ସେଦିନ ମୁଁ ଶ୍ରୀଦେବୀଙ୍କୁ ଦେଇଥିଲି ସରପ୍ରାଇଜ୍‌, ହେଲେ ସେ ଦେଲେ ଶେଷ ସରପ୍ରାଇଜ୍‌...

ମୁମ୍ବାଇ:ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଏବେ ବି ସାରା ଫିଲ୍ମ ଜଗତ ଶୋକାକୁଳ। ଏମିତିକି ତାଙ୍କ ଫ୍ୟାନମାନେ ମଧ୍ୟ  ଶ୍ରୀଦେବୀଙ୍କୁ ଭୁଲି ପାରୁନାହାନ୍ତି।  ୨୪ ଫେବୃଆରୀ ରାତିରେ ଦୁବାଇର ଏକ ହୋଟେଲରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ବୋନି କପୁର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଘଟଣା ଦିନ ଶ୍ରୀଦେବୀଙ୍କୁ ଏକ ସରପ୍ରାଇଜ୍‌ ଦେଇଥିଲେ ବୋଲି କହିଛନ୍ତି।  ହେଲେ ସେହିଦିନ ହିଁ ଶ୍ରୀଦେବୀ ତାଙ୍କୁ ଛାଡ଼ି ଚାଲିଯିବେ ବୋଲି ବୋନି କପୁର […]

bony and sridevi

Rakesh Mallick
  • Published: Sunday, 04 March 2018
  • , Updated: 04 March 2018, 05:54 PM IST

ମୁମ୍ବାଇ:ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଏବେ ବି ସାରା ଫିଲ୍ମ ଜଗତ ଶୋକାକୁଳ। ଏମିତିକି ତାଙ୍କ ଫ୍ୟାନମାନେ ମଧ୍ୟ  ଶ୍ରୀଦେବୀଙ୍କୁ ଭୁଲି ପାରୁନାହାନ୍ତି।  ୨୪ ଫେବୃଆରୀ ରାତିରେ ଦୁବାଇର ଏକ ହୋଟେଲରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ବୋନି କପୁର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଘଟଣା ଦିନ ଶ୍ରୀଦେବୀଙ୍କୁ ଏକ ସରପ୍ରାଇଜ୍‌ ଦେଇଥିଲେ ବୋଲି କହିଛନ୍ତି।  ହେଲେ ସେହିଦିନ ହିଁ ଶ୍ରୀଦେବୀ ତାଙ୍କୁ ଛାଡ଼ି ଚାଲିଯିବେ ବୋଲି ବୋନି କପୁର ଜାଣି ନ ଥିବା କହିଛନ୍ତି। ନିଜ ଭଣଜାର ବିବାହ ଉତ୍ସବ ସରିବା ପରେ ଶ୍ରୀଦେବୀ ହୋଟେଲ ଫେରି ଆସିଥିଲେ।  ଆଉ ତାଙ୍କ ସ୍ୱାମୀ ବୋନି କପୁର ମୁମ୍ବାଇ ଫେରିଆସିଥିଲେ। କିନ୍ତୁ ପୁଣି ଥରେ ପତ୍ନୀକୁ ସରପ୍ରାଇଜ୍‌ ଦେବାକୁ ବୋନି କପୁର ଦୁବାଇ ଯିବାକୁ ଟିକେଟ ବୁକ୍‌ କରିଥିଲେ। ୨୪ ଫେବୃଆରୀ ସକାଳେ ବୋନି ପତ୍ନୀ ଶ୍ରୀଦେବୀଙ୍କୁ ଫୋନ୍‌ କରିଥିଲେ। ଶ୍ରୀଦେବୀ କହିଥିଲେ ଯେ, ସେ ତାଙ୍କୁ ମିସ୍‌ କରୁଛନ୍ତି ବୋଲି।  ଉତ୍ତରରେ ବୋନି ମଧ୍ୟ ସମାନ କଥା କହିଥିଲେ । କିନ୍ତୁ ବୋନି ଏକଥା କହି ନ ଥିଲେ ଯେ,  ସେ ପୁଣି ଥରେ ସେହି ଦିନ ସନ୍ଧ୍ୟାରେ ଦୁବାଇ ପହଞ୍ଚୁଛନ୍ତି ବୋଲି। ବୋନି କହିଛନ୍ତି ଯେ, ଦୁବାଇ ଫେରିଯିବାକୁ ତାଙ୍କ ବଡ଼ ଝିଅ ଜାହ୍ନବୀ ହିଁ ଆଇଡିଆ ଦେଇଥିଲେ। କାରଣ ମା’ ପାଇଁ  ବେଶୀ ଚିନ୍ତିତ ଥିଲେ ଝିଅ ଜାହ୍ନବୀ ।

କାରଣ ଶ୍ରୀଦେବୀ କେବେ ଏକା  ରହିପାରନ୍ତି ନାହିଁ ବୋଲି ଜାହ୍ନବୀକୁ ଚିନ୍ତା ଥିଲା।  ଜାହ୍ନବୀଙ୍କୁ ଲାଗୁଥିଲା ମା’ ଏକୁଟିଆ ଡରୁଥିବ। ତେଣୁ ମା’ ପାଖକୁ ଫେରିଯିବା ପାଇଁ ବୋନି ପୁଣି ଥରେ ଦୁବା ଫେରିଯିବା ପାଇଁ ଟିକେଟ ବୁକିଂ କରିଥିଲେ।  ବୋନି କହିଛନ୍ତି ଯେ, ବିବାହର ୨୪ ବର୍ଷ ମଧ୍ୟରେ ତାଙ୍କୁ ଛାଡ଼ି ଶ୍ରୀଦେବୀ ମାତ୍ର ୨ ଥର ବିଦେଶ ଯାଇଛନ୍ତି। ତେବେ ସେ ସମୟରେ ବୋନି କପୁରଙ୍କ ବନ୍ଧୁଙ୍କ ପତ୍ନୀ ସାଙ୍ଗରେ ଥିଲେ।  ତେବେ ସେଦିନ ବୋନି କପୁର ଶ୍ରୀଦେବୀ ରହୁଥିବା ହୋଟେଲରେ ପହଞ୍ଚିବା ପରେ ଶ୍ରୀଦେବୀ ଆଶ୍ଚର୍ଯ୍ୟ  ହୋଇଯାଇଥିଲେ। କାରଣ ସକାଳେ ଫୋନ୍‌ରେ କଥାବାର୍ତ୍ତା ହେଲା ବେଳେ ବୋନି ଦୁବାଇ ଆସୁଥିବା କଥା କହି ନ ଥିବାରୁ ଏହା ଶ୍ରୀଦେବୀଙ୍କ ପାଇଁ ସରପ୍ରାଇଜ୍‌ ଥିଲା। ଉଭୟ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଟିନ୍‌ ଏଜ୍‌ ଲଭରଙ୍କ ଭଳି ବହୁ ସମୟ ଧରି ଗପସପ ହୋଇଥିଲେ। କିସ୍‌ ଦିଆନିଆ ବି ହୋଇଥିଲା। ଉଭୟ  ପ୍ରେମରେ ଖୁବ୍‌ ମଜା ନେଇଥିଲେ।

ସେହି ସମୟରେ ସନ୍ଧ୍ୟା ପ୍ରାୟ ୮ଟା ହେବ। ପରେ ଡିନର କରିଥିଲେ। ପରେ ପରେ ଶ୍ରୀ ଦେବୀ ଫ୍ରେସ୍‌ ପାଇଁ ଗାଧୋଇବାକୁ ବାଥରୁମ୍‌ ଯାଇଥିଲେ ।  ଏହି ସମୟରେ ଦକ୍ଷିଣ ଆଫ୍ରିକା ବନାମ ଭାରତ ମଧ୍ୟରେ ଟି-ଟ୍ୱେଣ୍ଟି କ୍ରିକେଟ୍‌ ମ୍ୟାଚ୍‌ ଚାଲୁଥିଲା।  ୧୫ରୁ ୨୦ ମିନଟ୍ ପର୍ଯ୍ୟନ୍ତ ମୁଁ ଖେଳ ଦେଖିଥିଲି ବୋଲି ବୋନି କହିଛନ୍ତି। ହେଲେ ବହୁ ଡେରି ପର୍ଯ୍ୟନ୍ତ  ଶ୍ରୀଦେବୀ  ବାଥ ରୁମରୁ ନବାହାରିବାରୁ ମୁଁ ଡାକ ପକାଇ ଥିଲି। ସେପଟୁ କେବଳ ପାଣି ପଡ଼ିବାର  ଶବ୍ଦ ଆସୁଥିଲା।  ହଠାତ ସନ୍ଦେହ ହେବାରୁ ମୁଁ ବାଥରୁମ ଖୋଲି ଦେଖିଲା ବେଳକୁ ଶ୍ରୀଦେବୀଙ୍କ ମୁହଁ ବାଥଟବ୍‌ରେ ବୁଡ଼ି ରହିଥିଲା।  ଶ୍ରୀଦେବୀ ଜମା ହଲଚଲ ହେଉ ନଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related story