ସାମ୍ବାଦିକ ହେବେ କାର୍ତ୍ତିକ ଆର୍ଯ୍ୟାନ୍

ମୁମ୍ବାଇ: ରୋମୋଣ୍ଟିକ ହିରୋରୁ ସାମ୍ବାଦିକ। ଅନୁସନ୍ଧାନ କରିବେ ଲଭର ବୟ କାର୍ତ୍ତିକ ଆର୍ଯ୍ୟାନ୍। ନିର୍ଦ୍ଦେଶକ ରାମ ମାଘୱାନୀଙ୍କ ଅପକମିଂ ଫିଲ୍ମରେ ଇନଭେଷ୍ଟିଗେଟ ରିପୋର୍ଟର ଭୂମିକାରେ ନଜର ଆସିବେ କାର୍ତ୍ତିକ । ଆସନ୍ତା ମାସରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ। ମିଡିଆ ରିପୋର୍ଟ ମୁତାବକ ଏହି ଫିଲ୍ମର କାହାଣୀ ଏକ ମିଡିଆ ଅଫିସ ଉପରେ ଆଧାରିତ ହେବ। ଯେଉଁଥିରେ କାର୍ତ୍ତିକ ଆର୍ଯ୍ୟାନ୍ ଜଣେ ରିପୋର୍ଟର ଭୂମିକାରେ ନଜର ଆସିବେ। କମେଡି ଏବଂ ଲଭର ବୟରୁ ସେ ଏବେ […]

kartik aaryan

Subhransu Sekhar
  • Published: Tuesday, 17 November 2020
  • , Updated: 17 November 2020, 12:30 PM IST

ମୁମ୍ବାଇ: ରୋମୋଣ୍ଟିକ ହିରୋରୁ ସାମ୍ବାଦିକ। ଅନୁସନ୍ଧାନ କରିବେ ଲଭର ବୟ କାର୍ତ୍ତିକ ଆର୍ଯ୍ୟାନ୍। ନିର୍ଦ୍ଦେଶକ ରାମ ମାଘୱାନୀଙ୍କ ଅପକମିଂ ଫିଲ୍ମରେ ଇନଭେଷ୍ଟିଗେଟ ରିପୋର୍ଟର ଭୂମିକାରେ ନଜର ଆସିବେ କାର୍ତ୍ତିକ । ଆସନ୍ତା ମାସରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ।

ମିଡିଆ ରିପୋର୍ଟ ମୁତାବକ ଏହି ଫିଲ୍ମର କାହାଣୀ ଏକ ମିଡିଆ ଅଫିସ ଉପରେ ଆଧାରିତ ହେବ। ଯେଉଁଥିରେ କାର୍ତ୍ତିକ ଆର୍ଯ୍ୟାନ୍ ଜଣେ ରିପୋର୍ଟର ଭୂମିକାରେ ନଜର ଆସିବେ। କମେଡି ଏବଂ ଲଭର ବୟରୁ ସେ ଏବେ ଆକ୍ସନ ମୁଡକୁ ଆସିଛନ୍ତି। ଏହି ଫିଲ୍ମ ଜରିଆରେ କିଛି ଅଲଗା କରିବା ପାଇଁ ଚେଷ୍ଟା କରୁଛନ୍ତି କାର୍ତ୍ତିକ ଆର୍ଯ୍ୟାନ୍। ଲକଡାଉନ ବେଳେ କାର୍ତ୍ତିକ ନିଜର କେତେକ ସାମ୍ବାଦିକ ବନ୍ଧୁଙ୍କ ସହ ଦେଖାସାକ୍ଷାତ କରିଥିଲେ ଏବଂ ଏହି ଫିଲ୍ମରେ ନିଜ ଭୂମିକାକୁ ନେଇ ସେ ଅନେକ ଗୁଡିଏ ଏକ୍ସପେରିମେଣ୍ଟ ମଧ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ ୨୦୧୯ରେ ନିର୍ଦ୍ଦେଶକ ଇମତିଆଜ ଅଲ୍ଲିଙ୍କ ଫିଲ୍ମ ’ଲଭ ଆଜ କଲ’ ରେ କାର୍ତ୍ତିକ ଆର୍ଯ୍ୟାନ୍ କିଛି ଭିନ୍ନ ଧରଣର କରିବା ପାଇଁ  ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳେ ଦର୍ଶକଙ୍କୁ ତାଙ୍କ ଅଭିନୟ ସେତେଟା ପସନ୍ଦ ଆସିନଥିଲା। ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରିପାରିନଥିଲା।

Related story