ସରିଲା ହଳଦି ସେରିମନି, ଆଜି ପଡ଼ିବ ନାଗିନଙ୍କ ହାତ ଗଣ୍ଠି

ମୁମ୍ବାଇ: ଆଜି ପଡ଼ିବ ନାଗିନଙ୍କ ହାତ ଗଣ୍ଠି। ବାଜିବ ସାହାନାଇ।  ନିଜ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ସୁରଜ ନାମ୍ବିୟାର୍‌ଙ୍କ ଦୁଲହନିଆ ସାଜିବେ ମୌନି । ଗୋଆର ଏକ ପଞ୍ଚ ତାରକା ହୋଟେଲରେ ଆଜି ହେବ ମୌନି ଓ ସୁରଜଙ୍କ ରୟାଲ ୱେଣ୍ଡିଂ । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।  ଗତକାଲି ମୌନିଙ୍କ ହଳଦି ଓ ମେହେନ୍ଦୀ ସେରିମନି ହୋଇଥିବା ବେଳେ ଆଜି ଆୟୋଜିତ ହେବ ଗ୍ରାଣ୍ଡ ରିସେପସନ । ମୌନିଙ୍କ ହଳଦୀ ସେରିମନି ଫଟୋ ସୋଶାଲ ମିଡିଆରେ […]

mouni-roy

mouni-roy

Niharika Rout
  • Published: Thursday, 27 January 2022
  • Updated: 27 January 2022, 09:34 AM IST

Sports

Latest News

ମୁମ୍ବାଇ: ଆଜି ପଡ଼ିବ ନାଗିନଙ୍କ ହାତ ଗଣ୍ଠି। ବାଜିବ ସାହାନାଇ।  ନିଜ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ସୁରଜ ନାମ୍ବିୟାର୍‌ଙ୍କ ଦୁଲହନିଆ ସାଜିବେ ମୌନି । ଗୋଆର ଏକ ପଞ୍ଚ ତାରକା ହୋଟେଲରେ ଆଜି ହେବ ମୌନି ଓ ସୁରଜଙ୍କ ରୟାଲ ୱେଣ୍ଡିଂ । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।  ଗତକାଲି ମୌନିଙ୍କ ହଳଦି ଓ ମେହେନ୍ଦୀ ସେରିମନି ହୋଇଥିବା ବେଳେ ଆଜି ଆୟୋଜିତ ହେବ ଗ୍ରାଣ୍ଡ ରିସେପସନ ।

ମୌନିଙ୍କ ହଳଦୀ ସେରିମନି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହଳଦି ରଙ୍ଗର ଲେହେଙ୍ଗାରେ ଖୁବ୍‌ ସୁନ୍ଦର ଓ କ୍ୟୁଟ ଲାଗୁଛନ୍ତି ଅଭିନେତ୍ରୀଜଣକ। ଏପରିକି ହଳଦି ସେରିମନିରେ ମୌନି ଖୁବ୍‌ ମସ୍ତି କରୁଥିବା ଦେଖିବାକୁ ମିଳିଛି।

[caption id="attachment_709316" align="aligncenter" width="650"]moun roy ମୌନିଙ୍କ ହଳଦି ସେରିମନି ।[/caption]

ମୌନି ପ୍ରଥମ ଥର ପାଇଁ ନିଜ ଭାବି ପତି ସୁରଜ ନାମ୍ବିଆରଙ୍କ ସହ ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ମୌନି ଲାଲ ରଙ୍ଗର ଏକ ସୁଟ୍‌ ପିନ୍ଧିଥିବା ବେଳେ ସୁରଜ  ଅଫ୍‌ ହ୍ୱାଇଟ ରଙ୍ଗର କୁର୍ତ୍ତାରେ ନଜର ଆସିଛନ୍ତି।

[caption id="attachment_709317" align="aligncenter" width="650"]mouni-roy ଭାବି ପତିଙ୍କ ସହ ମୌନି ।[/caption]

ଆଜି ମୌନି ଓ ସୁରଜଙ୍କ ମଧ୍ୟରେ ୨ ପ୍ରକାର ବିବାହ ସମ୍ପନ୍ନ ହେବ । ପ୍ରଥମେ   ବଙ୍ଗାଳି ରୀତିରେ ବିବାହ ସମ୍ପନ୍ନ ହେବ । ଏହାପରେ ସାଉଥ ଇଣ୍ଡିଆନ ନିୟମ ଅନୁଯାୟୀ ପଡ଼ିବ ହାତ ଗଣ୍ଠି।  ୱେଣ୍ଡିଂ ଥିମ୍‌ ହ୍ୱାଇଟ ରହିଛି। ସମସ୍ତ ଗେଷ୍ଟଙ୍କୁ ହ୍ୱାଇଟ ଆଉଟଫିଟ୍‌ରେ ସାମିଲ ହେବାକୁ କୁହାଯାଇଛି।

[caption id="attachment_709318" align="aligncenter" width="650"]mouni-roy ମନ୍ଦିରା ବେଦୀଙ୍କ ସହ ମୌନି ।[/caption]

ମୋନିଙ୍କ ବିବାହରେ ଟେଲିଭିଜନ ତଥା ବଲିଉଡର ବହୁ ଆଗ ଧାଡ଼ିର ସେଲିବ୍ରିଟି ସାମିଲ ହେବେ। ୨ ଦିନ ଧରି ଚାଲିବ ବିବାହ ସେଲିବ୍ରେଶନ । ଗେଷ୍ଟ ଲିଷ୍ଟରେ ଅର୍ଜୁନ ବିଜଲାନୀଙ୍କଠାରୁ ଆରମ୍ଭ କରି ମନ୍ଦିରା ବେଦୀ ସାମିଲ ହୋଇଛନ୍ତି। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଗେଷ୍ଟମାନେ ଖୁବ୍‌ ମସ୍ତି କରୁଥିବା ଦେଖିବାକୁ ମିଳିଛି।

ମୌନିଙ୍କ ଭାବି ପତି ସୁରଜ ମୁଖ୍ୟତଃ କର୍ଣ୍ଣାଟକର ମୂଳ ବାସିନ୍ଦା ହୋଇଥିବା ବେଳେ ଦୁବାଇରେ ଜଣେ ବ୍ୟାଙ୍କର ଓ ବିଜନେସମ୍ୟାନ ଅଟନ୍ତି।  ୨୦୧୯ ନୂଆ ବର୍ଷ ପାଳନ ପାଇଁ ମୌନି ଦୁବାଇ ଯାଇଥିବା ବେଳେ ସେଠାରେ ଏକ କ୍ଲବରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ପ୍ରଥମ ଦେଖାରେ ହିଁ ମୌନିଙ୍କ ସୌନ୍ଦର୍ଯ୍ୟର ଦିବାନା ହୋଇ ଯାଇଥିଲେ ସୁରଜ । ଏହାପରେ ଉଭୟଙ୍କ ମଧ୍ୟ ରିଲେସନ୍‌ ଆରମ୍ଭ ହୋଇଥିବା ବେଳେ ବିବାହ କରିବାକୁ ନେଇଥିଲେ ନିଷ୍ପତ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos