“ବାର-ବାର ଦେଖୋ”ର ସଫଳତା ପାଇଁ ଫତେପୁର ସିକ୍ରୀରେ କଟ୍ରିନା

ମୁମ୍ୱାଇ: ରିଲିଜ୍‌ ପୂର୍ବରୁ ଫିଲ୍ମର ସଫଳ କାମନା ପାଇଁ ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀମାନେ ମଥୁରାର ବାଙ୍କେବିହାରୀ ମନ୍ଦିର କିମ୍ୱା ଫତେପୁର ସିକ୍ରୀର ମକୱା ଯାଇଥାନ୍ତି।

“ବାର-ବାର ଦେଖୋ”ର ସଫଳତା ପାଇଁ ଅଭିନେତ୍ରୀ କଟ୍ରିନା କୈଫ୍‌ ଫତେପୁର ସିକ୍ରୀର ମକୱାରେ ପହଞ୍ଚି ପ୍ରାର୍ଥନା କରିବା ସହିତ ଧାଗା ବାନ୍ଧିଛନ୍ତି। କଟ୍ରିନା ତାଙ୍କର ସବୁ ଫିଲ୍ମ ରିଲିଜ୍‌ ପୂର୍ବରୁ ଏଠାକୁ ଆସନ୍ତି ବୋଲି ଜଣାପଡ଼ିଛି।

ଗତ ୧୩ ତାରିଖରେ “ବାର-ବାର ଦେଖୋ” ଫିଲ୍ମ ରିଲିଜ୍‌ ହୋଇଛି। କଟ୍ରିନା ସକାଳ ୬ଟା ବେଳେ ମକୱାରେ ପହଞ୍ଚିଥିଲେ। ଦୀର୍ଘ ୪୫ ମିନିଟ୍‌ ଧରି ସେଠାରେ ପ୍ରାର୍ଥନା କରିଥିଲେ।