ଷ୍ଟେଜ୍‌ରେ ଡ୍ୟାନ୍ସର ଜଲ୍‌ବା ଦେଖାଇଲେ ମାଧୁରୀ ଓ ପ୍ରିୟଙ୍କା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ବଲିଉଡ୍‌ର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଓ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏକାଠି ନାଚୁଥିବା ଏକ ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଚର୍ଚ୍ଚାରେ ରହିଛି। ଏହି ଭିଡିଓକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଭିଡିଓରେ ମାଧୁରୀ ଓ ପ୍ରିୟଙ୍କା ‘ଡୋଲା ରେ ଡୋଲା’ ଓ ‘ପିଙ୍ଗା’ ଗୀତରେ ନାଚୁଛନ୍ତି। ଏ ଦୁଇ ଅଭିନେତ୍ରୀ ମଞ୍ଚ ଉପରେ ଏକା ସଙ୍ଗରେ ବହୁତ କମ୍‌ ଦେଖିବାକୁ ମିଳିଥାଏ। ଭାଇରାଲ୍‌ ଡ୍ୟାନ୍ସ ଭିଡିଓରେ ଦୁହେଁ ଡାନ୍ସ […]

mmmm

Puspanjali Panda
  • Published: Friday, 27 September 2019
  • , Updated: 27 September 2019, 02:53 PM IST

ନୂଆଦିଲ୍ଲୀ : ବଲିଉଡ୍‌ର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଓ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏକାଠି ନାଚୁଥିବା ଏକ ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଚର୍ଚ୍ଚାରେ ରହିଛି। ଏହି ଭିଡିଓକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି।

ଭିଡିଓରେ ମାଧୁରୀ ଓ ପ୍ରିୟଙ୍କା ‘ଡୋଲା ରେ ଡୋଲା’ ଓ ‘ପିଙ୍ଗା’ ଗୀତରେ ନାଚୁଛନ୍ତି। ଏ ଦୁଇ ଅଭିନେତ୍ରୀ ମଞ୍ଚ ଉପରେ ଏକା ସଙ୍ଗରେ ବହୁତ କମ୍‌ ଦେଖିବାକୁ ମିଳିଥାଏ। ଭାଇରାଲ୍‌ ଡ୍ୟାନ୍ସ ଭିଡିଓରେ ଦୁହେଁ ଡାନ୍ସ ଦିୱାନେ ୨ର ସେଟ୍‌ରେ ଉପସ୍ଥିତ ଅଛନ୍ତି।

https://www.instagram.com/p/B2171jDh9p3/?utm_source=ig_web_copy_link

ପ୍ରିୟଙ୍କା ଚୋପ୍ରା ଡାନ୍ସ ଦିୱାନେ ଶୋ’କୁ ତାଙ୍କ ଫିଲ୍ମ ‘ସ୍କାଏ ଇଜ୍‌ ପିଙ୍କ’ର ପ୍ରମୋସନ୍‌ କରିବା ପାଇଁ ଆସିଥିଲେ। କିନ୍ତୁ ଦର୍ଶକଙ୍କର ଡିମାଣ୍ଡ ପରେ ମାଧୁରୀଙ୍କ ସହିତ ଡ୍ୟାନ୍ସ କରିଥିଲେ। ପ୍ରଥମେ ଦୁହେଁ ମାଧୁରୀଙ୍କ ଫିଲ୍ମ ‘ଦେବଦାସ’ର ‘ଡୋଲା ରେ ଡୋଲା’ ଗୀତରେ ଓ ପରେ ପ୍ରିୟଙ୍କାଙ୍କ ‘ବାଜିରାଓ ମସ୍ତାନି’ ଫିଲ୍ମର ‘ପିଙ୍ଗା ଦପୋରି ପିଙ୍ଗା’ ଗୀତରେ ନାଚିଥିଲେ।

https://www.instagram.com/p/B21p_4MFq8N/?utm_source=ig_web_copy_link

‘ସ୍କାଏ ଇଜ୍‌ ପିଙ୍କ’ ଫିଲ୍ମରେ ପ୍ରିୟଙ୍କାଙ୍କ ସହିତ ଫରହାନ୍‌ ଅଖତର୍‌ ଓ ଜାୟରା ବସୀମ୍‌ ମଧ୍ୟ ଅଭିନୟ କରିଛନ୍ତି।

ମାଧୁରୀ ଦୀକ୍ଷିତଙ୍କୁ ନିକଟରେ ‘ଟୋଟାଲ ଧମାଲ୍‌’ ଓ ‘କଳଙ୍କ୍‌’ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ‘ଟୋଟାଲ୍‌ ଧମାଲ୍‌’ ବକ୍ସ ଅଫିସରେ ଭଲ କଲେକ୍ସନ କରିଥିଲା କିନ୍ତୁ ‘କଳଙ୍କ୍‌’ଏ ସେତେଟା ବ୍ୟବସାୟ କରିପାରିନଥିଲା। ବର୍ତ୍ତମାନ ମାଧୁରୀ ‘ଡାନ୍ସ ଦିୱାନେ ୨’ ଶୋ’ର ବିଚାରପତି ଅଛନ୍ତି।

Related story