'ଲକ୍ଷେ ବର୍ଷା ଆସିଲେ ବି ମୋତେ ହରାଇପାରିବେନି'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  କେନ୍ଦ୍ରାପଡ଼ାର ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ କଳି ଏବେ ଚରମ ସୀମାରେ ପହଞ୍ଚିଛି। ଦୁହେଁ ପରସ୍ପରକୁ ସୋଶାଲ ମିଡିଆରେ ଆକ୍ଷେପ କରୁଥିବା ବେଳେ ଏବେ ଆଉ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓରେ କେବଳ ଅନୁଭବଙ୍କୁ ଦେଖିବାକୁ ମିଳିଛି। ହେଲେ ଭିଡିଓରେ ଚାଲିଥିବା ଯୁକ୍ତିତର୍କରୁ ତାଙ୍କ ପାଖରେ ବର୍ଷା ମଧ୍ୟ ଅଛନ୍ତି ବୋଲି ଅନୁମାନ କରାଯାଉଛି। ଭାଇରାଲ ହୋଇଥିବା ଏହି ଭିଡିଓରେ […]

anuvab

Ranjit Kumar Jena
  • Published: Thursday, 17 December 2020
  • , Updated: 18 December 2020, 04:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  କେନ୍ଦ୍ରାପଡ଼ାର ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ କଳି ଏବେ ଚରମ ସୀମାରେ ପହଞ୍ଚିଛି। ଦୁହେଁ ପରସ୍ପରକୁ ସୋଶାଲ ମିଡିଆରେ ଆକ୍ଷେପ କରୁଥିବା ବେଳେ ଏବେ ଆଉ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓରେ କେବଳ ଅନୁଭବଙ୍କୁ ଦେଖିବାକୁ ମିଳିଛି। ହେଲେ ଭିଡିଓରେ ଚାଲିଥିବା ଯୁକ୍ତିତର୍କରୁ ତାଙ୍କ ପାଖରେ ବର୍ଷା ମଧ୍ୟ ଅଛନ୍ତି ବୋଲି ଅନୁମାନ କରାଯାଉଛି।

ଭାଇରାଲ ହୋଇଥିବା ଏହି ଭିଡିଓରେ ବର୍ଷା କହୁଛନ୍ତି, ତମେ ଯାହା କରୁଛ 'ଅଲ୍ ଦି ବେଷ୍ଟ'। ଜବାବରେ ଅନୁଭବ କହୁଛନ୍ତି, ମୋତେ ତମେ ଅଲ୍ ଦି ବେଷ୍ଟ କହିବା ଦରକାର ନାହିଁ। ମୋ ପାଖରେ ବାପା-ମାଆଙ୍କର ଆଶୀର୍ବାଦ ଅଛି। ପୃଥିବୀରେ କେହି ହରାଇ ପାରିବେନି। ଲକ୍ଷେ ବର୍ଷା ଆସିଲେ ବି ହରାଇପାରିବେନି।


ଭିଡିଓରେ ଆଉ ଜଣେ ମହିଳା ଥିବା ଜଣାପଡୁଛି। ମହିଳାଙ୍କୁ ଅନୁଭବ ମ୍ୟାଡମ୍ କହି ସମ୍ବୋଧନ କରୁଛନ୍ତି। ଅନୁଭବ ତାଙ୍କୁ କହୁଛନ୍ତି, ମ୍ୟାଡମ୍ ମୋର କୌଣସି ଭାଓଲେନ୍ସ କି ଡୋମେଷ୍ଟିକ୍ ଭାଓଲେନ୍ସ ନାହିଁ। ଏହା ପରେ ଅନୁଭବ କହୁଛନ୍ତି, ତମେ ମୋ ସହ ରହିବ ବୋଲି କେସ୍ ଦେଇଛ ନା? ଏମିତିକ ଅନୁଭବ ବର୍ଷାଙ୍କୁ ତାଙ୍କର ଏକ୍ସଟ୍ରା ମ୍ୟାରିଟେଲ୍ ଆଫେୟାର୍ସ କଥା ମଧ୍ୟ କହିଛନ୍ତି। ଅନୁଭବ କହିଛନ୍ତି, ବର୍ଷାଙ୍କୁ ଲୋକେ ଛି' ଛାକର କଲେଣି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଅନୁଭବ ନିଜ ପ୍ରଶଂସକଙ୍କ ପାଇଁ ଏକ ଭିଡିଓ ଜାରି କରିଥିଲେ। ଭିଡିଓରେ କହିଛନ୍ତି 'ବହୁତ ହୋଇଗଲା, ଆଉ ବରଦାସ୍ତ କରିହେବନି କି ଚୁପ ରହିହେବନି।'

Related story