ସୁପରହିଟ୍‌ ଗୀତ ‘ଟିପ୍‌ ଟିପ୍‌ ବରଷା ପାନି’ର ହେବ ରିମେକ, ଏଥର ଅକ୍ଷୟଙ୍କ ସହ ତାଳ ଦେବେ ଏହି ଅଭିନେତ୍ରୀ

ମୁମ୍ବାଇ:  ବହୁ ଦିନର ବ୍ୟବଧାନ ପରେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ ଏବେ ‘ସୂର୍ଯ୍ୟବଂଶୀ’ ଫିଲ୍ମରେ ଏକାଠି ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମରେ ଅକ୍ଷୟ ଓ ରବିନାଙ୍କ ସୁପରହିଟ ଫିଲ୍ମ ମୋହରାର ସୁପରହିଟ ଗୀତ ଟିପ୍‌ ଟିପ୍‌ ବରଷା ପାନିର ରିମେକ ରହିଛି। ଏଥର ଅକ୍ଷୟଙ୍କ ସହ ତାଳ ଦେଇ ବର୍ଷାରେ ନାଚିବେ କ୍ୟାଟ୍ରିନା। ଏହି ଗୀତ ଶୁଟିଂ ବେଳର ଏକ ଫଟୋ କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି।  […]

suryabansi-3..

Niharika Rout
  • Published: Wednesday, 26 June 2019
  • , Updated: 26 June 2019, 01:16 PM IST

ମୁମ୍ବାଇ:  ବହୁ ଦିନର ବ୍ୟବଧାନ ପରେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ ଏବେ ‘ସୂର୍ଯ୍ୟବଂଶୀ’ ଫିଲ୍ମରେ ଏକାଠି ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମରେ ଅକ୍ଷୟ ଓ ରବିନାଙ୍କ ସୁପରହିଟ ଫିଲ୍ମ ମୋହରାର ସୁପରହିଟ ଗୀତ ଟିପ୍‌ ଟିପ୍‌ ବରଷା ପାନିର ରିମେକ ରହିଛି। ଏଥର ଅକ୍ଷୟଙ୍କ ସହ ତାଳ ଦେଇ ବର୍ଷାରେ ନାଚିବେ କ୍ୟାଟ୍ରିନା।

ଏହି ଗୀତ ଶୁଟିଂ ବେଳର ଏକ ଫଟୋ କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି।  ଏହି ଫଟୋରେ ଉଭୟ ଅକ୍ଷୟ ଓ କ୍ୟାଟ୍ରିନା ନିଜ ମୁଣ୍ଡରେ ତଉଲିଆ ଗୁଡାଇ ହୋଇଛନ୍ତି। ଏହାକୁ ନିଜ ଆକାଉଣ୍ଟରେ ଶେଆର କରି କ୍ୟାଟ୍ରିନା ଲେଖିଛନ୍ତି ‘ସିଙ୍ଗିଗ ଇନ ଦ ରେନ’।

https://www.instagram.com/p/BzIIXsiBfSX/?utm_source=ig_web_copy_link

ଖିଲାଡିଙ୍କ ସହ କ୍ୟାଟ୍ରିନାଙ୍କ କେମେଷ୍ଟ୍ରି ପୂର୍ବରୁ ବି ଜବରଦସ୍ତ ରହି ସାରିଛି। ଦେଖିବାକୁ ବାକି ରହିଲା ଉଭୟଙ୍କର ଏହି ଗୀତ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି। କାରଣ  ପୁରୁଣା ‘ଟିପ୍‌ ଟିପ୍‌ ବରଷା ପାନି’ ଗୀତ ଏବେ ବି ଦର୍ଶକଙ୍କ ହୃହଦରେ ବସି ରହିଛି।  ଅକ୍ଷୟ ଓ ରବିନାଙ୍କ ପୁରୁଣା ଗୀତର ଏହା ମୁକାବିଲା କରି ପାରୁଛି ନା ନାହିଁ ତାହା ସମୟ କହିବ।

ଅକ୍ଷୟ ଓ କ୍ୟାଟ୍ରିନା ଅଭିନୀତ ‘ସୂର୍ଯ୍ୟବଂଶୀ’ ଫିଲ୍ମକୁ ରୋହିତ ସେଟ୍ଟି ନିର୍ଦ୍ଦେଶନା ଦେଉଥିବା ବେଳେ ଏହା ଧର୍ମା ପ୍ରଡକସନରେ ନିର୍ମିତ ହେଉଛି। ଏହି ଫିଲ୍ମ ୨୦୨୦ ମସିହା ମାର୍ଚ୍ଚ ୨୭ ତାରିଖ ସୁଦ୍ଧା ସିନେମା ଘରେ ପହଞ୍ଚି ଯିବ ବୋଲି ଆଶା କରାଯାଉଛି। ଏଥିରେ ଅକ୍ଷୟ କୁମାର ଜଣେ ପୁଲିସ ଅଫିସର ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମରେ ତାଙ୍କ ଲୁକ୍‌ର ବହୁ ଫଟୋ ଭାଇରାଲ ହୋଇ ସାରିଥିବା ବେଳେ ଦର୍ଶକ ମଧ୍ୟ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି।

Related story