ଖାନଙ୍କ ଅବତାର

(କୃତାର୍ଥ ସାରଥୀ ସାମନ୍ତରାୟ): ବଲିଉଡ ଇଣ୍ଡଷ୍ଟ୍ରୀରେ ଏବେ ଚାଲିଛି ଖାନମାନଙ୍କ ରାଜୁତି। ଶହେ କୋଟି କ୍ଲବର କଥା ହଉ କି ଫ୍ୟାନଙ୍କ ଆପ୍ରିସିଏସନ୍ କଥା ହଉ ସବୁଠି ଆଗ ଧାଡିରେ ଅଛନ୍ତି ଫିଲ୍ମି ଦୁନିଆର ତିନି ଖାନ। ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ ଦୀର୍ଘ ତିନି ଦଶନ୍ଧି ଧରି ନିଜ ନିଜର ୟୁନିକନେସକୁ ବଜାୟ ରଖିଛନ୍ତି ଏହି ତିନି ଖାନ। ସେଇଥିପାଇଁ ତ ସେମାନେ ଦର୍ଶକଙ୍କ ପ୍ରଥମ ପସନ୍ଦ। […]

gajani

Rakesh Mallick
  • Published: Friday, 25 September 2015
  • , Updated: 25 September 2015, 10:49 AM IST

(କୃତାର୍ଥ ସାରଥୀ ସାମନ୍ତରାୟ): ବଲିଉଡ ଇଣ୍ଡଷ୍ଟ୍ରୀରେ ଏବେ ଚାଲିଛି ଖାନମାନଙ୍କ ରାଜୁତି। ଶହେ କୋଟି କ୍ଲବର କଥା ହଉ କି ଫ୍ୟାନଙ୍କ ଆପ୍ରିସିଏସନ୍ କଥା ହଉ ସବୁଠି ଆଗ ଧାଡିରେ ଅଛନ୍ତି ଫିଲ୍ମି ଦୁନିଆର ତିନି ଖାନ। ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ ଦୀର୍ଘ ତିନି ଦଶନ୍ଧି ଧରି ନିଜ ନିଜର ୟୁନିକନେସକୁ ବଜାୟ ରଖିଛନ୍ତି ଏହି ତିନି ଖାନ। ସେଇଥିପାଇଁ ତ ସେମାନେ ଦର୍ଶକଙ୍କ ପ୍ରଥମ ପସନ୍ଦ। କିଙ୍ଗ୍ ଖାନ ଏବଂ  ଦବଙ୍ଗ ଖାନଙ୍କ ଠାରୁ ଅମୀର ଖାନଙ୍କ ଅନ୍ଦାଜ ତ ବିଲକୁଲ ନିଆରା।

ଯେକୌଣସି  ଚରିତ୍ରକୁ ଅତି ନିଖୁଣ ଭାବରେ ଫୁଟାଇବାରେ ଏହି ଖାନ କରିପାରନ୍ତି କମାଲ୍। ନିଜର ଲୁକକୁ ନେଇ କରିପାରନ୍ତି ଅନେକ ପରୀକ୍ଷାନିରୀକ୍ଷା। ପ୍ରତିଟି ଏକ୍ସପେରିମେଣ୍ଟରେ ବିପୁଳ ସମର୍ଥନ ପାଇଛନ୍ତି ଏହି ବଲିଉଡ ଖାନ। ସେଇଥିପାଇଁ ତ ସେ ମିଷ୍ଟର ପର୍ଫେକ୍ସନିଷ୍ଟ ଭାବରେ ବେଶ ପରିଚିତ। ଏହି ଟାଇଟଲଟି ସତେ ଯେମିତି ତାଙ୍କ ପାଇଁ ତିଆରି ହେଲାପରି ମନେହୁଏ।

ଭିନ୍ନ ଭିନ୍ନ ଅବତାରରେ ଦର୍ଶକଙ୍କୁ ତାଜୁବ କରିବାରେ ସକ୍ଷମ ହୋଇପାରିଛନ୍ତି ଏହି ବଲିଉଡ ଅଭିନେତା। ନିଜର ଅଦ୍ଭୁତପୂର୍ବ ଅଭିନୟ ସାଙ୍ଗକୁ ଚରିତ୍ରରେ ବୁଡିରହି ଆକ୍ଟିଙ୍ଗ କରିବାକୁ ବେଶ ପସନ୍ଦ କରନ୍ତି ମିଷ୍ଟର ଖାନ। ତାଙ୍କର ଅଭିନୟରେ ଥାଏ ଅନେକ ଗବେଷଣାଧର୍ମୀ ଚିନ୍ତାଚେତନା। ଚରିତ୍ରରେ ଥିବା ପ୍ରତିଟି ଛୋଟ ଛୋଟ କଥାକୁ ନିଖୁଣ ଭାବେ ଅନୁଧ୍ୟାନ କରି ନିଜ ଅଭିନୟରେ ପ୍ରୟୋଗ କରିବାକୁ ଜମାରୁ ଭୁଲନ୍ତି ନାହିଁ ଅମୀର। ମୂଳରୁ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିବାରେ ବେଶ ସିଦ୍ଧହସ୍ତ ଏହି ବଲିଉଡ ନାୟକ।   ଭିନ୍ନ ଭିନ୍ନ ଅବତାରରେ ତାଙ୍କର ଫିଲ୍ମି କ୍ୟାରିୟରରେ ଦେଖିବାକୁ ମିଳିଛି ଅନେକ ଏକ୍ସପେରିମେଣ୍ଟ।

ଫିଲ୍ମ - ଲଗାନ (୨୦୦୧) ଚରିତ୍ର- ଭୁବନ (ଚମ୍ପାନୀର ଅଞ୍ଚଳର ଏକ ସାଧାରଣ ଚାଷୀ)

କ୍ରିକେଟ ଏବଂ ସିନେମା ଭାରତୀୟ ଦର୍ଶକଙ୍କ ପ୍ରଥମ ପସନ୍ଦ କହିଲେ ଜମାରୁ ଭୁଲ ହବନି। ବଲିଉଡରେ ଏହି ଦୁଇଟି ଦିଗକୁ ଆଖିରେ ରଖି ସେଥିରେ ସ୍ୱାଧୀନତା ସଂଗ୍ରାମର ଛୁଙ୍କଦେଇ ଦେଇ ନିର୍ମାଣ ହୋଇଥିଲା ଚଳଚ୍ଚିତ୍ର ଲଗାନ। ଏକ ଭିନ୍ନ ଧରଣର ଏବଂ ରୋମାଞ୍ଚକର  କ୍ରିକେଟ ମ୍ୟାଚକୁ ଦର୍ଶାଇବା ସହ ଦର୍ଶକଙ୍କ ଇମୋସନ ଶେଷ ପର୍ଯ୍ୟନ୍ତ ମେଣ୍ଟେନ କରି ରଖିଥିଲେ ନିର୍ଦ୍ଦେଶକ। ଭୁବନ ଚରିତ୍ରରେ ନିଜକୁ ବେଶ ଖାପ ଖୁଆଇ ଅଭିନୟ କରିଥିଲେ ଅମୀର ଖାନ। ଏହି ଫିଲ୍ମ ପାଇଁ ତାଙ୍କୁ ମିଳିଥିଲା  ଅନେକ ଆପ୍ରିସିଏସନ ସାଙ୍ଗକୁ ବହୁ ସମ୍ମାନଜନକ ପୁରସ୍କାର।

ଫିଲ୍ମ - ଦିଲ ଚାହତା ହେ (୨୦୦୧) ଚରିତ୍ର- ଜଣେ ଧନଶାଳୀ ବ୍ୟକ୍ତି ଆକାଶ

ଫିଲ୍ମ -ମଙ୍ଗଲ ପାଣ୍ଡେ (ଦ ରାଇଜିଙ୍ଗ୍) ଚରିତ୍ର-ସ୍ୱାଧୀନତା ସଂଗ୍ରାମୀ

ଫିଲ୍ମ -ରଙ୍ଗ ଦେ ବସନ୍ତି ଚରିତ୍ର-ଡିଜେ-ବେକାର ଯୁବକ

ଫିଲ୍ମ -ଫନା, ଚରିତ୍ର-ଟ୍ୟୁର ଗାଇଡ ତଥା ଅସନ୍ତୁଷ୍ଟ କାଶ୍ମୀରୀ

ଫିଲ୍ମ -ତାରେ ଜମୀନ ପର, ଚରିତ୍ର-ରାମ ଶଙ୍କର ନିକୁମ୍ଭ (ଆର୍ଟ ଟିଚର)

ଫିଲ୍ମ -ଗଜନୀ, ଚରିତ୍ର-ସଞ୍ଜୟ ସିଙ୍ଘ।ଣିଆ- ବିଜିନେସ ଟାଇକୁନ ଏବଂ ସର୍ଟ ଟର୍ମ ମେମୋରୀ ଲସ ପେସେଣ୍ଟ

ଫିଲ୍ମ -ଥ୍ରୀ ଇଡିଅଟ୍, ଚରିତ୍ର-ରାଞ୍ଚୋ- କଲେଜ ଷ୍ଟୁଡେଣ୍ଟ

ଫିଲ୍ମ -ତଲାସ, ଚରିତ୍ର-ଇନସ୍ପେକ୍ଟର ସୁର୍ଜନ ସିଂ ସେଖାୱତ

ଫିଲ୍ମ -ପିକେ, ଚରିତ୍ର-ଏଲିଅନ/ଅନ୍ୟ ଗ୍ରହର ମଣିଷ

ଆସୁଛି ନୂଆ ଧରଣର ଫିଲ୍ମ ଦଙ୍ଗଲ। ଏଥିରେ ମିଷ୍ଟର ପର୍ଫେକ୍ସନିଷ୍ଟ ଜଣେ ୫୦ ବର୍ଷ ବୟସର ରେସଲର ଚରିତ୍ରରେ ଦେଖାଦେବେ। ଦୁଇଟି ରେସଲର ଝିଅର ପିତା ରେସଲର ମହାବୀର ସିଂ ପୋଗତଙ୍କ ଜୀବନ କାହାଣୀ ଉପରେ ପର୍ଯ୍ୟବେସିତ ଏହି ଫିଲ୍ମକୁ ନିଦ୍ଦେର୍ଶନା ଦେଉଛନ୍ତି ଚିଲର ପାର୍ଟି ଏବଂ ଭୁତନାଥ ରିଟର୍ଣ୍ଣସର ନିର୍ଦେଶକ ନିତେଶ ତିୱାରୀ।

ଦର୍ଶକ ପର୍ଫେକ୍ସନିଷ୍ଟ ମିଷ୍ଟର ଖାନଙ୍କୁ ଏହି ଫିଲ୍ମରେ ଦେଖିପାରିବେ ଏକ ଏକ୍ସଟ୍ରା ଅର୍ଡିନାରୀ ଲୁକରେ।

Related story