ଆସୁଛି କରୀନାଙ୍କ 'ପ୍ରେଗନାନ୍ସି ବାଇବଲ୍'

ମୁମ୍ବାଇ: କରୀନା କପୁର ଖାନ୍ ପୁଣିଥରେ ମା’ ହେବାକୁ ଯାଉଛନ୍ତି। ପ୍ରଥମ ସନ୍ତାନ ତୈମୁରର ଚତୁର୍ଥ ଜନ୍ମଦିନ ଅବସରରେ କରୀନା ନିଜର ଆଗାମୀ ପୁସ୍ତକ ସମ୍ବନ୍ଧରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ପ୍ରେଗନାନ୍ସିକୁ ନେଇ ଲୋକେ କରୀନାଙ୍କୁ ପ୍ରଶ୍ନ ପଚାରନ୍ତି। ଏହାକୁ ଆଖି ଆଗରେ କରୀନା ପ୍ରେଗନାନ୍ସି ସମ୍ବନ୍ଧିତ ସମସ୍ତ ପ୍ରଶ୍ନ ଓ ଜବାବ ସହ ନିଜର ଏକ ପୁସ୍ତକ ଲେଖିଛନ୍ତି। ଏହି ପୁସ୍ତକ ସମ୍ବନ୍ଧରେ କରୀନା ସୋଶାଲ୍ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।   View this […]

kareena-11

Ranjit Kumar Jena
  • Published: Sunday, 20 December 2020
  • , Updated: 20 December 2020, 10:02 PM IST

ମୁମ୍ବାଇ: କରୀନା କପୁର ଖାନ୍ ପୁଣିଥରେ ମା' ହେବାକୁ ଯାଉଛନ୍ତି। ପ୍ରଥମ ସନ୍ତାନ ତୈମୁରର ଚତୁର୍ଥ ଜନ୍ମଦିନ ଅବସରରେ କରୀନା ନିଜର ଆଗାମୀ ପୁସ୍ତକ ସମ୍ବନ୍ଧରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ପ୍ରେଗନାନ୍ସିକୁ ନେଇ ଲୋକେ କରୀନାଙ୍କୁ ପ୍ରଶ୍ନ ପଚାରନ୍ତି। ଏହାକୁ ଆଖି ଆଗରେ କରୀନା ପ୍ରେଗନାନ୍ସି ସମ୍ବନ୍ଧିତ ସମସ୍ତ ପ୍ରଶ୍ନ ଓ ଜବାବ ସହ ନିଜର ଏକ ପୁସ୍ତକ ଲେଖିଛନ୍ତି। ଏହି ପୁସ୍ତକ ସମ୍ବନ୍ଧରେ କରୀନା ସୋଶାଲ୍ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।

 

View this post on Instagram

 

A post shared by Kareena Kapoor Khan (@kareenakapoorkhan)

କରୀନା ପୁସ୍ତକର କଭର୍ ଶେଆର୍ କରିଛନ୍ତି। ଏହାସହ କ୍ୟାପସନରେ ଲେଖିଛନ୍ତି, ଆଜିର ଦିନ ପୁସ୍ତକର ଘୋଷଣା କରିବା ପାଇଁ ସଠିକ୍ ସମୟ। ଏହି ପୁସ୍ତକ ସମସ୍ତ ମା'ମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହି ପୁସ୍ତକରେ ମା' ହେବା ସମୟର ଅନୁଭୂତି ଏବଂ ଖୁବଶୀଘ୍ର ଏହି ପୁସ୍ତକ ସମସ୍ତଙ୍କ ପାଖରେ ପହଞ୍ଚିବ ବୋଲି କରୀନା କହିଛନ୍ତି।

କରୀନାଙ୍କର ଏହି ପ୍ରେଗନାନ୍ସ ପୁସ୍ତକର ନାଁ ହେଉଛି 'କରୀନା କପୁର୍ ଖାନ୍ସ ପ୍ରେଗନାନ୍ସି ବାଇବଲ୍'। ଜଗରନଟ୍ ବୁକ୍ସ ପକ୍ଷରୁ ଏହି ପୁସ୍ତକଟି ୨୦୨୧ରେ ପ୍ରକାଶିତ ହେବ। ଏହି ପୁସ୍ତକର ସୂଚନା ଦେବା ସହ କରୀନା ପୁସ୍ତକର ଫ୍ରଣ୍ଟ କଭର୍ ମଧ୍ୟ ପ୍ରଶଂସକଙ୍କ ସହ ଶେଆର୍ କରିଛନ୍ତି। କରୀନାଙ୍କ ଏହି ପ୍ରୟାସକୁ ଲୋକେ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି।

Related story