ଜାଣନ୍ତୁ ଆଲିଆଙ୍କ ଜନ୍ମଦିନରେ କରନ୍‌ ଜୋହର କ’ଣ ଦେଲେ ଗିଫ୍ଟ

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଆଲିଆ ଭଟ୍ଟ। ଆଜି ତାଙ୍କର ୨୫ତମ ଜନ୍ମଦିନ। ଏହି ଅବସରରେ ତାଙ୍କ ପାଇଁ ବଲିଉଡ୍‌ର କଳାକାରମାନଙ୍କଠୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଛି। କରନ୍‌ ଜୋହର ସେଥିରୁ ବାଦ୍‌ ପଡିବେ ବା କେମିତି। ସେ ଆଲିଆଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଜନ୍ମଦିନର ଉପହାର ମଧ୍ୟ ଦେଇଛନ୍ତି। ଟ୍ୱିଟରରେ ସେ ଆଲିଆଙ୍କ ଆଗାମୀ ଫିଲ୍ମ ‘ରାଜି’ର ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଆଲିଆ ବୁର୍ଖା ପିନ୍ଧିଥିବାର ନଜର ଆସିଛନ୍ତି। ଅନ୍ୟ ଏକ ଫଟୋରେ […]

alia

Rakesh Mallick
  • Published: Thursday, 15 March 2018
  • , Updated: 15 March 2018, 02:50 PM IST

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଆଲିଆ ଭଟ୍ଟ। ଆଜି ତାଙ୍କର ୨୫ତମ ଜନ୍ମଦିନ। ଏହି ଅବସରରେ ତାଙ୍କ ପାଇଁ ବଲିଉଡ୍‌ର କଳାକାରମାନଙ୍କଠୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଛି। କରନ୍‌ ଜୋହର ସେଥିରୁ ବାଦ୍‌ ପଡିବେ ବା କେମିତି। ସେ ଆଲିଆଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଜନ୍ମଦିନର ଉପହାର ମଧ୍ୟ ଦେଇଛନ୍ତି।

ଟ୍ୱିଟରରେ ସେ ଆଲିଆଙ୍କ ଆଗାମୀ ଫିଲ୍ମ ‘ରାଜି’ର ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଆଲିଆ ବୁର୍ଖା ପିନ୍ଧିଥିବାର ନଜର ଆସିଛନ୍ତି। ଅନ୍ୟ ଏକ ଫଟୋରେ ଆଲିଆ କାହାସହ ଝଗଡା କରୁଥିବା ଲାଗୁଛନ୍ତି। କାରଣ ଆଲିଆ ରାଗ ମୁଡ୍‌ରେ ଥିବା ଜଣାପଡୁଛନ୍ତି। ଏବଂ ସାମ୍ନାରେ ଥିବା ବ୍ୟକ୍ତି ଜଣଙ୍କ ତାଙ୍କ ହାତକୁ ଜାବୁଡି ଧରିଛନ୍ତି।

ଆଲିଆ କରନ୍‌ଙ୍କୁ ସବୁବେଳେ ତାଙ୍କ ଗାଇଡ୍‌ କହିଛନ୍ତି। କାରଣ କରନ୍‌ ଜୋହରଙ୍କ ନିର୍ଦ୍ଦେଶିତ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର’ ଫିଲ୍ମ ମାଧ୍ୟମରେ ଆଲିଆ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ତେଣୁ କରନ୍‌ଙ୍କ ସହ ତାଙ୍କର ସମ୍ପର୍କ ଟିକେ ନିଆରା। ଦୁହେଁ ପରସ୍ପରକୁ ଖୁସିକରିବାକୁ ସବୁବେଳେ ଚେଷ୍ଟା କରନ୍ତି। ଆଉ ଆଜି ଆଲିଆଙ୍କ ଜନ୍ମଦିନରେ ତାଙ୍କ ଆଗାମୀ ଫିଲ୍ମ ‘ରାଜି’ର ଫଟୋ ସେୟାର କରି କରନ୍‌ କେବଳ ଆଲିଆଙ୍କୁ ଖୁସି କରିନାହାଁନ୍ତି ତାଙ୍କ ପ୍ରଶଂସକ ମାନଙ୍କୁ ମଧ୍ୟ ଖୁସି କରିଛନ୍ତି।

Related story