କମେଡ଼ି କିଙ୍ଗଙ୍କ ପାଇଁ ଅଡୁଆ ବଢୁଛି: କପିଲଙ୍କୁ ଚେକ୍ ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି କିଷ୍ଣା

ସାଥୀ କଳାକାର ସୁନୀଲ ଗ୍ରୋଭରଙ୍କୁ ବିମାନ ଭିତରେ ଖରାପ ଭାଷାରେ ଗାଳିଗୁଲଜ କରିବା ପରେ ଶନିଙ୍କ କୋପ ଦୃଷ୍ଟିରେ ପଡିଯାଇଛନ୍ତି କମେଡିଆନ କପିଲ ଶର୍ମା। ଗୋଟିଏ ପରେ ଗୋଟିଏ ଝଡ ମାଡି ଆସୁଛି ତାଙ୍କ ଜୀବନରେ। ଗୋଟିଏ ପଟେ ସୋ’ର ରେଟିଂ କମୁଥିବା ବେଳେ, ସାଥୀ କଳାକାର ମଧ୍ୟ କପିଲଙ୍କର ହାତ ଛାଡୁଛନ୍ତି। ୟା ଭିତରେ କପିଲଙ୍କୁ ପୁଣି ଲାଗିଛି ଆଉଏକ ଝଟ୍‌କା। ଶତ୍ରୁର ଶତ୍ରୁ-ମିତ୍ର  ନ୍ୟାୟରେ ସାଥୀ କଳାକାର ଅଲ୍ଲୀ ଅଜଗର୍, କ୍ରିଏଟିଭ୍ ଡାଇରେକ୍ଟର ପ୍ରୀତି […]

Kapil-Sharma’s-Comedy-Nights-With-Kapil-vs-Krishna-Bharti’s-Comedy-Nights-Live

Kapil-Sharma’s-Comedy-Nights-With-Kapil-vs-Krishna-Bharti’s-Comedy-Nights-Live

Rakesh Mallick
  • Published: Tuesday, 13 June 2017
  • Updated: 13 June 2017, 05:13 PM IST

Sports

Latest News

ସାଥୀ କଳାକାର ସୁନୀଲ ଗ୍ରୋଭରଙ୍କୁ ବିମାନ ଭିତରେ ଖରାପ ଭାଷାରେ ଗାଳିଗୁଲଜ କରିବା ପରେ ଶନିଙ୍କ କୋପ ଦୃଷ୍ଟିରେ ପଡିଯାଇଛନ୍ତି କମେଡିଆନ କପିଲ ଶର୍ମା। ଗୋଟିଏ ପରେ ଗୋଟିଏ ଝଡ ମାଡି ଆସୁଛି ତାଙ୍କ ଜୀବନରେ। ଗୋଟିଏ ପଟେ ସୋ'ର ରେଟିଂ କମୁଥିବା ବେଳେ, ସାଥୀ କଳାକାର ମଧ୍ୟ କପିଲଙ୍କର ହାତ ଛାଡୁଛନ୍ତି। ୟା ଭିତରେ କପିଲଙ୍କୁ ପୁଣି ଲାଗିଛି ଆଉଏକ ଝଟ୍‌କା। ଶତ୍ରୁର ଶତ୍ରୁ-ମିତ୍ର  ନ୍ୟାୟରେ ସାଥୀ କଳାକାର ଅଲ୍ଲୀ ଅଜଗର୍, କ୍ରିଏଟିଭ୍ ଡାଇରେକ୍ଟର ପ୍ରୀତି ଓ ତାଙ୍କ ଭଉଣୀ ଡିଆଁ ମାରିଛନ୍ତି କପିଲଙ୍କ ପାରମ୍ପରିକ ଶତ୍ରୁ କମେଡିଆନ୍ କିଷ୍ଣା ଅଭିଷେକଙ୍କ କ୍ୟାମ୍ପକୁ।

ଗୋଟିଏ ପରେ ଗୋଟିଏ ସାଥୀ କଳାକାର କପିଲଙ୍କ ହାତ ଛାଡୁଥିବା ବେଳେ ଏହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ସିଙ୍ଗର କମ୍ କମେଡିଆନ ସୁଗନ୍ଧା ଓ ସଙ୍କେତ। ଏ ଦୁଇ କଳାକାର ମଧ୍ୟ କିଷ୍ଣାଙ୍କ ସହ କାମ କରିବାକୁ ମନ ବଳାଇ ସାରିଲେଣି।

ତେବେ ଏହା ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର। ଖୁବ ଶୀଘ୍ର କିଷ୍ଣା ଏକ ନୂଆ କମେଡି ସୋ' ଆରମ୍ଭ କରିବାକୁ ଯାଉଛନ୍ତି। କପିଲଙ୍କ ସାଥୀ କଳାକାରଙ୍କୁ ଏହି ସୋ'ରେ ନେଇ, କମେଡି କିଙ୍ଗଙ୍କୁ ଚେକ୍ ଦେବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ସେ। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କିଷ୍ଣାଙ୍କ ଏହି ନୂଆ ସୋ'ରେ ସୁନୀଲ ମଧ୍ୟ ଏକ ନୂଆ ରୂପରେ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos