ରଜରେ ରିଲିଜ୍ ହେବ ତରଙ୍ଗ ସିନେ ପ୍ରଡକ୍ସନର ପଞ୍ଚମ ଅବଦାନ ‘ଲଭ୍ ଷ୍ଟେସନ୍’

ଭୁବନେଶ୍ୱର: ରଜରେ ରିଲିଜ୍ ହେବ ତରଙ୍ଗ ସିନେ ପ୍ରଡକ୍ସନର ପଞ୍ଚମ ଅବଦାନ ‘ଲଭ୍ ଷ୍ଟେସନ୍’। ଫିଲ୍ମର ଲିଡ୍‌ରେ ଅଛନ୍ତି ଲଭର ବୟ ବାବୁ ସାନ୍। ଆଉ ତାଙ୍କ ଡ୍ରିମ ଗାର୍ଲ ସାଜିଛନ୍ତି ଏଲିନା। ଅଶୋକ ପତି  ନିର୍ଦ୍ଦେଶିତ ଲଭ୍ ଷ୍ଟେସନରେ ମିହିର ଦାସ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ବେଳେ କମେଡିର ତଡ଼କା ଲଗାଇଛନ୍ତି ପପୁ ପମପମ୍।  କେବଳ ଷ୍ଟୋରୀ ନୁହେଁ, ଫିଲ୍ମର ମ୍ୟୁଜିକ ମଧ୍ୟ ବେଶ ମନଛୁଆଁ ହୋଇଛି। ତରଙ୍ଗ ସିନେ ପ୍ରଡକ୍ସନର ‘ଇସ୍କ ତୁ ହି […]

love-station

Rakesh Mallick
  • Published: Sunday, 01 May 2016
  • , Updated: 01 May 2016, 04:03 PM IST

ଭୁବନେଶ୍ୱର: ରଜରେ ରିଲିଜ୍ ହେବ ତରଙ୍ଗ ସିନେ ପ୍ରଡକ୍ସନର ପଞ୍ଚମ ଅବଦାନ ‘ଲଭ୍ ଷ୍ଟେସନ୍’। ଫିଲ୍ମର ଲିଡ୍‌ରେ ଅଛନ୍ତି ଲଭର ବୟ ବାବୁ ସାନ୍। ଆଉ ତାଙ୍କ ଡ୍ରିମ ଗାର୍ଲ ସାଜିଛନ୍ତି ଏଲିନା। ଅଶୋକ ପତି  ନିର୍ଦ୍ଦେଶିତ ଲଭ୍ ଷ୍ଟେସନରେ ମିହିର ଦାସ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ବେଳେ କମେଡିର ତଡ଼କା ଲଗାଇଛନ୍ତି ପପୁ ପମପମ୍।  କେବଳ ଷ୍ଟୋରୀ ନୁହେଁ, ଫିଲ୍ମର ମ୍ୟୁଜିକ ମଧ୍ୟ ବେଶ ମନଛୁଆଁ ହୋଇଛି।

ତରଙ୍ଗ ସିନେ ପ୍ରଡକ୍ସନର ‘ଇସ୍କ ତୁ ହି ତୁ’, ‘ଗପ ହେଲେ ବି ସତ’, ‘ଜଗା ହାତରେ ପଘା’, ‘ତୁ କହିବୁ ନା ମୁଁ’ ବକ୍ସ ଅଫିସରେ ସୁପରହିଟ୍ ହୋଇଛି। ଦମଦାର ଡାଇଲଗ୍ ଓ ଆକ୍ସନ ସହ ଇମୋସନରେ ଭରପୁର ଲଭ୍ ଷ୍ଟେସନ ଏଥର ରଜରେ ଦର୍ଶକଙ୍କର ଭରପୁର ମନୋରଞ୍ଜନ କରିବ ବୋଲି ତରଙ୍ଗ ଟିମ୍ ଆଶାବାଦୀ ।

Related story