ଦେଇଦେଲେ ସରିଯିବ କି?
- Published: Sunday, 05 August 2018
- , Updated: 05 August 2018, 06:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଜାନୁ ତୋ ଲଭ୍‌ର ପାସୱାର୍ଡ କେତେ, କହିଦେ କ’ଣ କଲେ ଭଲ ପାଇବୁ ମତେ।’

ଏମିତି କିଛି କହୁଛନ୍ତି ଓଲିଉଡ୍‌ର ଚକୋଲେଟ ବୟ ବାବୁସାନ୍‌ ମହାନ୍ତି। ସେ ପୁଣି ସୁନ୍ଦରୀ ଅଭିନେତ୍ରୀ ସନ୍‌ମିରାଙ୍କୁ।

"ମଲିଣି ତତେ ଲଭ୍‌ କରି, ଦିଲ୍ଲଟା ତୋର ଦେଇଦେ ଗୋରୀ, ହ ନା ଯାକି, ଦେଇଦେଲେ ସରିଯିବ କି? " ଆହୁରି ଏମିତି କିଛି କହୁଛନ୍ତି ସେ।

ହେଲେ କାହିଁକି? ଆପଣ କନ୍‌ଫ୍ୟୁଜ୍‌ ହେଉଥିବେ।

ରିଅଲ୍‌ରେ ନୁହେଁ ରିଲ୍‌ରେ ଏମିତି ପ୍ରେମ ନିବେଦନ କରୁଛନ୍ତି ବାବୁସାନ୍‌। ଆଗକୁ ଆସୁଛି ତାଙ୍କ ଫିଲ୍ମ ‘ଲୋକାଲ୍‌ ଟୋକା ଲଭ୍‌ ଚୋଖା’। ଏଥିରେ ପ୍ରଥମ ଥର ପାଇଁ ବାବୁସାନ୍‌ ଏବଂ ସନମିରା ଏକାଠି ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି।

ଏ ଦୁହିଁଙ୍କ ବ୍ୟତୀତ ଫିଲ୍ମରେ ପ୍ରଦ୍ୟୁମ୍ନ ଲେଙ୍କା, ଅପରାଜିତା ମହାନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ନିର୍ଦ୍ଦେଶନା ସୁଧାଂଶୁ ସାହୁ ଦେଇଥିବା ବେଳେ ଫିଲ୍ମଟି ଗଣେଶ ପୂଜାରେ ରିଲିଜ୍‌ ହେବାକୁ ଯାଉଛି।