‘ମହେଞ୍ଜୋଦାରୋ’ ପାଇଁ ପ୍ରଥମ ପସନ୍ଦ ଥିଲେ ପୂଜା: ଆଶୁତୋଷ

ମୁମ୍ବାଇ: ‘କ୍ରିସ୍‌’ ଷ୍ଟାର ହ୍ରିଥିକ୍‌ ରୋସନ ଅଭିନୀତ ବହୁ ପ୍ରତିକ୍ଷିତ ଐତିହାସିକ ପୃଷ୍ଠଭୂମିରେ ନିର୍ମିତ ଫିଲ୍ମ ‘ମହେଞ୍ଜୋଦାରୋ’ ପାଇଁ ପୂଜା ହେଗ୍‌ଡେ ପ୍ରଥମ ପସନ୍ଦ ଥିଲେ। ମୁଖ୍ୟ ନାୟିକା ପାଇଁ ସେ ଏକ ମାତ୍ର ନାୟିକା ବୋଲି କହିଛନ୍ତି ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର। ସେ କହିଛନ୍ତି,“ଏହି ଫିଲ୍ମର ସ୍କ୍ରିପ୍ଟିଂ ବେଳେ ଜଣେ ନୂଆ ନାୟିକା ନେବାକୁ ସ୍ଥିର ହୋଇଥିଲା। ‘ଛାନି’ ଚରିତ୍ର ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ଥିଲା। ଏହି ଚରିତ୍ରକୁ ନିଭେଇବା ପାଇଁ ତାଙ୍କ ପରି […]

mohenjo-pooja-

Rakesh Mallick
  • Published: Sunday, 10 July 2016
  • , Updated: 10 July 2016, 07:18 PM IST

ମୁମ୍ବାଇ: ‘କ୍ରିସ୍‌’ ଷ୍ଟାର ହ୍ରିଥିକ୍‌ ରୋସନ ଅଭିନୀତ ବହୁ ପ୍ରତିକ୍ଷିତ ଐତିହାସିକ ପୃଷ୍ଠଭୂମିରେ ନିର୍ମିତ ଫିଲ୍ମ ‘ମହେଞ୍ଜୋଦାରୋ’ ପାଇଁ ପୂଜା ହେଗ୍‌ଡେ ପ୍ରଥମ ପସନ୍ଦ ଥିଲେ। ମୁଖ୍ୟ ନାୟିକା ପାଇଁ ସେ ଏକ ମାତ୍ର ନାୟିକା ବୋଲି କହିଛନ୍ତି ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର।

ସେ କହିଛନ୍ତି,“ଏହି ଫିଲ୍ମର ସ୍କ୍ରିପ୍ଟିଂ ବେଳେ ଜଣେ ନୂଆ ନାୟିକା ନେବାକୁ ସ୍ଥିର ହୋଇଥିଲା। ‘ଛାନି’ ଚରିତ୍ର ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ଥିଲା। ଏହି ଚରିତ୍ରକୁ ନିଭେଇବା ପାଇଁ ତାଙ୍କ ପରି ଜଣେ କଳାକାରଙ୍କ ସନ୍ଦାନରେ ଆମେ ଥିଲୁ।”

ସିଦ୍ଧାର୍ଥ ରାୟ କାପୁର ଓ ସୁନୀତା ଗୋୱାରିକରଙ୍କ ପ୍ରଯୋଜିତ ଏହି ଫିଲ୍ମଟି ଆସନ୍ତା ଅଗଷ୍ଟ ୧୨ରେ ରିଲିଜ୍‌ ହେବ।

Related story