ପୂର୍ବତନ 'ମିସ୍‌ ୟୁନିଭର୍ସ' ଚେଲ୍ସି ସ୍ମିଥ୍‌ଙ୍କ ପରଲୋକ

ମୁମ୍ବାଇ: ୧୯୯୫ ମସିହାରେ ‘ମିସ୍‌ ୟୁନିଭର୍ସ’ ଟାଇଟଲ୍‌ ଜିତିଥିବା ଆମେରିକୀୟ ସୁନ୍ଦରୀ ଚେଲ୍‌ସି ସ୍ମିଥ୍‌ଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୫ ବର୍ଷ ହୋଇଥିଲା। ଚେଲ୍‌ସି ଦୀର୍ଘଦିନ ଧରି ଲିଭର୍ କ୍ୟାନ୍‌ସର୍‌ରେ ପୀଡ଼ିତ ଥିଲେ। ଚେଲ୍‌ସିଙ୍କ ବିୟୋଗ ଖବର ପାଇବା ପରେ ବଲିଉଡ୍‌ ଅଭିନେତ୍ରୀ ତଥା ୧୯୯୪ରେ ‘ମିସ୍ ୟୁନିଭର୍ସ’ ଟାଇଟଲ୍ ବିଜୟିନୀ ସୁସ୍ମିତା ସେନ୍‌ ଟ୍ୱିଟ୍‌ କରି ଶୋକ ବ୍ୟକ୍ତ କରିଛନ୍ତି। ସୁସ୍ମିତା ଲେଖିଛନ୍ତି, ‘‘ମୋତେ ତାଙ୍କ ହସ ଓ ପରିପକ୍ୱ ବ୍ୟକ୍ତିତ୍ୱ ଖୁବ୍‌ […]

susmita

Puspanjali Panda
  • Published: Monday, 10 September 2018
  • , Updated: 10 September 2018, 01:45 PM IST

ମୁମ୍ବାଇ: ୧୯୯୫ ମସିହାରେ 'ମିସ୍‌ ୟୁନିଭର୍ସ' ଟାଇଟଲ୍‌ ଜିତିଥିବା ଆମେରିକୀୟ ସୁନ୍ଦରୀ ଚେଲ୍‌ସି ସ୍ମିଥ୍‌ଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୫ ବର୍ଷ ହୋଇଥିଲା। ଚେଲ୍‌ସି ଦୀର୍ଘଦିନ ଧରି ଲିଭର୍ କ୍ୟାନ୍‌ସର୍‌ରେ ପୀଡ଼ିତ ଥିଲେ।

ଚେଲ୍‌ସିଙ୍କ ବିୟୋଗ ଖବର ପାଇବା ପରେ ବଲିଉଡ୍‌ ଅଭିନେତ୍ରୀ ତଥା ୧୯୯୪ରେ 'ମିସ୍ ୟୁନିଭର୍ସ' ଟାଇଟଲ୍ ବିଜୟିନୀ ସୁସ୍ମିତା ସେନ୍‌ ଟ୍ୱିଟ୍‌ କରି ଶୋକ ବ୍ୟକ୍ତ କରିଛନ୍ତି। ସୁସ୍ମିତା ଲେଖିଛନ୍ତି, ‘‘ମୋତେ ତାଙ୍କ ହସ ଓ ପରିପକ୍ୱ ବ୍ୟକ୍ତିତ୍ୱ ଖୁବ୍‌ ଭଲ ଲାଗେ। ମୋର ପ୍ରିୟ ବନ୍ଧୁଙ୍କ ଆତ୍ମାକୁ ଶାନ୍ତି ମିଳୁ।’’

ଏହି ପୋଷ୍ଟ୍‌ ସହ ସୁସ୍ମିତା ଏକ ଫଟୋ ବି ଶେୟାର କରିଛନ୍ତି। ଏହି ଫଟୋରେ ସୁସ୍ମିତା ସେନ୍‌ ସ୍ମିଥ୍‌ଙ୍କୁ 'ମିସ୍‌ ଯୁନିଭର୍ସ'ର ତାଜ୍‌ ପିନ୍ଧାଉଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ୧୯୯୫ରେ ସ୍ମିଥ୍‌ଙ୍କୁ ୧୯୯୪ର ଟାଇଟଲ୍‌ ବିଜୟିନୀ ସୁସ୍ମିତା ସେନ୍‌ ହିଁ 'ମିସ୍‌ ୟୁନିଭର୍ସ'ର ତାଜ୍ ପିନ୍ଧାଇଥିଲେ।

Related story