ପୁଣି ଚର୍ଚ୍ଚାରେ ବି-ଟାଉନର ଏହି ଲଭ-ବାର୍ଡ, ଏଥର ପୋଷ୍ଟ୍‌ କଲେ ଅନ୍ତରଙ୍ଗ ଫଟୋ

ମୁମ୍ବାଇ: ବି- ଟାଉନ୍‌ର ଚର୍ଚ୍ଚିତ ଲଭ୍ ବାର୍ଡ ମଲାଇକା ଅରୋରା ଖାନ୍ ଓ ଅର୍ଜୁନ କପୁରଙ୍କ ସମ୍ପର୍କକୁ ନେଇ ସବୁ ବେଳେ କିଛି ନା କିଛି ଚର୍ଚ୍ଚା ଚାଲିଥାଏ। ଗତକାଲି ମଲାଇକା ତାଙ୍କ ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅର୍ଜୁନଙ୍କ ସହ ଏକ ଅନ୍ତରଙ୍ଗ ଫଟୋ ପୋଷ୍ଟ କରିବା ପରେ ଏବେ ଦୁହିଁଙ୍କୁ ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା। https://www.instagram.com/p/BzLhmO-BuLJ/?utm_source=ig_web_copy_link ଗତକାଲି ଥିଲା ଅର୍ଜୁନ କପୁରଙ୍କ ଜନ୍ମଦିନ। ଅର୍ଜୁନଙ୍କୁ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ମଲାଇକା ଏହି ଫଟୋ […]

arjun_malaikaa

Chinmayee Roy
  • Published: Friday, 28 June 2019
  • , Updated: 28 June 2019, 01:12 PM IST

ମୁମ୍ବାଇ: ବି- ଟାଉନ୍‌ର ଚର୍ଚ୍ଚିତ ଲଭ୍ ବାର୍ଡ ମଲାଇକା ଅରୋରା ଖାନ୍ ଓ ଅର୍ଜୁନ କପୁରଙ୍କ ସମ୍ପର୍କକୁ ନେଇ ସବୁ ବେଳେ କିଛି ନା କିଛି ଚର୍ଚ୍ଚା ଚାଲିଥାଏ। ଗତକାଲି ମଲାଇକା ତାଙ୍କ ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅର୍ଜୁନଙ୍କ ସହ ଏକ ଅନ୍ତରଙ୍ଗ ଫଟୋ ପୋଷ୍ଟ କରିବା ପରେ ଏବେ ଦୁହିଁଙ୍କୁ ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା।

https://www.instagram.com/p/BzLhmO-BuLJ/?utm_source=ig_web_copy_link

ଗତକାଲି ଥିଲା ଅର୍ଜୁନ କପୁରଙ୍କ ଜନ୍ମଦିନ। ଅର୍ଜୁନଙ୍କୁ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ମଲାଇକା ଏହି ଫଟୋ ଶେଆର କରିଥିଲେ। ଏହି ଫଟୋ  ଶେଆର କରିବା ପରେ ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କକୁ ମଲାଇକା ସ୍ୱୀକାର କରିଥିବା କୁହାଯାଉଛି। ବର୍ତ୍ତମାନ ଦୁହେଁ ନ୍ୟୁୟର୍କରେ ଛୁଟି କାଟୁଛନ୍ତି। ସେଠାରେ ସେମାନେ ଖୁବ୍‌ ମସ୍ତି କରୁଥିବା ବେଳେ ଏହାର କିଛି ଫଟୋ ମଧ୍ୟ ସୋଶାଲ୍ ମିଡିଆରେ ଶେଆର କରିଛନ୍ତି ମଲାଇକା। ସେମାନଙ୍କ ସହିତ ଅର୍ଜୁନଙ୍କ ଦାଦା ତଥା ଅଭିନେତା ସଞ୍ଜୟ କପରୁ ଏବଂ ତାଙ୍କ ପତ୍ନୀ ଓ ପିଲାମାନେ ମଧ୍ୟ ସେଠାକୁ ଯାଇଛନ୍ତି।

https://www.instagram.com/p/BzON0sDhSQl/?utm_source=ig_web_copy_link

https://www.instagram.com/p/BzOjs6llC_H/?utm_source=ig_web_copy_link

ସଞ୍ଜୟ କପୁରଙ୍କ ପୁଅଙ୍କ ସହ ଅର୍ଜ୍ଜୁନ ଓ ମଲାଇକା ଏକ ଫଟୋ ଉଠାଇଛନ୍ତି। ଏହାକୁ ପୋଷ୍ଟ କରି ସଞ୍ଜୟଙ୍କ ପତ୍ନୀ ମହିପ ‘ଜୟ ହିନ୍ଦ’ ଲେଖିଛନ୍ତି। ଫଟୋରେ ୩ ଜଣଙ୍କ ଆଉଟଫିଟ୍‌ର ରଙ୍ଗ ଦେଖି ମହିପ ଏପରି କମେଣ୍ଟ ଦେଇଥିବା ଜଣାଯାଇଛି।  ଅନ୍ୟପଟେ ମାୟାନଗରୀ ମୁମ୍ବାଇରେ ଏହାବି ଚର୍ଚ୍ଚା ହେଉଛି ଯେ, ଖୁବ୍ ଶୀଘ୍ର ଏହି ଦୁଇ ଲଭ୍ ବାର୍ଡ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

Related story