭବନରେ ଫିଲ୍ମର ସ୍କ୍ରିନିଂ ଅବସରରେ […]

‘କା’ର ସ୍ୱତନ୍ତ୍ର ସ୍କ୍ରିନିଂ

kaa

Advertisment

ଭୁବନେଶ୍ୱର: ୧୯୬୬ ମସିହାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓଡିଆ ଚଳଚିତ୍ର "କା"ର ସ୍ୱତନ୍ତ୍ର ସ୍କ୍ରିନିଂ ଗୁରୁବାର ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଫିଲ୍ମ ଜର୍ଣାଲିଷ୍ଟସ ଫୋରମର ନବମ ସ୍ମୃତିଛାୟା କାର୍ଯ୍ୟକ୍ରମ ଅବସରରେ ଏହାର ସ୍କ୍ରିନିଂ କରାଯାଇଥିଲା। ସ୍ୱର୍ଗତ ଗୌର ଘୋଷ ଓ ପାର୍ବତୀ ଘୋଷ ‘କା’ର ନିର୍ଦେଶନା ଦେଇଥିବା ବେଳେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ଏହି ଚଳଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଭୁବନେଶ୍ୱର ଜୟଦେବ ଭବନରେ ଫିଲ୍ମର ସ୍କ୍ରିନିଂ ଅବସରରେ ଏହା ସହିତ ଜଡ଼ିତ ଥିବା ପାର୍ବତୀ ଘୋଷ, ପ୍ରଣବ ପଟ୍ଟନାୟକ, ସ୍ୱରୁପ ନାୟକ, ସାରଦା ପ୍ରସାଦ ନାୟକ ପ୍ରମୁଖଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସଚିବ ମନୋରଂଜନ ପାଣିଗ୍ରାହୀ, ଆରବିଆଇର ରିଜିଓନାଲ ଡାଇରେକଟର ପି କେ ଜେନା ଓ ସାଂସଦ ପ୍ରସନ୍ନ କୁମାର ପାଟଶାଣୀ ଯୋଗ ଦେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe