‘କି ଆଣ୍ଡ୍ କା’ର ଦୁଇ ଦିନର ଆୟ ୧୫ କୋଟି

ମୁମ୍ବାଇ: ଗତ ଶୁକ୍ରବାର ରିଲିଜ୍ ହୋଇଥିବା ଆର୍. ବାଲକୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କି ଆଣ୍ଡ କା’ କେବଳ ଭାରତରେ ଦୁଇ ଦିନରେ ୧୫.୭୧ କୋଟି ଟଙ୍କା ଆୟ କରିଛି। ରିଲିଜ୍ ଦିନ ଫିଲ୍ମଟି ୭.୩୦ କୋଟି ଟଙ୍କା ଆୟ କରି ଥିବା ବେଳେ ଶନିବାର ୮.୪୧ କୋଟି ଟଙ୍କା ଆୟ କରିଥିଲା। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଆର୍.ବାଲକୀଙ୍କ ନିର୍ଦ୍ଦେଶିତ ‘କି ଆଣ୍ଡ୍‌ କା’ରେ ଅର୍ଜୁନ କପୁର ଓ କରୀନା […]

ki and ka

Rakesh Mallick
  • Published: Monday, 04 April 2016
  • , Updated: 04 April 2016, 04:58 AM IST

ମୁମ୍ବାଇ: ଗତ ଶୁକ୍ରବାର ରିଲିଜ୍ ହୋଇଥିବା ଆର୍. ବାଲକୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କି ଆଣ୍ଡ କା’ କେବଳ ଭାରତରେ ଦୁଇ ଦିନରେ ୧୫.୭୧ କୋଟି ଟଙ୍କା ଆୟ କରିଛି। ରିଲିଜ୍ ଦିନ ଫିଲ୍ମଟି ୭.୩୦ କୋଟି ଟଙ୍କା ଆୟ କରି ଥିବା ବେଳେ ଶନିବାର ୮.୪୧ କୋଟି ଟଙ୍କା ଆୟ କରିଥିଲା। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।

ଆର୍.ବାଲକୀଙ୍କ ନିର୍ଦ୍ଦେଶିତ ‘କି ଆଣ୍ଡ୍‌ କା’ରେ ଅର୍ଜୁନ କପୁର ଓ କରୀନା କପୁର ଖାନ୍ ଲିଡ୍‌ ରୋଲ୍‌ରେ ଅଛନ୍ତି। ଅର୍ଜୁନ ଜଣେ ଘରୋଇ ସ୍ୱାମୀ ଭୂମିକାରେ ଅଭିନୟ କରୁଥିବା ବେଳେ କରିନା ଜଣେ ଚାକିରିଆ ସ୍ତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମରେ ଅର୍ଜୁନଙ୍କ ନାଁ ‘କବୀର’ ହୋଇଥିବା ବେଳେ କରୀନାଙ୍କ ନାଁ ‘କୀୟା’ ରହିଛି।

Related story