ଆସୁଛି ମୌନି ରଏଙ୍କର ଦୁଇଟି ନୂଆ ବଲିଉଡ଼ ଫିଲ୍ମ

ମୁମ୍ବାଇ: ଟେଲି ଅଭିନେତ୍ରୀ ମୌନି ରଏ ସବୁବେଳେ ସୋସିଆଲ ମିଡିଆରେ ନିଜ ଫଟୋକୁ ନେଇ ଚର୍ଚ୍ଚାରେ ରହୁନ୍ତି। ମୌନିଙ୍କ ଗ୍ଲାମରସ ଅନ୍ଦାଜ ଓ ଫ୍ୟଶନେବଲ୍‌ ଡ୍ରେସିଂ ସେନ୍ସ ପ୍ରାୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ମୌନି ଫିଲ୍ମ ‘ଗୋଲ୍ଡ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।  ସେଥିରେ ମୌନି, ଖିଲାଡ଼ି ସୁପରଷ୍ଟାର ଅକ୍ଷୟକୁମାରଙ୍କ ସହ ନଜର ଆସିଥିଲେ। ତେବେ ଫିଲ୍ମରେ ତାଙ୍କ ଅଭିନୟକୁ ଅନେକ ପସନ୍ଦ କରାଗଲା, ଫିଲ୍ମ ଇଣ୍ଡଷ୍ଟ୍ରିରୁ ମୌନିଙ୍କୁ ଅନେକ ପ୍ରସଂଶା ମଧ୍ୟ ମିଳିଲା।  ଧୀରେ […]

mouni-roy

Chinmayee Roy
  • Published: Sunday, 03 February 2019
  • , Updated: 03 February 2019, 05:29 PM IST

ମୁମ୍ବାଇ: ଟେଲି ଅଭିନେତ୍ରୀ ମୌନି ରଏ ସବୁବେଳେ ସୋସିଆଲ ମିଡିଆରେ ନିଜ ଫଟୋକୁ ନେଇ ଚର୍ଚ୍ଚାରେ ରହୁନ୍ତି। ମୌନିଙ୍କ ଗ୍ଲାମରସ ଅନ୍ଦାଜ ଓ ଫ୍ୟଶନେବଲ୍‌ ଡ୍ରେସିଂ ସେନ୍ସ ପ୍ରାୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ମୌନି ଫିଲ୍ମ ‘ଗୋଲ୍ଡ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।  ସେଥିରେ ମୌନି, ଖିଲାଡ଼ି ସୁପରଷ୍ଟାର ଅକ୍ଷୟକୁମାରଙ୍କ ସହ ନଜର ଆସିଥିଲେ। ତେବେ ଫିଲ୍ମରେ ତାଙ୍କ ଅଭିନୟକୁ ଅନେକ ପସନ୍ଦ କରାଗଲା, ଫିଲ୍ମ ଇଣ୍ଡଷ୍ଟ୍ରିରୁ ମୌନିଙ୍କୁ ଅନେକ ପ୍ରସଂଶା ମଧ୍ୟ ମିଳିଲା।  ଧୀରେ ଧୀରେ ଦେଖୁ ଦେଖୁ ମୌନି ଅନେକ ନିର୍ଦ୍ଦେଶକଙ୍କ ପସନ୍ଦର ହିରୋଇନ୍‌ ପାଲଟିଗଲେ। ଫିଲ୍ମ ଗୋଲ୍ଡ ତାଙ୍କ ପାଇଁ ଲକି ସାବ୍ୟସ୍ତ ହେଲା। ଏବେ ମୌନିଙ୍କ ହାତରେ ଦୁଇ ଦୁଇଟି ପ୍ରୋଜେକ୍ଟ ରହିଛି।

ଗୋଲ୍ଡ ପରେ ମୌନିଙ୍କୁ ଜନ୍‌ ଆବ୍ରାହମ୍‌ଙ୍କ ନୂଆ ସିନେମା ‘ରୋମିଓ ଆକ୍‌ବର୍ ଓ୍ଵାଲ୍ଟର୍‌’ରେ ଦେଖିବାକୁ ମିଳିବ। ଏହି ସିନେମାର କାହାଣୀ ୧୯୭୧ ମସିହାରେ ଇଣ୍ଡୋ-ପାକିସ୍ତାନ ଯୁଦ୍ଧ ବେଳର ଏକ ସତ୍ୟ ଘଟଣା ଏବଂ ସତ ଚରିତ୍ର ଉପରେ ଆଧାରିତ। ଏଥିରେ ଜନ୍‌ ଓ ମୌନିଙ୍କ ବ୍ୟତୀତ ଜ୍ୟାକି ଶ୍ରଫ୍‌ ମଧ୍ୟ ଏଥିରେ ନଜର ଆସିବେ। ଫିଲ୍ମଟିର ନିର୍ଦ୍ଦେଶନା ରବି ଗ୍ରିଓ୍ଵାଲ୍‌ ଦେଇଛନ୍ତି। ତେବେ ଫିଲ୍ମ ନିର୍ମାତା ଏପ୍ରିଲ୍‌ ୧୨ ତାରିଖରେ  ଫିଲ୍ମଟିକୁ ରିଲିଜ୍‌ କରିବାକୁ ଲକ୍ଷ୍ୟ ରଖିଛନ୍ତି। ନିକଟରେ ଜନ୍‌ ଏହି ଫିଲ୍ମନର ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି।

https://www.instagram.com/p/Bs-lrftFI85/?utm_source=ig_web_copy_link

ଅନ୍ୟପଟେ ରାଜକୁମାର ରାଓ ଏବଂ ମୌନୀ ରଏଙ୍କୁ ଗୋଟିଏ ଫ୍ରେମ୍‌ରେ ଦେଖିବାକୁ ମିଳିବ। ଫିଲ୍ମଟି ନାଁ ହେଉଛି ‘ମେଡ୍‌ ଇନ୍‌ ଚାଇନା’। ଏଥିରେ ବୋମାନ୍‌ ଇରାନୀ ମଧ୍ୟ ନଜର ଆସିବେ। ଭିନ୍ନ ଧରଣର ଏକ କାହାଣୀକୁ ନେଇ ସିନେମାଟି ନିର୍ମାଣ ହେଉଥିବାବେଳେ ଏବେ ଏହାର ରିଲିଜ୍‌ ଡେଟ୍‌ ଘୁଞ୍ଚି ଯାଇଥିବା ଜଣାପଡ଼ିଛି। ପୂର୍ବରୁ ସିନେମାଟି ଅଗଷ୍ଟ ୧୫ରେ ରିଲିଜ୍‌ ହେବାକୁ ଥିବାବେଳେ ଏବେ ଅଗଷ୍ଟ ୩୦ରେ ପରଦାକୁ ଆସିବ ବୋଲି ଜଣାପଡ଼ିଛିା ମିଖିଲ୍‌ ମୁସାଲେ ଏହି ସିନେମାକୁ ନିର୍ଦ୍ଦେଶନା ଦେଉଛନ୍ତି। ଜଣେ ଗୁଜୁରାଟୀ ବିଜନେସ୍‌ମ୍ୟାନ୍‌ର କ୍ୟାରିଅର ଏବଂ କିପରି ସେ ଚାଇନା ଯାଇ ନିଜ ବିଜନେସ୍‌କୁ ଏଷ୍ଟାବ୍ଲିସ୍‌ କରୁଛି, ତା ଉପରେ ଆଧାରିତ ଏହି ଫିଲ୍ମ। ମୌନୀଙ୍କୁ ଏଥିରେ ରାଜକୁମାରଙ୍କ ଗୁଜୁରଟୀ ସ୍ତ୍ରୀ ଭାବେ ଦେଖିବାକୁ ମିଳିବ।

Related story