ମରାଠୀ ଫିଲ୍ମ ନିର୍ମାତା ଅତୁଲ ତାପକୀରଙ୍କ ଆତ୍ମହତ୍ୟା; ପତ୍ନୀ ନିର୍ଯାତନା ଦେଉଥିଲେ ବୋଲି ଲେଖିଯାଇଛନ୍ତି

ମୁମ୍ବାଇ: ମରାଠୀ ଫିଲ୍ମ ନିର୍ମାତା ତଥା ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା ଅତୁଲ ତାପକୀର ଆତ୍ମହତ୍ୟା କରିଛନ୍ତି।  ଏହି ଖବର ଜଣାପଡ଼ିବା ପରେ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକରଛାୟା ଖେଳିଯାଇଛି। ଅତୁଲ ମରାଠୀ ଫିଲ୍ମ ‘ଢୋଲତାଶୋ’ର ନିର୍ମାତା ଥିଲେ। ଅତୁଲ ପୁଣେର ଏକ ହୋଟେଲ୍‌ରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସେ ନିଜର କାହାଣୀ ଫେସବୁକରେ ଲେଖିଯାଇଛନ୍ତି। ସେ ତାଙ୍କ ମୃତ୍ୟୁ ପାଇଁ ତାଙ୍କ ପତ୍ନୀ ପ୍ରିୟଙ୍କାଙ୍କୁ ଦାୟୀ କରିଛନ୍ତି। […]

-atul-b-tapkir

Rakesh Mallick
  • Published: Monday, 15 May 2017
  • , Updated: 15 May 2017, 11:43 AM IST

ମୁମ୍ବାଇ: ମରାଠୀ ଫିଲ୍ମ ନିର୍ମାତା ତଥା ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା ଅତୁଲ ତାପକୀର ଆତ୍ମହତ୍ୟା କରିଛନ୍ତି।  ଏହି ଖବର ଜଣାପଡ଼ିବା ପରେ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକରଛାୟା ଖେଳିଯାଇଛି। ଅତୁଲ ମରାଠୀ ଫିଲ୍ମ ‘ଢୋଲତାଶୋ’ର ନିର୍ମାତା ଥିଲେ।

ଅତୁଲ ପୁଣେର ଏକ ହୋଟେଲ୍‌ରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସେ ନିଜର କାହାଣୀ ଫେସବୁକରେ ଲେଖିଯାଇଛନ୍ତି। ସେ ତାଙ୍କ ମୃତ୍ୟୁ ପାଇଁ ତାଙ୍କ ପତ୍ନୀ ପ୍ରିୟଙ୍କାଙ୍କୁ ଦାୟୀ କରିଛନ୍ତି।

ସୁସାଇଡ୍‌ ନୋଟ୍‌ରେ ସେ ଲେଖିଛନ୍ତି ଯେ ପ୍ରିୟଙ୍କା ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ଓ ତାଙ୍କ ପିଲାମାନଙ୍କଠାରୁ ଦୂରେଇ ରଖୁଥିଲେ। ଏପରିକି ୬ ମାସ ତଳେ ସେ ତାଙ୍କୁ ଘରୁ ବାହାର କରି ଦେଇଥିଲେ।

ଆଜତକ୍‌-ସୌଜନ୍ୟ

 

Related story