ଆସୁଛି ‘ଏମ୍‌.ଏସ୍‌ ଧୋନି ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ର ସିକ୍ୱେଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର କ୍ୟାପଟେନ୍‌ କୁଲ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର। ୨୦୧୬ରେ ବକ୍ସ ଅଫିସ୍‌ରେ ସୁପରହିଟ୍‌ ଫିଲ୍ମ ‘ଏମ୍‌ଏସ୍‌ ଧୋନି ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ର ସିକ୍ୱେଲ ବନାହେବାକୁ ଯାଉଛି। ସୂଚନା ଅନୁଯାୟୀ ଫିଲ୍ମରେ ପୁଣିଥରେ ସୁଶାନ୍ତ ସିଂହ ରାଜପୁତ ଧୋନିଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମର କାହାଣୀ କଥା କହିଲେ, ଏଥର ଫିଲ୍ମରେ ଧୋନିଙ୍କ ୱାର୍ଲ୍ଡ କପ୍‌ ଚାମ୍ପିୟନ ହେବା ଓ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଅଧିକ […]

sushant_dhoni_759

Rakesh Mallick
  • Published: Wednesday, 04 July 2018
  • , Updated: 05 July 2018, 07:12 AM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର କ୍ୟାପଟେନ୍‌ କୁଲ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର। ୨୦୧୬ରେ ବକ୍ସ ଅଫିସ୍‌ରେ ସୁପରହିଟ୍‌ ଫିଲ୍ମ ‘ଏମ୍‌ଏସ୍‌ ଧୋନି ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ର ସିକ୍ୱେଲ ବନାହେବାକୁ ଯାଉଛି। ସୂଚନା ଅନୁଯାୟୀ ଫିଲ୍ମରେ ପୁଣିଥରେ ସୁଶାନ୍ତ ସିଂହ ରାଜପୁତ ଧୋନିଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମର କାହାଣୀ କଥା କହିଲେ, ଏଥର ଫିଲ୍ମରେ ଧୋନିଙ୍କ ୱାର୍ଲ୍ଡ କପ୍‌ ଚାମ୍ପିୟନ ହେବା ଓ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଅଧିକ ଦେଖିବାକୁ ମିଳିବ।

ଫିଲ୍ମରେ ଧୋନିଙ୍କ ଆଇପିଏଲ୍ ମ୍ୟାଚ୍‌ଗୁଡ଼ିକରେ ଚେନ୍ନାଇ ସୁପର କିଙ୍ଗସର ଆରମ୍ଭରୁ ଜିତିବା ପର୍ଯ୍ୟନ୍ତର ଯାତ୍ରା ମଧ୍ୟ ଦେଖିବାକୁ ମିଳିବ। ଏହା ବ୍ୟତୀତ ଫିଲ୍ମର ଦ୍ୱିତୀୟ ଭାଗରେ ୨୦୧୫ରେ ଭାରତୀୟ କ୍ରିକେଟ ଟିମ୍‌ ୱାର୍ଲଡକପ୍‌ ସେମି ଫାଇନାଲ ଯାଏ ଯିବାକୁ ମଧ୍ୟ ଦର୍ଶାଯିବ। ଫିଲ୍ମଟିକୁ ରୋନି ସ୍କରୁଭାଲା ପ୍ରଯୋଜନା କରିବେ ବୋଲି ଶୁଣିବାକୁ ମିଳୁଛି। ଆସନ୍ତା ବର୍ଷ ସୁଧା ଏହି ଫିଲ୍ମଟି ପରଦାକୁ ଆସିଯିବ ବୋଲି ଆଶା କରାଯାଉଛି।

Related story