ଯେବେ ପୁରୁଣା ପ୍ରେମୀ ଯୋଡି ପରସ୍ପର ଭେଟ ହେଲେ…

ମୁମ୍ବାଇ: ବହୁ ସମୟରେ ଲୋକଙ୍କୁ ଭୁଲି ଯିବାକୁ ଚାହୁଁଥିବା ଅତୀତକୁ ହଟାତ୍‌ ସାମ୍ନା କରିବାକୁ ପଡ଼ିଥାଏ। ଏପରି ସ୍ଥିତିରେ କ’ଣ କରିବେ, କ’ଣ ନକରିବ କିଛି ବୁଝି ପାରି ନଥାନ୍ତି। ଏପରି କିଛି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ବଲିଉଡର ଦୁଇ ପ୍ରତିଷ୍ଠିତ ଓ ଚର୍ଚ୍ଚିତ ଚେହେରା। ଆମେ କହୁଛୁ ଦିନେ ବଲିଡଡ଼ରେ ଲଭ୍‌ ବାର୍ଡ ଭାବେ ପରରିଚିତ ଥିବା କରୀନା ଏବଂ ସାହିଦଙ୍କ ବିଷୟରେ। ଆସନ୍ତୁ ଜାଣିବା ଘଟଣାଟି କ’ଣ ?

ସାହିଦଙ୍କ ସହ ବ୍ରେକ୍‌ଅପ୍‌ ପରେ କରୀନା ସୈଫ୍‌ଙ୍କ ପ୍ରେମରେ ପଡ଼ିଥିଲେ। ବିବାହ ପରେ କରୀନା ଏବେ ନିଜ ବ୍ୟକ୍ତିଗତ ଜୀବନ ଓ ପରିବାର ସହ ବେଶ୍‌ ଖୁସିରେ ଅଛନ୍ତି। ନିକଟରେ ହୋଇଥିବା ଏକ ଇଭେଣ୍ଟ୍‌ ଶୋ’ରେ ପୁରୁଣା ପ୍ରେମୀ ଯୋଡି ସାହିଦ୍‌ ଓ କରୀନାଙ୍କ ମଧ୍ୟରେ ଭେଟ ହୋଇଯାଇଥିଲା।

ଶୋ’ର ଶେଷରେ ଏକ ସ୍ପେଶାଲ୍‌ ଫଟୋ ସୁଟ୍‌ କରାଯାଇଥିଲା। ଏହି ସୁଟ୍‌ରେ କରୀନା ସାହିଦ୍‌ଙ୍କୁ ଅଣଦେଖା କରିପାରି ନଥିଲେ। ଉଭୟେ ଏକାଠି ହୋଇ ଖୁବ୍‌ ଭଲରେ କଥା ହେବା ସହ ଫଟୋ ଉଠାଇ ଥିଲେ।