୧୯୨୯ ମସିହା ଆଜିର ଦିନରେ ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଲତା। ଜନ୍ମ ସମୟରେ ତାଙ୍କ ନାଁ ଥିଲା ହେମା। କିନ୍ତୁ ବାପା ଦିନାନାଥ ମଙ୍ଗେସକରଙ୍କ ଏକ ନାଟକରେ ଲତିକା ନାମକ ଚରିତ୍ରରେ ଅଭିନୟ କରି ସେ ପାଲଟିଯାଇଥିଲେ ଲତା। ଲତା ୫ ବର୍ଷ ବୟସରୁ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ। ୧୩ ବର୍ଷ ବୟସରେ ପିତାଙ୍କୁ ହରାଇବା ପରେ ପରିବାର ଚଳାଇବା ପାଇଁ ୧୯୪୨ ମସିହାରୁ ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ। ୧୯୪୨ରୁ ୧୯୪୮ମଧ୍ୟରେ ଲତା ୮ଟି ହିନ୍ଦୀ ଓ ମରାଠୀ ଫିଲ୍ମରେ ଗୀତ ଗାଇଥିଲେ। ଭାରତର ପ୍ରାୟ ୨୦ଟି ଭାଷାରେ ସେ ଶହ ଶହ ଗୀତ ଗାଇଛନ୍ତି। ତାଙ୍କ କଣ୍ଠର ଅଧିକାଂଶ ଗୀତ ଆଜି ବି ମତୁଆଲା କରିଛୁ ଶ୍ରୋତାଙ୍କୁ। ନିଜର ସଂଗୀତମୟ ଯାତ୍ରା ଭିତରେ ଭାରତରତ୍ନ, ପଦ୍ମଭୂଷଣ, ପଦ୍ମବିଭୂଷଣ, ଦାଦା ସାହେବ ଫ।ଲ୍କେ ଆୱାର୍ଡ ଆଦି ଅନେକ ସମ୍ମାନର ଅଧିକାରିଣୀ ହୋଇଛନ୍ତି ସୁରସାମ୍ରାଜ୍ଞୀ ଲତା।
ଲତାଙ୍କ ୮୬ତମ ଜନ୍ମ ଦିନରେ ତାଙ୍କୁ ବାଲୁକା କଳା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏନେଇ ସେ ପୁରୀ ବେଳାଭୂମିରେ ଲତାଙ୍କ ୪ ଫୁଟ ଉଚ୍ଚର ବାଲୁକା କଳା ତିଆରି କରିଛନ୍ତି। ଏଥିରେ ସେ ୬ ଟନର ବାଲି ବ୍ୟବହାର କରିଛନ୍ତି ।