ସ୍ୱାମୀ ଓମ୍‌ଙ୍କୁ କେଉଁ ଫିଲ୍ମ ଦେଖାଇବାକୁ ଚାହୁଁନାହାଁନ୍ତି ମୋନାଲିସା

ମୁମ୍ବାଇ: ବିଗ୍ ବସ୍‌ ସିଜନ-୧୦ ଫେମ୍ ମୋନାଲିସାଙ୍କର ଆଗକୁ ଆସୁଛି ଏକ ଭୋଜପୁରୀ ଫିଲ୍ମ। ଯାହାର ନାଁ ରହିଛି ‘ପାକିସ୍ତାନ ମେଁ ଜୟଶ୍ରୀରାମ‘। ଏହାର ସ୍କ୍ରିନିଂ ସେ ବିଗ୍‌ ବସ୍-୧୦ର ପ୍ରତିଯୋଗୀ ମାନଙ୍କ ସହ କରିବାକୁ ଚାହୁଁଛନ୍ତି। କିନ୍ତୁ ଏଥିରେ ସେ ସ୍ୱାମୀ ଓମ୍‌ଙ୍କୁ ସାମିଲ କରିନାହାଁନ୍ତି। ମୋନାଲିସା ଚାହୁଁଛନ୍ତି ଫିଲ୍ମର ଫାଷ୍ଟ ଡେ ଫାଷ୍ଟ ଶୋ’ ସେ ବିଗ୍‌ ବସ୍-୧୦ର ପ୍ରତିଯୋଗୀ ମାନଙ୍କ ସହ ଦେଖନ୍ତୁ। ନିକଟରେ ଏକ ସାକ୍ଷାତକାରରେ ମୋନାଙ୍କୁ, ସ୍ୱାମୀ ଓମ୍‌ଙ୍କୁ ଏଥିରେ ସାମିଲ […]

monalisa

monalisa

Rakesh Mallick
  • Published: Friday, 29 December 2017
  • Updated: 29 December 2017, 01:37 PM IST

Sports

Latest News

ମୁମ୍ବାଇ: ବିଗ୍ ବସ୍‌ ସିଜନ-୧୦ ଫେମ୍ ମୋନାଲିସାଙ୍କର ଆଗକୁ ଆସୁଛି ଏକ ଭୋଜପୁରୀ ଫିଲ୍ମ। ଯାହାର ନାଁ ରହିଛି 'ପାକିସ୍ତାନ ମେଁ ଜୟଶ୍ରୀରାମ'ଏହାର ସ୍କ୍ରିନିଂ ସେ ବିଗ୍‌ ବସ୍-୧୦ର ପ୍ରତିଯୋଗୀ ମାନଙ୍କ ସହ କରିବାକୁ ଚାହୁଁଛନ୍ତି। କିନ୍ତୁ ଏଥିରେ ସେ ସ୍ୱାମୀ ଓମ୍‌ଙ୍କୁ ସାମିଲ କରିନାହାଁନ୍ତି। ମୋନାଲିସା ଚାହୁଁଛନ୍ତି ଫିଲ୍ମର ଫାଷ୍ଟ ଡେ ଫାଷ୍ଟ ଶୋ' ସେ ବିଗ୍‌ ବସ୍-୧୦ର ପ୍ରତିଯୋଗୀ ମାନଙ୍କ ସହ ଦେଖନ୍ତୁ।

ନିକଟରେ ଏକ ସାକ୍ଷାତକାରରେ ମୋନାଙ୍କୁ, ସ୍ୱାମୀ ଓମ୍‌ଙ୍କୁ ଏଥିରେ ସାମିଲ ନକରିବାର କାରଣ ପଚାରିବାରୁ ସେ କହିଥିଲେ- 'ମୁଁ ଓମ୍‌ଙ୍କୁ ଏଥିରେ ସାମିଲ କରିନି। ବିଗ୍ ବସ୍‌ର ଅନ୍ୟ ପ୍ରତିଯୋଗୀ, ଯେପରିକି- ମନବୀର ଗୁଜ୍ଜର, ମନୁ ପଂଜାବି, ଲୋକେଶ୍ କୁମାରୀ ପ୍ରମୁଖ ସାମିଲ ଅଛନ୍ତି। ଓମ୍‌ଙ୍କଠାରୁ ମତେ ଦୂରତା ରଖିବାକୁ ଠିକ୍‌ ଲାଗେ।'

ସୂଚନା ଅନୁଯାୟୀ, ବିଗ୍‌ ବସ୍‌ର ଗତ ସିଜନରେ ଓମ୍ ବିଗ୍‌ ବସ୍‌ ଘରେ ଏମିତି କିଛି ଖରାପ ବ୍ୟବହାର କରିଥିଲେ, ଯାହାଦ୍ୱାରା ଘରେ ରହୁଥିବା ଅନ୍ୟ ପ୍ରତିଯୋଗୀ ଚିନ୍ତାରେ ପଡ଼ିଯାଇଥିଲେ ଓ ଶେଷରେ ତାଙ୍କ ଖରାପ ବ୍ୟବହାର ପାଇଁ ତାଙ୍କୁ ଘରୁ ବାହାର ମଧ୍ୟ କରିଦିଆ ଯାଇଥିଲା।

ଫିଲ୍ମ 'ପାକିସ୍ତାନ ମେଁ ଜୟ ଶ୍ରୀରାମ'ରେ ମୋନାଲିସାଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ବିକ୍ରାନ୍ତ ସିଂ। ପିଲ୍ମର ନିର୍ଦ୍ଦେଶନା 'ଦବଙ୍ଗ' ନିର୍ମାତା ଭୂପେନ୍ଦ୍ର ବିଜୟ ସିଂ ଓ ଏମ୍.ଗୁପ୍ତା ମିଳିତ ଭାବେ ଦେଇଛନ୍ତି। ଫିଲ୍ମଟି ବିହାର ଓ ଝାଡ଼ଖଣ୍ଡରେ ୨୬ ଜାନୁଆରୀରେ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos