ମୁମ୍ୱାଇ: ଫ୍ରାଇଡେ ରିଲିଜ୍ରେ ଆଜି ପରଦାକୁ ଆସିଛି ଆର୍. ବାଲକୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କି ଆଣ୍ଡ୍ କା’। ଫିଲ୍ମରେ ଲିଡ୍ ରୋଲରେ ଅଛନ୍ତି ଅର୍ଜୁନ କପୁର ଓ କରୀନା କପୁର ଖାନ୍। ଏହି ଫିଲ୍ମରେ ଏକ ଡିଫରେଣ୍ଟ୍ ରୋଲରେ ଦେଖିବାକୁ ମିଳିଛି ଅର୍ଜୁନଙ୍କୁ। ସେ ଏଥିରେ ଜଣେ ‘ଷ୍ଟେ-ଆଟ୍-ହୋମ୍ ହଜବ୍ୟାଣ୍ଡ୍’ ଭୂମିକାରେ ଆସୁଛନ୍ତି। ଆଉ ଏହି ଚରିତ୍ରକୁ ନିଖୁଣ ଭାବେ ନିଭାଇବା ପାଇଁ ଖୁବ୍ ମେହନତ କରିବାକୁ ପଡ଼ିଛି ତାଙ୍କୁ।
ଫିଲ୍ମର ଏକ ଗୀତରେ ଅର୍ଜୁନ୍ ୪ ଇଞ୍ଚର ହାଇହିଲ୍ ପିନ୍ଧି ଡ୍ୟାନ୍ସ କରିଛନ୍ତି।
ଫିଲ୍ମରେ ବିଗ୍ ବି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କର ଗେଷ୍ଟ୍ ଆପିୟରାନ୍ସ ରହିଛି।