ମାସକୁ ୧୫୦୦ ଟଙ୍କା ରୋଜଗାର କରୁଥିବା ମହିଳା ହେଲେ କୋଟିପତି !

ମୁମ୍ୱାଇ: ବିହାରର ସନୋଜ ରାଜ୍‌ ‘କୌନ ବନେଗା କରୋଡପତି ୧୧’ର ପ୍ରଥମ କୋଟିପତି ହୋଇଛନ୍ତି। ୧ କୋଟି ଟଙ୍କା ଜିତିବା ପରେ ସେ ଏହାକୁ ତାଙ୍କ ବାପାଙ୍କୁ ସମର୍ପିତ କରିଥିଲେ। ଆଉ ଏବେ ଶୋ’ର ଏକ ନୂଆ ପ୍ରୋମୋ ଦେଖିବାକୁ ମିଳିଛି। ଏଥିରେ ଏହି ସିଜିନ୍‌ର ଦ୍ୱିତୀୟ କୋଟିପତିଙ୍କର ଝଲକ୍‌ ଦେଖିବାକୁ ମିଳିଛି। ୧ କୋଟି ପୁରସ୍କାର ରାଶି ଜିତିଥିବା ଏହି ପ୍ରତିଯୋଗୀ ଜଣଙ୍କ ହେଉଛନ୍ତି ବବିତା ତାଡ଼େ। ବବିତା ମହାରାଷ୍ଟ୍ରର ଅମରାବତୀର ବାସିନ୍ଦା। ସେ ଛୋଟ […]

kkkk

Puspanjali Panda
  • Published: Tuesday, 17 September 2019
  • , Updated: 17 September 2019, 11:22 AM IST

ମୁମ୍ୱାଇ: ବିହାରର ସନୋଜ ରାଜ୍‌ ‘କୌନ ବନେଗା କରୋଡପତି ୧୧’ର ପ୍ରଥମ କୋଟିପତି ହୋଇଛନ୍ତି। ୧ କୋଟି ଟଙ୍କା ଜିତିବା ପରେ ସେ ଏହାକୁ ତାଙ୍କ ବାପାଙ୍କୁ ସମର୍ପିତ କରିଥିଲେ। ଆଉ ଏବେ ଶୋ’ର ଏକ ନୂଆ ପ୍ରୋମୋ ଦେଖିବାକୁ ମିଳିଛି। ଏଥିରେ ଏହି ସିଜିନ୍‌ର ଦ୍ୱିତୀୟ କୋଟିପତିଙ୍କର ଝଲକ୍‌ ଦେଖିବାକୁ ମିଳିଛି। ୧ କୋଟି ପୁରସ୍କାର ରାଶି ଜିତିଥିବା ଏହି ପ୍ରତିଯୋଗୀ ଜଣଙ୍କ ହେଉଛନ୍ତି ବବିତା ତାଡ଼େ।

ବବିତା ମହାରାଷ୍ଟ୍ରର ଅମରାବତୀର ବାସିନ୍ଦା। ସେ ଛୋଟ ଛୁଆଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ଖେଚୁଡ଼ି ତିଆରି କରନ୍ତି। ଏହି ଛୋଟ ପ୍ରୋମୋ ଭିଡିଓରେ ଅମିତାଭ ବଚ୍ଚନ ବବିତାଙ୍କୁ ତାଙ୍କ ବେତନ ବିଷୟରେ ପ୍ରଶ୍ନ କରୁଛନ୍ତି। ଆଉ ବବିତା ତାଙ୍କ ଜବାବରେ ମାସକୁ ୧୫୦୦ ଟଙ୍କା ରୋଜଗାର କରନ୍ତି ବୋଲି କହିଛନ୍ତି।

https://www.instagram.com/p/B2Y6GEKlxZ6/?utm_source=ig_web_copy_link

ନିଜ ବେତନକୁ ନେଇ ବବିତା କହିଛନ୍ତି ଯେ ଅଳ୍ପ ପାରିଶ୍ରମିକ ପାଉଥିଲେ ମଧ୍ୟ ଏହାକୁ ନେଇ ସେ ଦୁଃଖିତ ନୁହନ୍ତି। କାରଣ ସେ ଯେଉଁ ଖେଚୁଡ଼ି ତିଆରି କରନ୍ତି, ତାକୁ ପିଲାମାନେ ବହୁତ ପସନ୍ଦ କରନ୍ତି। ଏଥିରୁ ହିଁ ତାଙ୍କୁ ଆନନ୍ଦ ମିଳେ।

ଏହି ଶୋ’ ମାଧ୍ୟମରେ ସେ ପ୍ରମାଣ କରିବାକୁ ଚାହୁଁଛନ୍ତି ଯେ ଖେଚୁଡ଼ି ତିଆରି କରୁଥିବା ମହିଳା ବି କିଛି ବଡ଼ କାମ କରିପାରେ। ପ୍ରୋମୋର ଶେଷ ଭାଗରେ ଶୋ’ର ହୋଷ୍ଟ୍ ଅମିତାଭ ବଚ୍ଚନ ବେଶ୍ ଉତ୍ସାହିତ ହୋଇ ୧ କୋଟି ଟଙ୍କା କହି ଚିତ୍କାର କରୁଛନ୍ତି ଓ ଏହାପରେ ବବିତାଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଛି। ଏହି ଅଧ୍ୟାୟଟି ଆଗାମୀ ସପ୍ତାହରେ ପ୍ରସାରିତ ହେବ।

Related story