ପୂରା ହେବ ଋଷିଙ୍କ ଫିଲ୍ମର ଶୁଟିଂ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଋଷି କପୁରଙ୍କ ପରଲୋକ ହୋଇଯାଇଛି। ଏପ୍ରିଲ ୩୦ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏହା ସହିତ ତାଙ୍କର ଏକ ଫିଲ୍ମ ଅଧାରେ ରହିଯାଇଛି। ଫିଲ୍ମଟିର ନାଁ ‘ଶର୍ମାଜୀ ନମ୍‌କୀନ୍‌’। ଏହା ତାଙ୍କର ଶେଷ ଫିଲ୍ମ। ଏଣୁ ନିର୍ମାତାମାନେ ଫିଲ୍ମଟିକୁ ରିଲିଜ୍ କରି ଋଷିଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଛନ୍ତି। ଫିଲ୍ମର ଅଧିକାଂଶ ଭାଗର ଶୁଟିଂ ହୋଇଯାଇଛି। ଆଉ କିଛି ଅଂଶ ବାକି ଅଛି। ତେଣୁ ଭିଏଫ୍‌ଏକ୍ସ ଓ ସ୍ପେଶାଲ୍ ଇଫେକ୍ଟସ୍‌ ସାହାଯ୍ୟରେ […]

RishiKapoor

Jitendra Garnayak
  • Published: Saturday, 09 May 2020
  • , Updated: 09 May 2020, 12:45 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତା ଋଷି କପୁରଙ୍କ ପରଲୋକ ହୋଇଯାଇଛି। ଏପ୍ରିଲ ୩୦ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏହା ସହିତ ତାଙ୍କର ଏକ ଫିଲ୍ମ ଅଧାରେ ରହିଯାଇଛି। ଫିଲ୍ମଟିର ନାଁ ‘ଶର୍ମାଜୀ ନମ୍‌କୀନ୍‌’। ଏହା ତାଙ୍କର ଶେଷ ଫିଲ୍ମ। ଏଣୁ ନିର୍ମାତାମାନେ ଫିଲ୍ମଟିକୁ ରିଲିଜ୍ କରି ଋଷିଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଛନ୍ତି।

ଫିଲ୍ମର ଅଧିକାଂଶ ଭାଗର ଶୁଟିଂ ହୋଇଯାଇଛି। ଆଉ କିଛି ଅଂଶ ବାକି ଅଛି। ତେଣୁ ଭିଏଫ୍‌ଏକ୍ସ ଓ ସ୍ପେଶାଲ୍ ଇଫେକ୍ଟସ୍‌ ସାହାଯ୍ୟରେ ଫିଲ୍ମର ବାକି ଭାଗର ଶୁଟିଂ ଶେଷ କରିବାକୁ ନିର୍ମାତାମାନେ ସ୍ଥିର କରିଛନ୍ତି।

ଫିଲ୍ମର ସହ ପ୍ରଯୋଜକ ହନୀ ତ୍ରେହାନ କହିଛନ୍ତି, ଫିଲ୍ମର କାହାଣୀରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଏହାର ମାନ ବି ଖରାପ କରାଯିବ ନାହିଁ। ଆମେ କିଛି ଭିଏଫ୍‌ଏକ୍ସ ଷ୍ଟୁଡିଓ ସହିତ କଥାବାର୍ତ୍ତା କରୁଛୁ। ଖୁବ୍‌ଶୀଘ୍ର କିଛି ଉପାୟ ବାହାରିବ।

‘ଶର୍ମାଜୀ ନମ୍‌କୀନ୍‌’ରେ ଲିଡ୍‌ ରୋଲ୍‌ରେ ଜୁହି ଚାୱଲା ମଧ୍ୟ ଅଛନ୍ତି। ହିତେଶ ଭାଟିଆ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ହିତେଶ ବି କହିଛନ୍ତି ଯେ ଏହି ଫିଲ୍ମ ମାଧ୍ୟମରେ ଋଷି କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ।

୨୦୧୮ରେ ଋଷି କ୍ୟାନସରରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଏହା ପରେ ସେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ। ସେଠାରେ ପ୍ରାୟ ବର୍ଷେ ରହି ଚିକିତ୍ସିତ ହୋଇଥିଲେ। ତା’ପରେ ଭାରତ ଫେରିଥିଲେ ଓ ସୁସ୍ଥ ଜଣାପଡ଼ୁଥିଲେ। ତେବେ ଏପ୍ରିଲ୍ ୨୯ ତାରିଖରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ହୋଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତା’ପର ଦିନ ସେ ସେଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

Related story