ବ୍ରୁନୋଙ୍କ ପ୍ରେମରେ ମଲ୍ଲିକା!

ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ମଲ୍ଲିକା ସେରାୱତ ଆମେରିକାର ପପ୍ ଗାୟକ ବ୍ରୁନୋ ମାର୍ସଙ୍କ ପ୍ରେମରେ ପଡ଼ିଯାଇଛନ୍ତି ବୋଲି ବି-ଟାଉନ୍‌ରେ ଜୋର୍ ଧରିଛି ଚର୍ଚ୍ଚା। ଏ ପ୍ରକାର ଚର୍ଚ୍ଚା ଉଠିଛି ମଲ୍ଲିକାଙ୍କର ଏକ ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟକୁ ନେଇ। ମଲ୍ଲିକା ଏଥିରେ ବ୍ରୁନୋଙ୍କ ସହିତ ତାଙ୍କର ଏକ ଭିଡିଓ ପୋଷ୍ଟ୍ କରିଛନ୍ତି ଏବଂ ତା’ସହିତ ବ୍ରୁନୋ ପ୍ରଶଂସନୀୟ ବୋଲି ଲେଖିଛନ୍ତି। ୨୦୧୨ରେ ‘ହ୍ୱାଟା ମ୍ୟାନ୍’ ଭିଡିଓରେ ବ୍ରୁନୋଙ୍କ ସହିତ କାମ କରିଥିଲେ ମଲ୍ଲିକା। ଏହା ପୂର୍ବରୁ ୨୦୦୫ରେ ମଲ୍ଲିକା ଜ୍ୟାକି […]

mallika-bruno

Rakesh Mallick
  • Published: Sunday, 27 March 2016
  • , Updated: 27 March 2016, 09:53 AM IST

ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ମଲ୍ଲିକା ସେରାୱତ ଆମେରିକାର ପପ୍ ଗାୟକ ବ୍ରୁନୋ ମାର୍ସଙ୍କ ପ୍ରେମରେ ପଡ଼ିଯାଇଛନ୍ତି ବୋଲି ବି-ଟାଉନ୍‌ରେ ଜୋର୍ ଧରିଛି ଚର୍ଚ୍ଚା। ଏ ପ୍ରକାର ଚର୍ଚ୍ଚା ଉଠିଛି ମଲ୍ଲିକାଙ୍କର ଏକ ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟକୁ ନେଇ। ମଲ୍ଲିକା ଏଥିରେ ବ୍ରୁନୋଙ୍କ ସହିତ ତାଙ୍କର ଏକ ଭିଡିଓ ପୋଷ୍ଟ୍ କରିଛନ୍ତି ଏବଂ ତା’ସହିତ ବ୍ରୁନୋ ପ୍ରଶଂସନୀୟ ବୋଲି ଲେଖିଛନ୍ତି।

୨୦୧୨ରେ ‘ହ୍ୱାଟା ମ୍ୟାନ୍’ ଭିଡିଓରେ ବ୍ରୁନୋଙ୍କ ସହିତ କାମ କରିଥିଲେ ମଲ୍ଲିକା।

ଏହା ପୂର୍ବରୁ ୨୦୦୫ରେ ମଲ୍ଲିକା ଜ୍ୟାକି ଚାନ୍‌ଙ୍କ ସହ ‘ଦ ମିଥ୍ ’ରେ କାମ କରିଥିଲେ।

Related story