ଗଣେଶ ଶୁଣିଲେ କ୍ୟାଟ୍ରିନାଙ୍କ ପ୍ରାର୍ଥନା: ସଲମାନଙ୍କୁ ମିଳିଗଲା ଜାମିନ୍

ମୁମ୍ବାଇ: ଭାଇଜାନଙ୍କୁ ମିଳିଲା ଆଶ୍ୱସ୍ତି। ଦୁଇଦିନ ଜେଲରେ ରାତି କାଟିବା ପରେ ସଲମାନଙ୍କୁ ଜାମିନ୍‌ ମିଳିଯାଇଛି। ୨୫ ହଜାର ଟଙ୍କା ମୂଲ୍ୟର ୨ଟି ବେଲ୍‌ବଣ୍ଡରେ ତାଙ୍କୁ ଜାମିନ ଦିଆଯାଇଛି। ସନ୍ଧ୍ୟା ସୁଦ୍ଧା ସେ ଜେଲ୍‌ରୁ ବାହାରିପାରନ୍ତି। ସାରା ଦେଶରେ ଭରି ରହିଥିବା ସଲମାନଙ୍କ ଫ୍ୟାନମାନେ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ। ବିଭିନ୍ନ ମନ୍ଦିର, ମସଜିଦ୍ ଓ ଗିର୍ଜାରେ ଦେଖିବାକୁ ମିଳିଥିଲା ସଲମାନଙ୍କ ଫ୍ୟାନମାନଙ୍କ ଭିଡ଼। ଏଥିରୁ ବାଦ ପଡ଼ିନାହାଁନ୍ତି, ବଲିଉଡ ସୁନ୍ଦରୀ କ୍ୟଟରୀନା କୈଫ୍। ମମ୍ବାଇର ଗଣେଶ […]

kattttttt

kattttttt

Rakesh Mallick
  • Published: Saturday, 07 April 2018
  • Updated: 07 April 2018, 04:14 PM IST

Sports

Latest News

ମୁମ୍ବାଇ: ଭାଇଜାନଙ୍କୁ ମିଳିଲା ଆଶ୍ୱସ୍ତି। ଦୁଇଦିନ ଜେଲରେ ରାତି କାଟିବା ପରେ ସଲମାନଙ୍କୁ ଜାମିନ୍‌ ମିଳିଯାଇଛି। ୨୫ ହଜାର ଟଙ୍କା ମୂଲ୍ୟର ୨ଟି ବେଲ୍‌ବଣ୍ଡରେ ତାଙ୍କୁ ଜାମିନ ଦିଆଯାଇଛି। ସନ୍ଧ୍ୟା ସୁଦ୍ଧା ସେ ଜେଲ୍‌ରୁ ବାହାରିପାରନ୍ତି।

ସାରା ଦେଶରେ ଭରି ରହିଥିବା ସଲମାନଙ୍କ ଫ୍ୟାନମାନେ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ। ବିଭିନ୍ନ ମନ୍ଦିର, ମସଜିଦ୍ ଓ ଗିର୍ଜାରେ ଦେଖିବାକୁ ମିଳିଥିଲା ସଲମାନଙ୍କ ଫ୍ୟାନମାନଙ୍କ ଭିଡ଼। ଏଥିରୁ ବାଦ ପଡ଼ିନାହାଁନ୍ତି, ବଲିଉଡ ସୁନ୍ଦରୀ କ୍ୟଟରୀନା କୈଫ୍। ମମ୍ବାଇର ଗଣେଶ ମନ୍ଦିରରେ ସଲମାନଙ୍କ ଭଉଣୀ ଅର୍ପିତାଙ୍କ ସହ କ୍ୟାଟ୍ରିନା ମଧ୍ୟ ପହଞ୍ଚିଥିଲେ ସଲ୍ଲୁ ମିଆଁଙ୍କ ପାଇଁ ପ୍ରାର୍ଥନା କରିବାକୁ। ତେବେ ଏହା କହିବା ଅତ୍ୟୁକ୍ତି ହେବନାହିଁ ଯେ ଭାଇଜାନଙ୍କୁ ମିଳିଥିବା ବେଲ, ସାରା ଦେଶବାସୀ ଓ କ୍ୟାଟ୍ରୀନାଙ୍କ ପ୍ରାର୍ଥନାର କମାଲ୍।

କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଲମାନଙ୍କୁ ଗୁରୁବାର ଯୋଧପୁର ଜିଲ୍ଲା ଓ ସେସନ୍ସ କୋର୍ଟ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ସେହିଦିନ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ କୋର୍ଟ ମନା କରି ଦେବାରୁ ତାଙ୍କୁ ସେଠାରୁ ସିଧା ଯୋଧପୁର ସେଣ୍ଟ୍ରାଲ୍ ଜେଲ୍‌କୁ ପଠାଇ ଦିଆଯାଇଥିଲା। ଗତକାଲି ବି ତାଙ୍କ ଜାମିନ ଆବେଦନ ଉପରେ କୋର୍ଟ ରାୟ ଦେଇ ନଥିଲେ। ଆଜି ସକାଳେ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବା ପରେ କୋର୍ଟ ଅପରାହ୍ନରେ ରାୟ ଶୁଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos