ଦୀପିକା ଓ ରଣବୀର୍‌ଙ୍କ ବିବାହ ଉତ୍ସବକୁ ମୋବାଇଲ୍‌ ଫୋନ୍‌ ମନା, ଜାଣନ୍ତୁ କାହିଁକି?

ମୁମ୍ବାଇ: ପ୍ରଥମେ ଅନୁଷ୍କା ଶର୍ମା ଓ ସୋନମ୍‌ କପୁର୍‌, ଆଉ ଏବେ ଦୀପିକା ପାଦୁକୋନ୍ ଓ ରଣବୀର୍‌ ସିଂହଙ୍କ ବିବାହକୁ ନେଇ ବି’ ଟାଉନ୍‌ରେ ଚର୍ଚ୍ଚା ଚାଲିଛି। ନଭେମ୍ବର ୨୦ ତାରିଖରେ ଦୁହେଁ ଇଟାଲୀର ‘ଲେକ୍‌ କୋମା’ରେ ଡେଷ୍ଟିନେସନ୍‌ ୱେଡିଂ କରିବେ ବୋଲି ଶୁଣିବାକୁ ମିଳିଛି। ଏହି ବିବାହ ଉତ୍ସବକୁ କିଛି ନିକଟତମ ବନ୍ଧୁ ଓ ସମ୍ପର୍କୀୟଙ୍କୁ ମିଶାଇ ସମୁଦାୟ ୩୦ଜଣ ଆସିବେ ବୋଲି ପୂର୍ବରୁ ଖବର ଆସିଥିଲା। ଏବେ କିନ୍ତୁ ଶୁଣିବାକୁ ମିଳୁଛି, ଏହି ବିବାହ ଉତ୍ସବକୁ […]

deepika

Jitendra Garnayak
  • Published: Monday, 20 August 2018
  • , Updated: 20 August 2018, 06:00 AM IST

ମୁମ୍ବାଇ: ପ୍ରଥମେ ଅନୁଷ୍କା ଶର୍ମା ଓ ସୋନମ୍‌ କପୁର୍‌, ଆଉ ଏବେ ଦୀପିକା ପାଦୁକୋନ୍ ଓ ରଣବୀର୍‌ ସିଂହଙ୍କ ବିବାହକୁ ନେଇ ବି’ ଟାଉନ୍‌ରେ ଚର୍ଚ୍ଚା ଚାଲିଛି।

ନଭେମ୍ବର ୨୦ ତାରିଖରେ ଦୁହେଁ ଇଟାଲୀର ‘ଲେକ୍‌ କୋମା’ରେ ଡେଷ୍ଟିନେସନ୍‌ ୱେଡିଂ କରିବେ ବୋଲି ଶୁଣିବାକୁ ମିଳିଛି।

ଏହି ବିବାହ ଉତ୍ସବକୁ କିଛି ନିକଟତମ ବନ୍ଧୁ ଓ ସମ୍ପର୍କୀୟଙ୍କୁ ମିଶାଇ ସମୁଦାୟ ୩୦ଜଣ ଆସିବେ ବୋଲି ପୂର୍ବରୁ ଖବର ଆସିଥିଲା। ଏବେ କିନ୍ତୁ ଶୁଣିବାକୁ ମିଳୁଛି, ଏହି ବିବାହ ଉତ୍ସବକୁ କୁଆଡ଼େ ଅତିଥିମାନଙ୍କୁ ମୋବାଇଲ୍ ଫୋନ୍‌ ଆଣିବା ପାଇଁ ମନା କରାଯାଇଛି।

ଖବରଟି ଶୁଣି ଆପଣ ଭାବୁଥିବେ, ବିବାହ ଉତ୍ସବର ଅତିଥିମାନଙ୍କ ପାଇଁ ଏପରି କଟକଣା କାହିଁକି? ଯାହା ଶୁଣିବାକୁ ମିଳୁଛି, ଅନୁଷ୍କା ଶର୍ମା ଓ ସୋନମ୍‌ କପୁର୍‌ଙ୍କ ବିବାହ ଉତ୍ସବର ଫଟୋକୁ ସେମାନଙ୍କ ଅତିଥିମାନେ ସୋଶାଲ୍‌ ମିଡିଆରେ ଶେୟାର୍‌ କରିଥିଲେ। ଏହି ଘଟଣାକୁ ଧ୍ୟାନରେ ରଖି ନିଜେ ଦୀପିକା ଏଭଳି ନିଷ୍ପତ୍ତି ନେଇଛନ୍ତି।

ଦୀପିକା ଚାହୁଁନାହାନ୍ତି, ଅତିଥି ଓ ସମ୍ପର୍କୀୟମାନେ ତାଙ୍କ ବିବାହ ଉତ୍ସବର ଫଟୋକୁ ସୋଶାଲ୍‌ ମିଡିଆରେ ଶେୟାର୍‌ କରନ୍ତୁ। ଏଥିପାଇଁ ବିବାହ ଉତ୍ସବକୁ ମୋବାଇଲ୍ ଫୋନ୍‌ ନଆଣିବା ପାଇଁ ଦୀପିକା ନିଜେ ଅତିଥିମାନଙ୍କୁ ନିବେଦନ କରିବେ। ବିବାହ ଉତ୍ସବର ଫଟୋ ଯେପରି ଲିକ୍‌ ନହେବ, ସେଥିପାଇଁ କଡ଼ା ସୁରକ୍ଷାର ବ୍ୟବସ୍ଥା ମଧ୍ୟ କରାଯିବ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରଣବୀର କି ଦୀପିକା, କେହି ଏଯାଏ ସେମାନଙ୍କ ବିବାହ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିନାହାନ୍ତି। ଉଭୟେ ଗତ ୫ ବର୍ଷ ଧରି (୨୦୧୩ରୁ) ପରସ୍ପରକୁ ଡେଟ୍‌ କରିଆସୁଛନ୍ତି। ଦୁହେଁ ‘ରାମ୍‌ଲୀଲା’,‘ବାଜି ରାଓ ମସ୍ତାନୀ’ ଓ ‘ପଦ୍ମାବତ୍‌’ରେ ଏକାଠି କାମ କରିଛନ୍ତି।

Related story