ମେକ୍ସିକୋର ଆଣ୍ଡ୍ରିଆ ହେଲେ ମିସ୍ ୟୁନିଭର୍ସ, ଚତୁର୍ଥରେ ସନ୍ତୁଷ୍ଟ ହେଲେ ଭାରତୀୟ ପ୍ରତିଯୋଗୀ

ନୂଆଦିଲ୍ଲୀ: ମେକ୍ସିକୋର ଆଣ୍ଡ୍ରିଆ ମେଜା ହେଲେ ମିସ୍ ୟୁନିଭର୍ସ-୨୦୨୦ର ବିଜେତା। ସେ ବ୍ରାଜିଲର ଜୁଲିଆ ଗାମାଙ୍କୁ ହରାଇ ଏହି ମୁକୁଟ ନିଜ ନାଁରେ କରିଛନ୍ତି। ତେବେ ଭାରତର ମିସ୍ ଇଣ୍ଡିଆ ଆଡଲିନ୍ କାଷ୍ଟୋଲିନୋ ନିରାଶ କରିଛନ୍ତି। ପୂର୍ବତନ ମିସ୍ ୟୁନିଭର୍ସ ଜୋଜିବିନୀ ଟୁଞ୍ଜି ଆଣ୍ଡ୍ରିଆ ମେଜାଙ୍କୁ ବିଜେତା ମୁକୁଟ ପିନ୍ଧାଇଛନ୍ତି। ବ୍ରାଜିଲର ଜୁଲିଆ ଗାମା ପ୍ରଥମ ରନର୍ସଅପ୍ ହୋଇଥିବା ବେଳେ ପେରୁର ଜାନିକ୍ ମାସେଟା ଦ୍ୱିତୀୟ ରନର୍ସଅପ୍ ହୋଇଛନ୍ତି । ଭାରତ ମଧ୍ୟ ମିସ୍ ୟୁନିଭର୍ସ ପ୍ରତିଯୋଗିତାର […]

Andrea-Meza

Andrea-Meza

Ranjit Kumar Jena
  • Published: Monday, 17 May 2021
  • Updated: 17 May 2021, 01:16 PM IST

ନୂଆଦିଲ୍ଲୀ: ମେକ୍ସିକୋର ଆଣ୍ଡ୍ରିଆ ମେଜା ହେଲେ ମିସ୍ ୟୁନିଭର୍ସ-୨୦୨୦ର ବିଜେତା। ସେ ବ୍ରାଜିଲର ଜୁଲିଆ ଗାମାଙ୍କୁ ହରାଇ ଏହି ମୁକୁଟ ନିଜ ନାଁରେ କରିଛନ୍ତି। ତେବେ ଭାରତର ମିସ୍ ଇଣ୍ଡିଆ ଆଡଲିନ୍ କାଷ୍ଟୋଲିନୋ ନିରାଶ କରିଛନ୍ତି। ପୂର୍ବତନ ମିସ୍ ୟୁନିଭର୍ସ ଜୋଜିବିନୀ ଟୁଞ୍ଜି ଆଣ୍ଡ୍ରିଆ ମେଜାଙ୍କୁ ବିଜେତା ମୁକୁଟ ପିନ୍ଧାଇଛନ୍ତି। ବ୍ରାଜିଲର ଜୁଲିଆ ଗାମା ପ୍ରଥମ ରନର୍ସଅପ୍ ହୋଇଥିବା ବେଳେ ପେରୁର ଜାନିକ୍ ମାସେଟା ଦ୍ୱିତୀୟ ରନର୍ସଅପ୍ ହୋଇଛନ୍ତି ।

ଭାରତ ମଧ୍ୟ ମିସ୍ ୟୁନିଭର୍ସ ପ୍ରତିଯୋଗିତାର ଟପ୍‌-୫ରେ ସ୍ଥାନ ହାସଲ କରିଥିଲେ ହେଁ ଟାଇଟଲ୍ ଜିତିପାରିନାହିଁ। ଆଡଲିନ୍ କାଷ୍ଟେଲିନୋ ଭାରତର ପ୍ରତିନିଧିତ୍ୱ କରିଥିଲେ। ସେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ସେହିପରି ଡୋମିନିକାନ୍ ରିପବ୍ଲିକର କିମ୍ବର୍ଲୀ ପେରେଜ୍ ଚତୁର୍ଥ ରନର୍ସଅପ୍ ହୋଇଛନ୍ତି ।

https://twitter.com/MissUniverse/status/1394125260203728898?s=20

ତେବେ ପ୍ରଶ୍ନ ଓ ଉତ୍ତର ରାଉଣ୍ଡରେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିବା ଆଣ୍ଡ୍ରିଆଙ୍କୁ ପଚରା ଯାଇଥିଲା ଯେ ଯଦି ଆପଣ ଦେଶର ଲିଡର୍ ହୋଇଥାନ୍ତେ, ତାହେଲେ ଆପଣ କୋଭିଡ୍‌-୧୯କୁ କିପରି ହ୍ୟାଣ୍ଡଲ୍ କରିଥାନ୍ତେ? ଏହାର ଜବାବରେ ସେ କହିଥିଲେ, ମୋ ମତରେ କୋଭିଡ୍‌-୧୯ ଭଳି କଠିନ ପରିସ୍ଥିତିକୁ ମୁକାବିଲା କରିବାର କୌଣସି ସଠିକ୍ ଉପାୟ ନାହିଁ। ମୋ ମତରେ ଲକଡାଉନ୍ ତ ନିଶ୍ଚୟ କରିଥାନ୍ତି। ହେଲେ ଏହା ପୂର୍ବର ପ୍ରସ୍ତୁତି ବହୁତ ବଡ଼ ହୋଇଥାନ୍ତା, କାରଣ ଆମେ ଅନେକ ଜୀବନ ହରାଇସାରିଛୁ। ଆମକୁ ବହୁତ ଲୋକଙ୍କର ଯତ୍ନ ନେବାକୁ ହେବ । ଏଥିପାଇଁ ମୁଁ ଆରମ୍ଭରୁ ହିଁ ସେମାନଙ୍କ ଯତ୍ନ ନେଇଥାନ୍ତି।

 

View this post on Instagram

 

A post shared by Andrea Meza (@andreamezamx)

ନିଜର ଫାଇନାଲ୍ ଷ୍ଟେଟମେଣ୍ଟରେ ଆଣ୍ଡ୍ରିଆଙ୍କୁ ବିୟୁଟୀ ଷ୍ଟାଣ୍ଡାର୍ଡ ସମ୍ବନ୍ଧରେ ପଚରା ଯାଇଥିଲା । ଏଥିରେ ଆଣ୍ଡ୍ରିଆ କହିଥିଲେ, ଆମେ ଏକ ଆଡଭାନ୍ସ ସୋସାଇଟିରେ ରହୁଛୁ । ଯେହେତୁ ଆମେ ଏକ ଆଡଭାନ୍ସ ସୋସାଇଟିରେ ରହୁଛୁ, ତେଣୁ ଆମକୁ ଷ୍ଟିରିଓଟାଇପ୍ ସହ ଆଡଭାନ୍ସ ଅଛୁ। ମୋ ପାଇଁ ସୁନ୍ଦରତା ନା କେବଳ ଆତ୍ମାରୁ ଆସିଥାଏ ବରଂ ଏହା ଆମର ହୃଦୟରୁ ମଧ୍ୟ ଆସିଥାଏ ଏବଂ ଆମେ ଏହାକୁ କିପରି ବ୍ୟବହାର କରୁଛୁ, ତାହା ବଡ଼ କଥା । ଆପଣ ମୂଲ୍ୟବାନ ନୁଅନ୍ତି ବୋଲି କାହାକୁ କହିବାକୁ ଦିଅନ୍ତୁ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos