ମୋ ସହ କାମ କରିବାକୁ ଚାହୁଁ ନାହାନ୍ତି ନିର୍ଦ୍ଦେଶକ ଓ ପ୍ରଯୋଜକ: କାଦର ଖାଁ

ମୁମ୍ୱାଇ: ବଲିଉଡର ଜଣାଶୁଣା କମେଡିଆନ୍ କାଦର ଖାଁ। ସେ ଅନେକ ବଲିଉଡ୍ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ବେଶ୍ ହସେଇଛନ୍ତି। ହେଲେ ଏବେ ସେ ଦୁଃଖିତ। ଶରୀର ଅସୁସ୍ଥ ଥିବାରୁ କୌଣସି ନିର୍ଦ୍ଦେଶକ କିମ୍ୱା ପ୍ରଯୋଜକ ତାଙ୍କୁ ନେଇ ଫିଲ୍ମ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ମନ ଊଣା କରି କହିଛନ୍ତି ସେ। ତାଙ୍କ ଆଗାମୀ କମେଡି ଫିଲ୍ମ ‘ହୋ ଗୟା ଦିମାଗ୍ କା ଦହି’ର ଟ୍ରେଲର ରିଲିଜ ଅବସରରେ ସେ ଏହା କହିଥିଲେ। ଏଥିରେ ସେ ନିର୍ଦ୍ଦେଶକ ଫୋଜିୟା ଉର୍ସିଙ୍କୁ ପ୍ରଶଂସା କରିଥିଲେ। ଫୋଜିୟା ତାଙ୍କୁ ଫିଲ୍ମରେ କାମ କରିବାକୁ ସୁଯୋଗ ଦେବା ସହ ପ୍ରେରଣା ମଧ୍ୟ ଦେଇଛନ୍ତି ବୋଲି କାଦର କହିଛନ୍ତି।