ମାଧୁରୀ @ ୪୯

ମୁମ୍ବାଇ: ଆଜି ହେଉଛି ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଜନ୍ମ ଦିନ। ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି ବଲିଉଡ୍‌ର ଏହି ‘ଧକ୍ ଧକ୍ ଗାର୍ଲ’। ୧୯୬୭ ମେ’ ୧୫ ତାରିଖରେ ମୁମ୍ବାଇର ‘ଚିପ୍ତବନ’ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାଁ ଶଙ୍କର ଦୀକ୍ଷିତ ଓ ମା’ଙ୍କ ନାଁ ସ୍ନେହଲତା ଦୀକ୍ଷିତ। ମାଧୁରୀ ଜଣେ କଥକ ନୃତ୍ୟଶିଳ୍ପୀ। ୧୯୮୪ରେ ‘ଅବୋଧ’ ଫିଲ୍ମ ଜରିଆରେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ତେବେ ୧୯୮୮ରେ ରିଲିଜ୍ ହୋଇଥିବା […]

madhurdixit

madhurdixit

Rakesh Mallick
  • Published: Sunday, 15 May 2016
  • Updated: 16 May 2016, 04:04 AM IST

Sports

Latest News

madhurdixitମୁମ୍ବାଇ: ଆଜି ହେଉଛି ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଜନ୍ମ ଦିନ। ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି ବଲିଉଡ୍‌ର ଏହି ‘ଧକ୍ ଧକ୍ ଗାର୍ଲ’। ୧୯୬୭ ମେ’ ୧୫ ତାରିଖରେ ମୁମ୍ବାଇର ‘ଚିପ୍ତବନ’ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାଁ ଶଙ୍କର ଦୀକ୍ଷିତ ଓ ମା’ଙ୍କ ନାଁ ସ୍ନେହଲତା ଦୀକ୍ଷିତ।

ମାଧୁରୀ ଜଣେ କଥକ ନୃତ୍ୟଶିଳ୍ପୀ। ୧୯୮୪ରେ ‘ଅବୋଧ’ ଫିଲ୍ମ ଜରିଆରେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ତେବେ ୧୯୮୮ରେ ରିଲିଜ୍ ହୋଇଥିବା ‘ତେଜାବ’ ତାଙ୍କୁ ଆଣି ଦେଇଥିଲା ପ୍ରସିଦ୍ଧି। ‘ରାମ ଲଖନ’ (୧୯୮୯), ‘ପରିନ୍ଦା’ (୧୯୮୯), ‘ଦିଲ୍’ (୧୯୯୦), ‘ସାଜନ୍’ (୧୯୯୧), ‘ବେଟା’ (୧୯୯୨),‘ଖଲନାୟକ’ (୧୯୯୩),‘ହମ୍ ଆପ୍‌କେ ହୈ କୌନ୍’ (୧୯୯୪), ‘ରାଜା’ (୧୯୯୫) ଓ ‘ଦିଲ୍ ତୋ ପାଗଲ୍ ହେ’ (୧୯୯୭) ଭଳି ହିଟ୍ ଫିଲ୍ମରେ ଅଭିନୟ କରି ସେ ନିଜକୁ ବଲିଉଡ୍‌ରେ ପ୍ରତିଷ୍ଠିତ କରାଇପାରିଥିଲେ। ‘ଅଞ୍ଜାମ’ (୧୯୯୪), ‘ମୃତ୍ୟୁଦଣ୍ଡ’ (୧୯୯୭), ‘ପୁକାର’ (୨୦୦), ‘ଲଜ୍ଜା’ (୨୦୦୧) ଓ ‘ଦେବଦାସ’ (୨୦୦୨)ରେ ନିଜର ଅଭିନୟ ପାଇଁ ବହୁ ପ୍ରଶଂସିତ ହୋଇଛନ୍ତି ମାଧୁରୀ। ୨୦୦୨ ପରଠାରୁ ସେ ଫିଲ୍ମରୁ ଦୂରେଇ ଯାଇଥିଲେ ନିଜ ପିଲାଙ୍କ ଦେଖାଶୁଣା କରିବାକୁ। ତେବେ ୨୦୦୭ରେ ‘ଆଜା ନଚ୍‌ଲେ’ ଜରିଆରେ ସେ ପୁଣି ଫେରିଥିଲେ ବଡ଼ ପରଦାକୁ। ୨୦୧୪ରେ ସେ ‘ଦେଢ଼ ଇଶ୍କିୟା’ ଓ ‘ଗୁଲାବ ଗ୍ୟାଙ୍ଗ୍‌’ରେ ଅଭନୟ କରିଥିଲେ।

ମାଧୁରୀ ୬ ଥର ଫିଲ୍ମ ଫେୟାର ପୁରସ୍କାର ପାଇଛନ୍ତି। ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସେ ୪ ଥର ଫିଲ୍ମ ଫେୟାର ପୁରସ୍କାର ପାଇଥିବା ବେଳେ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ଥରେ ଏହି ପୁରସ୍କାର ହାତେଇଛନ୍ତି। ଥରେ ତାଙ୍କୁ ସ୍ୱତନ୍ତ୍ର ଫିଲ୍ମ ଫେୟାର ଆୱାର୍ଡ ମିଳିଛି। ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇବା ପାଇଁ ସେ ରେକର୍ଡ ୧୪ ଥର ମନୋନୀତ ହୋଇଥିଲେ। ୨୦୦୮ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos