ମିଲିନ୍ଦଙ୍କୁ 'ପାପାଜୀ' ଡାକନ୍ତି ସ୍ତ୍ରୀ ଅଙ୍କିତା

ମୁମ୍ବାଇ: ସୁପର ମଡେଲ୍ ମିଲିନ୍ଦ ସୋମନ ନିଜ ଫିଟ୍‌ନେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିଶେଷ କରି ମିଲିନ୍ଦ ସେତେବେଳେ ଅଧିକ ଚର୍ଚ୍ଚାକୁ ଆସିଥିଲେ ଯେବେ ସେ ନିଜଠୁ ୨୬ ବର୍ଷ ସାନ  ଅଙ୍କିତା କନୱରଙ୍କୁ ବିବାହ କରିଥିଲେ। ଗତବର୍ଷ ଏପ୍ରିଲ୍ ରେ ବିବାହ କରିଥିବା ଏହିଯୋଡ଼ି ପାଖାପାଖି ୫ ବର୍ଷ ହେଲାଣି ଏକାଠି ଅଛନ୍ତି। ତଥାପି ସେମାନଙ୍କ ମଧ୍ୟରେ ଥିବା ବୟସର ପାର୍ଥକ୍ୟକୁ ନେଇ ଅନେକ ସମୟରେ ଲୋକମାନେ ପ୍ରଶ୍ନ ଉଠାଇଥାନ୍ତି। ଅନେକ ସମୟରେ ଲୋକମାନେ […]

milind

Chinmayee Roy
  • Published: Saturday, 14 September 2019
  • , Updated: 15 September 2019, 07:40 AM IST

ମୁମ୍ବାଇ: ସୁପର ମଡେଲ୍ ମିଲିନ୍ଦ ସୋମନ ନିଜ ଫିଟ୍‌ନେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିଶେଷ କରି ମିଲିନ୍ଦ ସେତେବେଳେ ଅଧିକ ଚର୍ଚ୍ଚାକୁ ଆସିଥିଲେ ଯେବେ ସେ ନିଜଠୁ ୨୬ ବର୍ଷ ସାନ  ଅଙ୍କିତା କନୱରଙ୍କୁ ବିବାହ କରିଥିଲେ। ଗତବର୍ଷ ଏପ୍ରିଲ୍ ରେ ବିବାହ କରିଥିବା ଏହିଯୋଡ଼ି ପାଖାପାଖି ୫ ବର୍ଷ ହେଲାଣି ଏକାଠି ଅଛନ୍ତି। ତଥାପି ସେମାନଙ୍କ ମଧ୍ୟରେ ଥିବା ବୟସର ପାର୍ଥକ୍ୟକୁ ନେଇ ଅନେକ ସମୟରେ ଲୋକମାନେ ପ୍ରଶ୍ନ ଉଠାଇଥାନ୍ତି। ଅନେକ ସମୟରେ ଲୋକମାନେ ମିଲିନ୍ଦ ଓ ଅଙ୍କିତାଙ୍କୁ ସୋଶାଲ୍ ମିଡିଆରେ ଟ୍ରୋଲ୍‌ କରନ୍ତି। ଏବେ ପୁଣି ମିଲିନ୍ଦ କହିଛନ୍ତି ଯେ ଅଙ୍କିତା ତାଙ୍କୁ କେବେ କେବେ ‘ପାପାଜୀ’ ବୋଲି ଡାକନ୍ତି।

ନିକଟରେ ଏକ ଭିଡିଓରେ ମିଲିନ୍ଦ ଓ ଅଙ୍କିତା ନିଜ ଲଭ୍‌ଷ୍ଟୋରୀ ଶେଆର କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ନିଜ ବିରୁଦ୍ଧରେ ଆସିଥିବା ଏକ କମେଣ୍ଟକୁ ପଢ଼ୁଛନ୍ତି ମିଲିନ୍ଦ। କମେଣ୍ଟରେ ଅଛି, ‘ଅଙ୍କିତାଙ୍କ ମିଲିନ୍ଦଙ୍କୁ ପାପାଜୀ ଡାକିବା କଥା।’ ଏହାର ଜବାବରେ ମିଲିନ୍ଦ କହୁଛନ୍ତି, ‘ହଁ ସେ କେବେ କେବେ ଡାକନ୍ତି।’ ଏହା ଶୁଣି ଅଙ୍କିତା ବହୁତ ଜୋର୍‌ରେ ହସୁଛନ୍ତି।

ଏହି ଭିଡିଓରେ ଅଙ୍କିତା କହୁଛନ୍ତି, ‘ଯଦି ଆପଣ ଏଭଳି କେଉଁ ବ୍ୟକ୍ତିଙ୍କ ସହ ଅଛନ୍ତି, ଯେଉଁଥି ପାଇଁ ପୂରା ସମାଜ ଖୁସି ଅଛି କିନ୍ତୁ ଆପଣ ନିଜେ ଖୁସି ନାହାଁନ୍ତି ତେବେ ସେ ସମ୍ପର୍କର କ’ଣ ଫାଇଦା?’ ଅନ୍ୟପଟେ ମିଲିନ୍ଦ କହୁଛନ୍ତି, ‘ଆମ ଭିତରେ ବୟସର ଏତିକି ପାର୍ଥକ୍ୟ ରହିଛି ଯେତିକି ମୋ ମା’ ଆଉ ମୋ ଭିତରେ ଅଛି।’

https://youtu.be/40CTE3CR-sA

ସୂଚନାଯୋଗ୍ୟ, ୫୩ ବର୍ଷୀୟ ମିଲିନ୍ଦ ନିଜଠୁ ୨୬ ବର୍ଷ ସାନ ଅଙ୍କିତାଙ୍କୁ ୨୦୧୫ରୁ ଡେଟ୍‌ କରୁଥିଲେ। ଉଭୟ ଗତବର୍ଷ ଏପ୍ରିଲ୍‌ ୨୨ରେ ମୁମ୍ୱାଇର ଅଲିବାଗରେ ସମ୍ପୂର୍ଣ୍ଣ ବୈଦିକ ରୀତି ନୀତିରେ  ବିବାହ କରିଥିଲେ।

Related story