‘ଲଭ୍‌ ଷ୍ଟେସନ’କୁ ଦର୍ଶକଙ୍କ ଆଦୃତି

ଭୁବନେଶ୍ୱର: ସାରା ଓଡ଼ିଶାର ସିନେମା ହଲ୍‌ରେ ଧୁମ୍‌ ମଚାଉଛି ତରଙ୍ଗ ସିନେ ପ୍ରଡକ୍ସନର ପଞ୍ଚମ ଅବଦାନ ‘ଲଭ୍‌ଷ୍ଟେସନ’। ପ୍ରତିଟି ଶୋ’ରେ ଦେଖିବାକୁ ମିଳିଛି ହଲ୍‌ରେ ଖଚାଖଚ୍‌ ଭିଡ। ସିନେପ୍ରେମୀ ବେଶ୍‌ ପସନ୍ଦ କରୁଛନ୍ତି ଚୁଲବୁଲି ଏଲିନା ଓ ଚକ୍‌ଲେଟ୍‌ ବୟ ବାବୁଶାନ୍‌ଙ୍କ ଯୋଡିକୁ। ‘ଲଭ୍‌ଷ୍ଟେସନ’ ଫିଲ୍ମର ୟୁଏସ୍‌ପି ହେଉଛି ଏହାର ଗୀତ। ଖାସ୍‌କରି ‘ଟାଟୁବାଲି’ ଓ ‘ଓରେ ସାୱରିଆ’ ଗୀତ ଦର୍ଶକଙ୍କୁ ବାନ୍ଧି ପାରିଥିବା ବେଳେ ଭେଟେରାନ୍‌ ଅଭିନେତା ମିହିର ଦାସ ଓ ଅନ୍ୟ କଳାକାରଙ୍କ ଅଭିନୟ ବେଶ୍‌ ଚିତ୍ତାକର୍ଷକ ହୋଇଛି।

ଫିଲ୍ମ ଦେଖି ଦର୍ଶକମାନେ ବାହାରିବା ପରେ ଜଣେ ଦର୍ଶକ କହିଛନ୍ତି,“ଗୋଟିଏ ମାରିବି ତୋ ନାକରୁ ରକ୍ତ ବାହାରିବ। ଦିଇଟା ମାରିବି ତୋର ପୁରା ବତିଶି ବାହାରିଯିବ। ଆଉ ତିନିଟା ମାରିଲେ ତୋ ଛାତିରୁ କଲିଜା ଛିଣ୍ଡି ଯିବ।”

ଆଠଗଡର ଆଉ ଜଣେ ଦର୍ଶକ କହିଛନ୍ତି,“ଏହି ଫିଲ୍ମର ‘ଟାଟୁବାଲି’ ହେଉ କି ‘ଓରେ ସାୱାରିଆ’ ହେଉ କି ‘ଟ୍ୱିଙ୍କିଲ୍‌ ଟ୍ୱିଙ୍କିଲ’ ଗୀତ ଏକ୍‌ଦମ୍‌ ବଢିଆ ହେଇଛି। ଏହି ଫିଲ୍ମଟି ସୁପରଡୁପର ହିଟ୍‌ ହୋଇଛି।”

ଏହି ଫିଲ୍ମକୁ ଅଶୋକ ପତି ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମ୍‌ଦାର। ଫିଲ୍ମଟି ଗତ ୧୨ ତାରିଖ ଦିନ ମୁକ୍ତିଲାଭ କରିଥିଲା।