ବଲିଉଡ୍‌ରେ ଡେବ୍ୟୁ କରିବେ ବିଶ୍ୱ ସୁନ୍ଦରୀ ମାନୁଷୀ ଚିଲ୍ଲର୍

ମୁମ୍ବାଇ: ବି-ଟାଉନ୍‌ରେ ଏବେ ମିସ୍‌ ୱର୍ଲ୍ଡ ମାନୁଷୀ ଚିଲ୍ଲରଙ୍କ ବଲିଉଡ୍‌ ଡେବ୍ୟୁକୁ ନେଇ ଚାଲିଛି ଚର୍ଚ୍ଚା। କୁହାଯାଉଛି ଯେ ମାନୁଷୀ, ୟଶରାଜ୍‌ ବ୍ୟାନର୍‌ ଆଗାମୀ ଫିଲ୍ମରେ ରଣବୀର ସିଂହଙ୍କ ସହ ନଜର ଆସିବେ। ବର୍ତ୍ତମାନ ରଣବୀର ସିଂହ କବିର ଖାନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘83’କୁ ନେଇ ବ୍ୟସ୍ତ ଅଛନ୍ତି। https://www.instagram.com/p/BuHtaBbnkuZ/?utm_source=ig_web_copy_link ‘ପଦ୍ମାବତ’, ‘ସିମ୍ବା’ ଓ ‘ଗଲି ବୟ’ ପରି ବ୍ୟାକ୍‌ ଟୁ ବ୍ୟାକ୍ ହିଟ୍‌ ଫିଲ୍ମ ଦେଇଥିବା ରଣବୀରଙ୍କ ନାଁ ଏବେ ବଲିଉଡ୍‌ର ସବୁଠୁ ସଫଳ ଅଭିନେତାଙ୍କ […]

manushi

Chinmayee Roy
  • Published: Wednesday, 10 April 2019
  • , Updated: 10 April 2019, 11:22 AM IST

ମୁମ୍ବାଇ: ବି-ଟାଉନ୍‌ରେ ଏବେ ମିସ୍‌ ୱର୍ଲ୍ଡ ମାନୁଷୀ ଚିଲ୍ଲରଙ୍କ ବଲିଉଡ୍‌ ଡେବ୍ୟୁକୁ ନେଇ ଚାଲିଛି ଚର୍ଚ୍ଚା। କୁହାଯାଉଛି ଯେ ମାନୁଷୀ, ୟଶରାଜ୍‌ ବ୍ୟାନର୍‌ ଆଗାମୀ ଫିଲ୍ମରେ ରଣବୀର ସିଂହଙ୍କ ସହ ନଜର ଆସିବେ। ବର୍ତ୍ତମାନ ରଣବୀର ସିଂହ କବିର ଖାନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘83’କୁ ନେଇ ବ୍ୟସ୍ତ ଅଛନ୍ତି।

https://www.instagram.com/p/BuHtaBbnkuZ/?utm_source=ig_web_copy_link

‘ପଦ୍ମାବତ’, ‘ସିମ୍ବା’ ଓ ‘ଗଲି ବୟ’ ପରି ବ୍ୟାକ୍‌ ଟୁ ବ୍ୟାକ୍ ହିଟ୍‌ ଫିଲ୍ମ ଦେଇଥିବା ରଣବୀରଙ୍କ ନାଁ ଏବେ ବଲିଉଡ୍‌ର ସବୁଠୁ ସଫଳ ଅଭିନେତାଙ୍କ ମଧ୍ୟରେ ଗଣାହେଉଛି। ତାଙ୍କ ଆଗାମୀ ଫିଲ୍ମ ଲିଷ୍ଟରେ ‘83’ ଓ ‘ତଖ୍ତ୍’ ସାମିଲ ରହିଛି। ଦୁଇଟିଯାକ ବଡ଼ ବଜେଟ୍‌ର ଫିଲ୍ମ। ସୂଚନା ଅନୁୟାୟୀ, ରଣବୀର ଏବେ ନିଜ ଡେବ୍ୟୁ ପ୍ରଡକ୍ସନ ହାଉସ୍ ସହ ପୁଣିଥରେ କାମ କରିବାକୁ ପ୍ରସ୍ତୁତ ହୋଇଗଲେଣି।

https://www.instagram.com/p/Bu5aVfJhYuO/?utm_source=ig_web_copy_link

ୟଶରାଜ୍‌ ବ୍ୟାନର୍‌ରେ ହେବାକୁଥିବା ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ପୂର୍ବ ମିସ୍‌ ୱର୍ଲ୍ଡ ମାନୁଷୀ ଚିଲ୍ଲର ଅଭିନୟ କରିବେ। ଫିଲ୍ମର ନିର୍ଦ୍ଦେଶନା ଦେବେ ମନୀଷ୍ ଶର୍ମା। ଜଣାଇଦେବାକୁ ଚାହୁଁ ଯେ ରଣବୀର ସିଂହଙ୍କ ଡେବ୍ୟୁ ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ୍‌’ର ନିର୍ଦ୍ଦେଶନା ମଧ୍ୟ ମନୀଷ ଶର୍ମା ହିଁ ଦେଇଥିଲେ।

ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି ଯେ, ମାନୁଷୀ ଫାରାହା ଖାନ୍‌ଙ୍କ ଫିଲ୍ମରୁ ଡେବ୍ୟୁ କରିବେ। ସୂଚନା ଅନୁଯାୟୀ ଫରାହ ଖାନ୍‌ଙ୍କ ଏହି ଫିଲ୍ମକୁ ରୋହିତ୍‌ ସେଟ୍ଟୀ ପ୍ରଯୋଜନା କରିବେ।ମନୁଷୀ ଓ ରଣବୀରଙ୍କୁ ପୂର୍ବରୁ ଆଡଭର୍ଟାଇଜ୍‌ମେଣ୍ଟରେ ଦେଖିବାକୁ ମିଳିଥିଲା। ଦୁହିଁଙ୍କ ପେୟାରିଂ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି। ତେବେ ମାନୁଷାଙ୍କ ଡେବ୍ୟୁ କରିବା ଖବର ଯଦି ସତ ହୁଏ ତେବେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଆଉ ଜଣେ ମିସ୍‌ ୱର୍ଲ୍ଡ ସାମିଲ ହୋଇଯିବେ।

Related story