‘ସୁପର 30’ ନାୟିକା ପକେଟ୍‌ ମନି ଲାଗି କରୁଥିଲେ ଛୋଟ ଛୋଟ କାମ

ମୁମ୍ବାଇ:  ବଲିଉଡ୍‌ର ହାର୍ଟଥ୍ରୋବ୍‌ ହ୍ରିତିକ ରୋଶନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସୁପର 30’ ରେ  ଫିମେଲ୍‌ ଲିଡ୍‌ରେ ଅଛନ୍ତି ମୃଣାଳ ଠାକୁର।  ବଲିଉଡର ଆଗ ଧାଡ଼ିର ନାୟକ ହ୍ରିତିକଙ୍କ ବିପକ୍ଷରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏକ ସାକ୍ଷାତକାରରେ ମୃଣାଳ ନିଜ ସମ୍ପର୍କରେ ଖୁବ୍‌ ରୋଚକ ତଥ୍ୟର ଖୁଲାସା କରିଛନ୍ତି। ଛୋଟ ବେଳେ ସେ ପକେଟ୍‌ ମନି ପାଇଁ ବିଭିନ୍ନ ପ୍ରକାର କାମ କରୁଥିଲେ। ମୃଣାଳ କହିଛନ୍ତି ଯେ, ଛୋଟ ବେଳେ ସେ ତାଙ୍କ […]

mrunal-3.

Niharika Rout
  • Published: Saturday, 13 July 2019
  • , Updated: 13 July 2019, 10:34 AM IST

ମୁମ୍ବାଇ:  ବଲିଉଡ୍‌ର ହାର୍ଟଥ୍ରୋବ୍‌ ହ୍ରିତିକ ରୋଶନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସୁପର 30’ ରେ  ଫିମେଲ୍‌ ଲିଡ୍‌ରେ ଅଛନ୍ତି ମୃଣାଳ ଠାକୁର।  ବଲିଉଡର ଆଗ ଧାଡ଼ିର ନାୟକ ହ୍ରିତିକଙ୍କ ବିପକ୍ଷରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି।

ଏକ ସାକ୍ଷାତକାରରେ ମୃଣାଳ ନିଜ ସମ୍ପର୍କରେ ଖୁବ୍‌ ରୋଚକ ତଥ୍ୟର ଖୁଲାସା କରିଛନ୍ତି। ଛୋଟ ବେଳେ ସେ ପକେଟ୍‌ ମନି ପାଇଁ ବିଭିନ୍ନ ପ୍ରକାର କାମ କରୁଥିଲେ। ମୃଣାଳ କହିଛନ୍ତି ଯେ, ଛୋଟ ବେଳେ ସେ ତାଙ୍କ ବାପାଙ୍କଠାରୁ ଅଧିକ ଟଙ୍କା ପାଇବା ପାଇଁ ତାଙ୍କ ବୁଟ୍ ମଧ୍ୟ ପଲିଶ୍ କରିବାକୁ ପଛାଉ ନଥିଲେ। ଥରେ ବୁଟ୍‌ ପଲିଶ୍‌ ତାଙ୍କୁ ଦେଢ଼ ଟଙ୍କା ମିଳୁଥିଲା। ଏହାବ୍ୟତୀତ ସେ ପାର୍ଟ ଟାଇମ୍‌ ଭାବେ ମେହେନ୍ଦୀ ଲଗାଇବା କାମ କରୁଥିଲେ ଓ ଏଥିରୁ ତାଙ୍କୁ କିଛି ଟଙ୍କା ମିଳୁଥିଲା। 

ତେବେ ବାପାଙ୍କ ବୁଟ୍‌ ପଲିଶ୍‌ କରି ସେ ଖୁବ୍‌ ମଜା ପାଉଥିବା ମୃଣାଳ କହିଛନ୍ତି। ସେହିପରି ସେ ଡ୍ରଇଂ, ପେଣ୍ଟିଂ କରିବାକୁ ବହୁତ ଭଲ ପାଆନ୍ତି ବୋଲି କହିଛନ୍ତି।

ମୃଣାଳ ‘ଲଭ୍‌ ସୋନିଆ’ ଫିଲ୍ ମାଧ୍ୟମରେ ବଲିଉଡରେ ଏଣ୍ଟ୍ରି କରିଥିଲେ। ଜଣେ କଳାକାର ହିସାବରେ ସେ କେବଳ ନିଜ ଅଭିନୟ ଉପରେ ହିଁ ଗୁରୁତ୍ୱ ଦିଅନ୍ତି।

ମୃଣାଳ କହିଛନ୍ତି, ‘ଲଭ ସୋନିଆ’ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିବାରୁ ଲୋକେ ମୋତେ ପାଗଳ ମଧ୍ୟ କହିବା ଆରମ୍ଭ କରି ଦେଇଥିଲେ। ହେଲେ ମୁଁ କାହା କଥାକୁ ଖାତିର ନ କରି ନିଜ କାମ ଉପରେ ଫୋକସ୍‌ କରିଥିଲି।

Related story