କରିଶ୍ମାଙ୍କ ପୂର୍ବତନ ସ୍ୱାମୀଙ୍କ ବିବାହକୁ ପୂରିଲା ବର୍ଷେ: ଜାଣନ୍ତୁ କ'ଣ ପୋଷ୍ଟ କଲେ ତାଙ୍କ ସ୍ତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରିଶ୍ମା କପୁର ଏବଂ ସଞ୍ଜୟ କପୁରଙ୍କ ଛାଡପତ୍ର ହୋଇଥିଲା୨୦୧୬ ମସିହାରେ। ଏହାପରେ କରିଶ୍ମାଙ୍କ ସ୍ୱାମୀ ସଞ୍ଜୟ ୨୦୧୭ରେ ପ୍ରିୟା ସଚଦେବଙ୍କୁ ବିବାହ କରିଥିଲେ। ତେବେ ଗତ ଗୁରୁବାର ଅର୍ଥାତ ୧୨ ଏପ୍ରିଲ୍‌ ଦିନ ଦୁହେଁ ତାଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ପ୍ରିୟା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ସଞ୍ଜୟଙ୍କ ପାଇଁ ଏକ ସୁନ୍ଦର ପୋଷ୍ଟ ସେୟାର କରିଛନ୍ତି। ପ୍ରିୟା ଲେଖିଛନ୍ତି ‘Happy Anniversary my Darling Husband…Love you from […]

sanjay-kapur-karisma-kapoor-priya-sachdev-759

Rakesh Mallick
  • Published: Saturday, 14 April 2018
  • , Updated: 14 April 2018, 11:11 AM IST

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରିଶ୍ମା କପୁର ଏବଂ ସଞ୍ଜୟ କପୁରଙ୍କ ଛାଡପତ୍ର ହୋଇଥିଲା୨୦୧୬ ମସିହାରେ। ଏହାପରେ କରିଶ୍ମାଙ୍କ ସ୍ୱାମୀ ସଞ୍ଜୟ ୨୦୧୭ରେ ପ୍ରିୟା ସଚଦେବଙ୍କୁ ବିବାହ କରିଥିଲେ। ତେବେ ଗତ ଗୁରୁବାର ଅର୍ଥାତ ୧୨ ଏପ୍ରିଲ୍‌ ଦିନ ଦୁହେଁ ତାଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ପ୍ରିୟା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ସଞ୍ଜୟଙ୍କ ପାଇଁ ଏକ ସୁନ୍ଦର ପୋଷ୍ଟ ସେୟାର କରିଛନ୍ତି।

ପ୍ରିୟା ଲେଖିଛନ୍ତି 'Happy Anniversary my Darling Husband...Love you from the Sun and Back, Infinite Times! You Complete Me in every way possible...Thank you for your unconditional love. This last One year has been beautiful and always a roller coaster with you...looking forward to a lifetime of more beautiful years of married life with you, my Handsome Husband!'

ଏଥିରୁ ଜଣା ପଡୁଛି ପ୍ରିୟା ତାଙ୍କ ବୌବାହିକ ଜୀବନରେ ବେସ୍‌ ଖୁସି ଅଛନ୍ତି ଏବଂ ଆଗକୁ ସ୍ୱାମୀ ସଞ୍ଜୟଙ୍କ ସହ ଏକ ଲମ୍ବା ଜୀବନ ବିତାଇବାକୁ ଚାହୁଁଛନ୍ତି।

ପ୍ରିୟା ଜଣେ ମଡେଲ୍‌। ବଲିଉଡ୍‌ ବାଦ୍‌ସାହା ଅମିତାଭ ବଚ୍ଚନଙ୍କ ସହ ବିଜ୍ଞାପନ ସୁଟିଂ କରିଛନ୍ତି ସେ। ଏଥି ସହ ତନିଷା ମୁଖାର୍ଜୀ ଏବଂ ଉଦୟ ଚୋପ୍ରାଙ୍କ ଫିଲ୍ମ 'ନିଲ୍‌ ଆଣ୍ଡ ନିକ୍କି'ରେ ମଧ୍ୟ ସେ କାମ କରିଛନ୍ତି। ଲଣ୍ଡନ ସ୍କୁଲ ଅଫ୍‌ ଇକୋନମିକ୍ସସର ଛାତ୍ରୀ ହେଉଛନ୍ତି ପ୍ରିୟା।

ସଞ୍ଜୟ ଏବଂ କରିଶ୍ମାଙ୍କ ମଧ୍ୟରେ ଥିବା ସମସ୍ତ ସମସ୍ୟା ବିଷୟରେ ଅବଗତ ଥିଲେ ପ୍ରିୟା। ସେପଟେ ପ୍ରିୟାଙ୍କୁ ନେଇ ପୂର୍ବରୁ କରିଶ୍ମା କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ସହ ଛାଡପତ୍ର ପୂର୍ବରୁ ପ୍ରିୟା ସଞ୍ଜୟଙ୍କ ଘରେ ରହୁଥିଲେ।

Related story