ସ୍କୁଲରେ କରଣଙ୍କ ସାଙ୍ଗମାନେ ରଖିଥିଲେ ଏହି ନାଁ, ଏମିତି ଉଡ଼ାଉଥିଲେ ମଜାକ

ମୁମ୍ବାଇ: କରଣ ଜୋହର ଏକାଧାରାରେ ଜଣେ ନିର୍ଦ୍ଦେଶକ, ଅଭିନେତା, ଆଙ୍କର, ଓ ଆର୍‌ ଜେ। ଅନେକ ଘାତ, ପ୍ରତିଘାତ ପରେ ସେ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି। କିନ୍ତୁ ଅନେକ ସମୟରେ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିଛି। ଏମିତି କି ଖୁବ୍ କମ୍‌ ଲୋକ ଜାଣିଥିବେ ତାଙ୍କୁ ସ୍କୁଲରେ ତାଙ୍କ ସାଙ୍ଗମାନେ ‘ପେନି’ କହି ଡାକୁଥିଲେ। ଏହି କଥା କରଣ ନିଜେ ନିଜ ଶୋ’  ‘ଇଣ୍ଡିଆଜ୍‌ ନେକ୍ସଟ୍ ସୁପରଷ୍ଟା’ରେ ଖୁଲାସା କରିଛନ୍ତି। ସେ କହିଛନ୍ତି, ଝିଅମାନଙ୍କ ଭଳି […]

606643-karan-johar-090517-01

Rakesh Mallick
  • Published: Saturday, 17 March 2018
  • , Updated: 17 March 2018, 03:27 PM IST

ମୁମ୍ବାଇ: କରଣ ଜୋହର ଏକାଧାରାରେ ଜଣେ ନିର୍ଦ୍ଦେଶକ, ଅଭିନେତା, ଆଙ୍କର, ଓ ଆର୍‌ ଜେ। ଅନେକ ଘାତ, ପ୍ରତିଘାତ ପରେ ସେ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି। କିନ୍ତୁ ଅନେକ ସମୟରେ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିଛି। ଏମିତି କି ଖୁବ୍ କମ୍‌ ଲୋକ ଜାଣିଥିବେ ତାଙ୍କୁ ସ୍କୁଲରେ ତାଙ୍କ ସାଙ୍ଗମାନେ ‘ପେନି’ କହି ଡାକୁଥିଲେ। ଏହି କଥା କରଣ ନିଜେ ନିଜ ଶୋ’  ‘ଇଣ୍ଡିଆଜ୍‌ ନେକ୍ସଟ୍ ସୁପରଷ୍ଟା’ରେ ଖୁଲାସା କରିଛନ୍ତି। ସେ କହିଛନ୍ତି, ଝିଅମାନଙ୍କ ଭଳି ଚାଲିବା ଓ କହୁଥିବା ପୁଅମାନଙ୍କ କ୍ଷେତ୍ରରେ ‘ପେନି’ ଶବ୍ଦ ବ୍ୟବହାର କରାଯାଏ। ତାଙ୍କୁ ସାଙ୍ଗମାନେ ଏମିତି ଡାକୁଥିବାରୁ ସେ ବହୁତ ବ୍ୟସ୍ତ ହୋଇପଡ଼ୁଥିଲେ ବୋଲି କରଣ କହିଛନ୍ତି।

ଏହି ରିଆଲିଟି ଶୋ’ରେ ହୋଇଥିବା ଏକ ପର୍ଫମାନ୍ସ ତାଙ୍କୁ ପୁରୁଣା କଥା ସବୁ ମନେ ପକାଇ ଦେଇ ଥିଲା। ପର୍ଫମାନ୍ସରେ ଏମିତି ଜଣେ ପିଲାକୁ ଦେଖାଯାଇଥିଲା ଯିଏ କି ଝିଅମାନଙ୍କ ପରି ଚାଲୁଥିଲେ ଓ କଥା ହେଉଥିଲେ। ତାଙ୍କୁ ଦେଖଲା ପରେ କରଣ ନିଜ ପିଲାବେଳର ଅନେକ କଥା କହିଥିଲେ।  କରଣଙ୍କୁ ଝିଅମାନଙ୍କ ଗୀତରେ  ନାଚିବାକୁ ଖୁବ୍‌ ଭଲ ଲାଗୁଥିଲା। ସେଥିପାଇଁ ବି ତାଙ୍କୁ ତାଙ୍କ ସାଙ୍ଗମାନେ ଚିଡ଼ାଉଥିଲେ।

ଏ ସବୁରେ ବିବ୍ରତ ହୋଇ ସେ ଶେଷରେ ଏମିତି ଜଣେ ଶିକ୍ଷକଙ୍କ ପାଖକୁ ଯାଇଥିଲେ ଯିଏ ପିଲାଙ୍କ  କଥା କହିବାଶୈଳୀ  ହାବଭାବକୁ ବଦଳେଇବାରେ ସାହାଯ୍ୟ କରୁଥିଲେ। ସେହି ଶିକ୍ଷକ ତାଙ୍କୁ ସାହସ ଦେଲେ ତାଙ୍କ କଥା ଏବଂ ହାବ ଭାବକୁ ବଦଳାଇ ଦେଇଥିଲେ।

Related story