ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେଜିଏଫ୍‌ ଫେମ୍‌ ଅଭିନେତା

ବେଙ୍ଗାଲୁରୁ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେଜିଏଫ୍‌ ଫେମ୍‌ ଅଭିନେତା। ବୁଧବାର ବେଙ୍ଗାଲୁରୁରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ବି.ଏସ୍‌ ଅବିନାଶ। ସେ ମର୍ସିଡିଜ୍‌ କାର୍‌ରେ ଯାଉଥିବା ବେଳେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଛି। କିନ୍ତୁ ସୌଭାଗ୍ୟବଶତଃ ସେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କୁ ଅଧିକ କିଛି ଆଘାତ ଲାଗିନି। ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁସାରେ, ଅନିଲ କୁମ୍ବଲେ ଛକ ନିକଟ ଦେଇ ବୁଧବାର ସକାଳ ପ୍ରାୟ ୬ଟାରେ ଅବିନାଶ ଯାଉଥିଲେ। ଏତିକି ବେଳେ […]

avinash and yash

avinash and yash

Madhupriya Mistry
  • Published: Thursday, 30 June 2022
  • Updated: 30 June 2022, 04:00 PM IST

Sports

Latest News

ବେଙ୍ଗାଲୁରୁ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେଜିଏଫ୍‌ ଫେମ୍‌ ଅଭିନେତା। ବୁଧବାର ବେଙ୍ଗାଲୁରୁରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ବି.ଏସ୍‌ ଅବିନାଶ। ସେ ମର୍ସିଡିଜ୍‌ କାର୍‌ରେ ଯାଉଥିବା ବେଳେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଛି। କିନ୍ତୁ ସୌଭାଗ୍ୟବଶତଃ ସେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କୁ ଅଧିକ କିଛି ଆଘାତ ଲାଗିନି।

ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁସାରେ, ଅନିଲ କୁମ୍ବଲେ ଛକ ନିକଟ ଦେଇ ବୁଧବାର ସକାଳ ପ୍ରାୟ ୬ଟାରେ ଅବିନାଶ ଯାଉଥିଲେ। ଏତିକି ବେଳେ ହଠାତ୍‌ ଏକ ଟ୍ରକ୍‌ ତାଙ୍କ କାର୍‌କୁ ଧକ୍କା ଦେଇଥିଲା। ଅବିନାଶ କସରତ କରିବା ପାଇଁ ଜିମ୍‌ ଯାଉଥିଲେ, ଏତିକି ବେଳେ ଏହି ଦୁର୍ଘଟଣା ଘଟିଥିଲା।

veyd prabhas on Twitter: "Kgf fame Andrews aks #Avinashbs posted on his Instagram #SALAAR #PRABHAS🔥🔥🔥 https://t.co/BW032n5eZf" / Twitter

ସେଠାରେ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିନେତାଙ୍କ ଦୁର୍ଘଟଣା ଖବର ଶୁଣିବା ପରେ ତାଙ୍କର ସମସ୍ତେ ପ୍ରଶଂସକମାନେ ଅଭିନେତାଙ୍କୁ ନେଇ ଚିନ୍ତିତ ହୋଇପଡି ଥିଲେ। ହେଲେ,ବର୍ତ୍ତମାନ ଅଭିନେତା ଭଲ ଅଛନ୍ତି।

ସୂଚନା ମୁତାବକ, କେଜିଏଫ୍‌ ସିରିଜରେ ଅବିନାଶ ଏଣ୍ଡ୍ରୁ ଚରିତ୍ରରେ ଅଭିନୟ କରିଥିଲେ। ସେ ସ୍ଥାନୀୟ ଗ୍ରୁପର ବସ୍‌ ଥିଲେ। କେଜିଏଫ୍‌ର ପ୍ରଥମ ଭାଗ ତୁଳନାରେ ଦ୍ୱିତୀୟ ଭାଗରେ ତାଙ୍କର ବଡ ଭୂମିକା ଥିଲା। ଦିବଙ୍ଗତ ଅଭିନେତା ଚିରଞ୍ଜିବୀ ସରଜାଙ୍କ ଜରିଆରେ ଅବିନାଶଙ୍କୁ କେଜିଏଫ୍‌ ଫିଲ୍ମରେ କାମ କରିବା ସୁଯୋଗ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos