ପୁଣିଥରେ ବାପା ହେବେ ସାହିଦ୍

ମୁମ୍ବାଇ: ପୁଣିଥରେ ବାପା ହେବାକୁ ଯାଉଛନ୍ତି ସାହିଦ୍‌ କପୁର। ସାହିଦ୍ ଓ ତାଙ୍କ ଧର୍ମପତ୍ନୀ ମୀରା ରାଜପୁତ୍‌ ନିଜ ଇନ୍‌ଷ୍ଟାଗ୍ରାମ୍ ଫୋଷ୍ଟ ଜରିଆରେ ଏହି ଖବରଟିକୁ ସେୟାର କରିଛନ୍ତି। ଅନେକ ଦିନରୁ ମୀରାଙ୍କ ପ୍ରେଗନେନ୍‌ସିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ମୀରା ତାଙ୍କ ବଡ଼ ଝିଅ ମିଶାଙ୍କ ଫଟୋକୁ ମଧ୍ୟ ସେୟାର କରିଛନ୍ତି।  ସେଥିରେ ଏକ ବଲୁନ୍‌ର ଛବି ରହିଛି, ଯେଉଁଥିରେ ଲେଖାଯାଇଛି ‘ବଡ଼ ଭଉଣୀ ମିଶା’। ଏହି ଫଟୋକୁ ସାହିଦ୍ ମଧ୍ୟ ସେୟାର କରିଛନ୍ତି। ଗତବର୍ଷ […]

shahid-mira-instagram_650x400_51517483907

Rakesh Mallick
  • Published: Saturday, 21 April 2018
  • , Updated: 21 April 2018, 01:57 PM IST

ମୁମ୍ବାଇ: ପୁଣିଥରେ ବାପା ହେବାକୁ ଯାଉଛନ୍ତି ସାହିଦ୍‌ କପୁର। ସାହିଦ୍ ଓ ତାଙ୍କ ଧର୍ମପତ୍ନୀ ମୀରା ରାଜପୁତ୍‌ ନିଜ ଇନ୍‌ଷ୍ଟାଗ୍ରାମ୍ ଫୋଷ୍ଟ ଜରିଆରେ ଏହି ଖବରଟିକୁ ସେୟାର କରିଛନ୍ତି। ଅନେକ ଦିନରୁ ମୀରାଙ୍କ ପ୍ରେଗନେନ୍‌ସିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ମୀରା ତାଙ୍କ ବଡ଼ ଝିଅ ମିଶାଙ୍କ ଫଟୋକୁ ମଧ୍ୟ ସେୟାର କରିଛନ୍ତି।  ସେଥିରେ ଏକ ବଲୁନ୍‌ର ଛବି ରହିଛି, ଯେଉଁଥିରେ ଲେଖାଯାଇଛି 'ବଡ଼ ଭଉଣୀ ମିଶା'। ଏହି ଫଟୋକୁ ସାହିଦ୍ ମଧ୍ୟ ସେୟାର କରିଛନ୍ତି।

ଗତବର୍ଷ ଏକ ସାକ୍ଷାତକାରରେ ଦୁହେଁ ମାନିଥିଲେ ଯେ ସେମାନେ ତାଙ୍କ ଫ୍ୟାମିଲି ବଢ଼ାଇବାକୁ ଭାବୁଛନ୍ତି। ଯେତେବେଳେ ମୀରୀଙ୍କୁ ପଚରାଗଲା ଯେ ସେ ପ୍ରଫେସନାଲ ଲାଇଫ୍ କେବେ ଆରମ୍ଭ କରିବେ, ସେ କହିଥିଲେ ଯେ ପ୍ରଥମେ ମୁଁ ଦ୍ୱିତୀୟ ପିଲା ପ୍ଲାନ କରିବି, ତା'ପରେ ସେ ବିଷୟରେ ଚିନ୍ତା କରିବି।

ସାହିଦ୍ ମଧ୍ୟ ନିକଟରେ କହିଥିଲେ ଯେ ମୀରା ମାତ୍ର ୨୨ବର୍ଷର। ଆଉ ସେ ଅତିଶୀଘ୍ର ଦ୍ୱିତୀୟ ସନ୍ତାନ ଚାହୁଁଛନ୍ତି। ତା'ପରେ ସେ ଫ୍ରି ହୋଇ ଯାହା ଇଚ୍ଛା ତା କରିବେ। ତାଙ୍କ ପ୍ରଥମ ସନ୍ତାନ ମିଶାର ଜନ୍ମ ୨୦୧୬ ମସିହା ଅଗଷ୍ଟ ୨୬ରେ ହୋଇଥିଲା। ୨୦୧୫ ଜୁଲାଇ ୭ ତାରିଖରେ ସାହିଦ୍‌ ମୀରୀଙ୍କ ହାତ ଧରିଥିଲେ।

Related story