ପାୟଲ କହିଲେ ମୁସଲିମ୍‌ ଆଣ୍ଟି: ଗୋହରଙ୍କ ସପକ୍ଷରେ ବାହାରିଲେ ଏକ୍ସ ବୟଫ୍ରେଣ୍ଡ କୁଶାଲ ଟଣ୍ଡନ୍

ମୁମ୍ବାଇ :ବିଗ୍‌ବସ୍‌ର ଏକ୍ସ ପ୍ରତିଯୋଗୀ ଗୋହର ଖାନ୍‌ ଓ ପାୟଲ ରୋହତଗିଙ୍କ ମଧ୍ୟରେ ଧାରା ୩୭୦କୁ ନେଇ କିଛି ଦିନ ପୂର୍ବେ ମନୋମାଳିନ୍ୟ  ଦେଖାଦେଇଛି। ଏହି ଦୁଇ ଅଭିନେତ୍ରୀ ଟ୍ୱିଟର୍‌ରେ ପରସ୍ପରକୁ ଟାର୍ଗେଟ୍‌ କରିଛନ୍ତି। ଆଉ ଏବେ ଗୋହର ଖାନ୍‌ଙ୍କ ଏକ୍ସ ବୟଫ୍ରେଣ୍ଡ କୁଶାଲ ଟଣ୍ଡନ ତାଙ୍କ ସପକ୍ଷରେ ବାହାରିଛନ୍ତି।  କୁଶାଲ ଗୋହରଙ୍କ ସପକ୍ଷରେ ଏକ ଲମ୍ବା ଚଉଡ଼ା ପୋଷ୍ଟ ସୋଶାଲ ମିଡିଆରେ ଶେଆର କରିଛନ୍ତି। ନିଜ ପୋଷ୍ଟରେ କୁଶାଲ ପାୟଲଙ୍କ ମ୍ୟାଚୁରିଟି ଲେଭଲ୍‌  ବା ବୁଦ୍ଧିମତା […]

payal-gauhar

Chinmayee Roy
  • Published: Thursday, 04 April 2019
  • , Updated: 04 April 2019, 12:53 PM IST

ମୁମ୍ବାଇ :ବିଗ୍‌ବସ୍‌ର ଏକ୍ସ ପ୍ରତିଯୋଗୀ ଗୋହର ଖାନ୍‌ ଓ ପାୟଲ ରୋହତଗିଙ୍କ ମଧ୍ୟରେ ଧାରା ୩୭୦କୁ ନେଇ କିଛି ଦିନ ପୂର୍ବେ ମନୋମାଳିନ୍ୟ  ଦେଖାଦେଇଛି। ଏହି ଦୁଇ ଅଭିନେତ୍ରୀ ଟ୍ୱିଟର୍‌ରେ ପରସ୍ପରକୁ ଟାର୍ଗେଟ୍‌ କରିଛନ୍ତି। ଆଉ ଏବେ ଗୋହର ଖାନ୍‌ଙ୍କ ଏକ୍ସ ବୟଫ୍ରେଣ୍ଡ କୁଶାଲ ଟଣ୍ଡନ ତାଙ୍କ ସପକ୍ଷରେ ବାହାରିଛନ୍ତି।  କୁଶାଲ ଗୋହରଙ୍କ ସପକ୍ଷରେ ଏକ ଲମ୍ବା ଚଉଡ଼ା ପୋଷ୍ଟ ସୋଶାଲ ମିଡିଆରେ ଶେଆର କରିଛନ୍ତି।

ନିଜ ପୋଷ୍ଟରେ କୁଶାଲ ପାୟଲଙ୍କ ମ୍ୟାଚୁରିଟି ଲେଭଲ୍‌  ବା ବୁଦ୍ଧିମତା ଉପରେ ପ୍ରଶ୍ନ କରି କହିଛନ୍ତି, ‘ମୁଁ ଜଣେ ହିନ୍ଦୁ ଓ ମୁଁ ଗର୍ବରେ କହିପାରିବି ଯେ ମୁଁ ଥରେ ଜଣେ ଝିଅର ପ୍ରେମରେ ପଡ଼ିଥିଲି ଯିଏ କି  ମୁସଲିମ୍‌ ଥିଲେ।’

କୁଶାଲ କହିଛନ୍ତି, ‘ଲଭ ଜିହାଦ୍‌ ପରି ନକଲି ଶବ୍ଦର ବ୍ୟବହାର ଗୋହରଙ୍କ ଲାଗି କରିବା ନା କେବଳ ଅପରାଧ, ଏହା ସମ୍ପୂର୍ଣ୍ଣ ମିଛ ମଧ୍ୟ। ଯେତେବେଳ  ଦୁଇ ଜଣ ପ୍ରେମରେ ଥାନ୍ତି ସେମାନେ ସବୁ ବିଷୟରେ କଥାବାର୍ତ୍ତା ହୋଇଥାନ୍ତି ।  ଆଉ ଏଥିରେ କିଛି ବି ଭୁଲ୍‌ ନାହିଁ। ଏହି ଆର୍ଟିକଲ୍‌ କହୁଛି କି ଆମେ ପରସ୍ପରକୁ କେତେ ଭଲପାଉଥିଲୁ। ହେଲେ ଘୃଣା ସୃଷ୍ଟି କରୁଥିବା ମହିଳାଙ୍କ ଦ୍ୱାରା ଏହାକୁ ଅଣଦେଖା କରାଯାଏ। ’

କୁଶାଲ କହିଛନ୍ତି, ‘ଆମ ଭିତରେ ଏକ ଭଲ ବଣ୍ଡିଂ ଥିଲା ଓ ଆଜି ମଧ୍ୟ ଅଛି। ଆଜି ବି ଆମେ ପରସ୍ପରକୁ ସମ୍ମାନ କରୁ। ତେଣୁ ଆପଣଙ୍କ ମିଛରୁ ଗୋହରଙ୍କର କୌଣସି ପ୍ରକାର ସମ୍ମାନ ହାନୀ ହେବ ନାହିଁ। Over n out.’

କ’ଣ ରହିଛି ପୂରା ମାମଲା?

ବାସ୍ତବରେ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା  ଯେବେ ଧାରା ୩୭୦କୁ ନେଇ ଅଭିନେତ୍ରୀ ପାୟଲ ରୋହତଗୀଙ୍କ ଟ୍ୱିଟ୍‌ ଉପରେ ଗୋହର ଜବାବ ଦେଇଥିଲେ। ପାୟଲ ଲେଖିଥିଲେ, ‘ଯଦି ଧାରା ୩୭୦କୁ ହଟାଯାଇପାରିବ ନାହିଁ ତେବେ କାଶ୍ମିରୀ ମୁସଲିମ୍‌ମାନଙ୍କୁ କଶ୍ମୀରରୁ ବାହାର କରିଦେବା ଉଚିତ୍‌।’

ଗୋହର ପାୟଲଙ୍କୁ ଜବାବ ଦେଇ ଲେଖିଥିଲେ, ‘ହା ହା ହା ସେହି ବ୍ୟକ୍ତି ଏହି କଥା କହୁଛି ଯାହାଙ୍କ ବିଲ୍ଡିଂରେ ୯୦ ପ୍ରତିଶତ ମୁସଲିମ୍‌ ଲୋକ ରୁହନ୍ତି। ପାୟଲ ଏକ ଏପରି ଇଲାକାରେ ରୁହନ୍ତି ଯେଉଁଠି କୋଲି, ଖ୍ରୀଷ୍ଟିୟାନ୍, ମୁସଲିମ୍‌ଙ୍କ ମଧ୍ୟରେ ଶାନ୍ତି ବଜାୟ ରହିଛି। ମୁଁ ଗର୍ବ ଅନୁଭବ କରୁଛି ଯେ ତୁମ ବିଲ୍ଡିଂର ମୁସଲିମ୍‌ମାନେ ତୁମକୁ ସହ୍ୟ କରୁଛନ୍ତି।’

ଗୋହରଙ୍କ ଜବାବ ପରେ ପାୟଲ ତାଙ୍କୁ ମୁସଲିମ୍‌ ଆଣ୍ଟି କହିଥିଲେ। ଏହାବ୍ୟତୀତ ବିବାଦ ଭିତରକୁ ଗୋହର ଓ କୁଶାଲଙ୍କ ସମ୍ପର୍କକୁ ମଧ୍ୟ ଟାଣିଥିଲେ। ଏହାପରେ କୁଶାଲ ଗୋହରଙ୍କ ସପକ୍ଷରେ ଏଭଳି ଟ୍ୱିଟ୍‌ କରିଛନ୍ତି।

 

 

Related story