ବଦଳିଗଲା ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ଚେହେରା

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ ସାନ୍ଧୁ। ବଦଳିଗଲା ପୁଣି ତାଙ୍କ ଚେହେରା। ତାଙ୍କୁ ଚିହ୍ନିବା ହେଲା ମୁସ୍‌କିଲ୍‌। କେତେବେଳେ ନିଜ ବଢ଼ୁଥିବା ଓଜନକୁ ନେଇ ଆଉ କେତେବେଳେ ଆଇନ୍‌ ମାମଲାରେ ଫସି ଚର୍ଚ୍ଚାରେ ରହୁଥିବା ହରନାଜ ଏବେ ପୁଣି ଚର୍ଚ୍ଚା ପରିସରକୁ ଆସିଛନ୍ତି। ତାଙ୍କର ଏକ ନୂଆ ଲୁକ୍‌ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କୁ ଚିହ୍ନବା କଷ୍ଟକର ହୋଇପଡିଛି। ବାସ୍ତବରେ ମିସ୍‌ ୟୁନିର୍ଭସ ହରନାଜ ସାନ୍ଧୁ ଗ୍ଲାମରସ୍‌ ଅବତାରରେ ନିଜର ନୂଆ ଫଟୋସୁଟ୍‌ କରିଛନ୍ତି। […]

Harnaaz

Madhupriya Mistry
  • Published: Monday, 08 August 2022
  • , Updated: 08 August 2022, 02:49 PM IST

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ ସାନ୍ଧୁ। ବଦଳିଗଲା ପୁଣି ତାଙ୍କ ଚେହେରା। ତାଙ୍କୁ ଚିହ୍ନିବା ହେଲା ମୁସ୍‌କିଲ୍‌। କେତେବେଳେ ନିଜ ବଢ଼ୁଥିବା ଓଜନକୁ ନେଇ ଆଉ କେତେବେଳେ ଆଇନ୍‌ ମାମଲାରେ ଫସି ଚର୍ଚ୍ଚାରେ ରହୁଥିବା ହରନାଜ ଏବେ ପୁଣି ଚର୍ଚ୍ଚା ପରିସରକୁ ଆସିଛନ୍ତି। ତାଙ୍କର ଏକ ନୂଆ ଲୁକ୍‌ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କୁ ଚିହ୍ନବା କଷ୍ଟକର ହୋଇପଡିଛି।

ବାସ୍ତବରେ ମିସ୍‌ ୟୁନିର୍ଭସ ହରନାଜ ସାନ୍ଧୁ ଗ୍ଲାମରସ୍‌ ଅବତାରରେ ନିଜର ନୂଆ ଫଟୋସୁଟ୍‌ କରିଛନ୍ତି। ତାଙ୍କର ଫଟୋସୁଟ୍‌ର ବେଳର ଭିଡିଓ ଓ ଫଟୋ ଏବେ ସୋଶାଲ ମିଡିଆରେ ଛାଇ ଯାଇଛି। ହରନାଜଙ୍କ ଲୁକ୍‌କୁ ଦେଖି ଅନେକ ଚକିତ ହୋଇପଡିଛନ୍ତି। ସେହିପରି ଆଉ କେତେକଙ୍କୁ ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ଅନ୍ଦାଜ ବେଶ୍‌ ପସନ୍ଦ ଆସିଛି।

ସାମ୍ନାକୁ ଆସିଥିବା ଫଟୋରେ ହରନାଜ ବ୍ଲଣ୍ଡ ହେୟାରରେ ନଜର ଆସିଛନ୍ତି। ହରନାଜଙ୍କ ବ୍ଲଣ୍ଡ ହେୟାରକୁ ସଫ୍ଟ କର୍ଲି ଲୁକ୍‌ ଦିଆଯାଇଛି। ତା'ସହିତ ହରନାଜ କେବଳ ନୀଳ ରଙ୍ଗର ସାର୍ଟିନ୍‌ ଶାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଶାର୍ଟକୁ ମ୍ୟାଚ୍‌ କରି ସେ ଆଇସ୍ୟାଡୋ ଲଗାଇ ସ୍ମୋକି ଆଉ ଲୁକ୍‌ କ୍ରିଏଟ୍‌ କରିଛନ୍ତି।

 

View this post on Instagram

 

A post shared by Fadil Berisha Photography (@fadilberishaphotography)

ହରନାଜ ଏହି ଲୁକ୍‌ରେ ବେଶ୍‌ ଷ୍ଟନିଂ ଦେଖାଯାଉଥିବା ବେଳେ ପ୍ରତିଟି ଫଟୋରେ ସେ କିଲର୍‌ ପୋଜ୍‌ ଦେଇଛନ୍ତି। ହରନାଜଙ୍କ ଏଭଳି ବଦଳି ଥିବା ଲୁକ୍‌ ଫ୍ୟାନ୍‌ମାନଙ୍କୁ ବେଶ୍‌ ପସନ୍ଦ ଆସିଛି। ଯେକୌଣସି ଲୁକ୍‌ରେ ମଧ୍ୟ ହରନାଜ ଧମାଲ କରନ୍ତି ବୋଲି ଫ୍ୟାନ୍‌ମାନେ କହିଛନ୍ତି। ସେହିପରି କିଛି ୟୁଜର୍ସ କହିଛନ୍ତି, ସେ ଏହି ଲୁକ୍‌ରେ ବେଶ୍‌ ଅଗଲା ଦେଖାଯାଉଛନ୍ତି। ତାଙ୍କୁ ଚିହ୍ନିବା ମୁସକିଲ୍‌ ହୋଇଛି।

୨୦୨୧ ମିସ୍‌ ୟୁନିର୍ଭସ ମୁକୁଟ ହାତେଇ ହରନାଜ ଭାରତ ପାଇଁ ଆଣିଥିଲେ ଗର୍ବ ଆଉ ଗୌରବ। ସେ ମିସ୍‌ ୟୁନିର୍ଭସ ହେବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ସ୍ଲିମ ଫିଗର ଓ ତାଙ୍କ ସୁନ୍ଦର ଚେହେରା ସମସ୍ତଙ୍କୁ ଆଟ୍ରାକ୍ଟ କରିଥିଲା। ତେବେ କିଛି ଦିନ ତଳେ ହଠାତ ଏକ ଅଗଲା ଲୁକରେ ସାମ୍ନାକୁ ଆସିଥିଲେ ହରନାଜ। ସେ ଫିଟ୍‌ରୁ ହୋଇଯାଇଥିଲେ ଫ୍ୟାଟ୍‌। ବଢ଼ିଯାଇଥିଲା ତାଙ୍କ ଓଜନ। ଏଥିପାଇଁ ସେ ସୋଶାଲ ମିଡିଆରେ ଟ୍ରୋଲ ଶିକାର ହୋଇଥିଲେ।

 

View this post on Instagram

 

A post shared by Fadil Berisha Photography (@fadilberishaphotography)

Related story