ଛୋଟ ପରଦାର ବୁଲ୍‌ବୁଲ୍‌ ଏବେ ବଡ଼ ପରଦାରେ

ମୁମ୍ୱାଇ:  ‘କୁମକୁମ ଭାଗ୍ୟ’ ଧାରାବାହିକରେ ବୁଲ୍‌ବୁଲ୍‌ ଚରିତ୍ରରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ମୃଣାଳ ଠାକୁରଙ୍କ ସ୍ୱପ୍ନ ସତ ହେବାକୁ ଯାଉଛି। ଅର୍ଥାତ୍ ଛୋଟ ପରଦା ପରେ ବଡ଼ ପରଦାରେ ତାଙ୍କ ଅଭିନୟର ଯାଦୁ ଦେଖିବେ ଦର୍ଶକ। ପୁଣି ଛୋଟମୋଟ ଫିଲ୍ମ ନୁହେଁ, ବଲିଉଡ୍‌ ସେନ୍‌ସେସନ୍‌ ତଥା ହାର୍ଟଥ୍ରୋବ୍‌ ହ୍ରିତିକ୍‌ଙ୍କ ସହ କାମ କରିବାକୁ ତାଙ୍କୁ ମିଳିଛି ସୁଯୋଗ। ଏହି ଯୋଡ଼ି ‘ସୁପର 30’ ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି। […]

mrunal

Niharika Rout
  • Published: Friday, 05 July 2019
  • , Updated: 05 July 2019, 12:55 PM IST

ମୁମ୍ୱାଇ:  ‘କୁମକୁମ ଭାଗ୍ୟ’ ଧାରାବାହିକରେ ବୁଲ୍‌ବୁଲ୍‌ ଚରିତ୍ରରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ମୃଣାଳ ଠାକୁରଙ୍କ ସ୍ୱପ୍ନ ସତ ହେବାକୁ ଯାଉଛି। ଅର୍ଥାତ୍ ଛୋଟ ପରଦା ପରେ ବଡ଼ ପରଦାରେ ତାଙ୍କ ଅଭିନୟର ଯାଦୁ ଦେଖିବେ ଦର୍ଶକ। ପୁଣି ଛୋଟମୋଟ ଫିଲ୍ମ ନୁହେଁ, ବଲିଉଡ୍‌ ସେନ୍‌ସେସନ୍‌ ତଥା ହାର୍ଟଥ୍ରୋବ୍‌ ହ୍ରିତିକ୍‌ଙ୍କ ସହ କାମ କରିବାକୁ ତାଙ୍କୁ ମିଳିଛି ସୁଯୋଗ। ଏହି ଯୋଡ଼ି ‘ସୁପର 30’ ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି।

୨୦୧୭ ମସିହାରେ ମୃଣାଳ ଇଣ୍ଡୋ-ଆମେରିକାନ ଫିଲ୍ମ ‘ଲଭ୍‌ ସୋନିୟା’ରେ ନଜର ଆସିଥିଲେ। ଏହି ଫିଲ୍ମ ଲାଗି ତାଙ୍କୁ ଖୁବ୍‌ ପ୍ରଶଂସା ମଧ୍ୟ ମିଳିଥିଲା। ଏହି ଫିଲ୍ମ ପରେ ସେ ମୃଣାଳ ୟଶରାଜ ପ୍ରଡକ୍ସନ ହାଉସ୍‌ ନଜରକୁ ଆସିଥିଲେ।

ମୃଣାଳଙ୍କ କହିଛନ୍ତି, ଅଡିସନ୍‌ ଦେବା ପାଇଁ ଯାଇଥିବା ବେଳେ ସେ ଜାଣି ନ ଥିଲେ ଯେ, ଏହାର ଲିଡ୍‌ ରୋଲ୍‌ରେ ହ୍ରିତିକ ଅଛନ୍ତି। ଏହା ଜାଣିବା ପରେ ସେ ବହୁତ ଖୁସି ହୋଇଯାଇଥିଲେ। ଏହି ଫିଲ୍ମରେ ସେ ହ୍ରିତିକଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି।

‘ସୁପର 30’  ଫିଲ୍ମ ଆରମ୍ଭରୁ ହିଁ ବିବାଦରେ ଫସି ରହିଛି।  ଏହାର ଡାଇରେକ୍ଟର ବିକାଶ ବେହେଲ ମି’ଠୁ ବିବାଦରେ ଫସି ଯାଇଥିଲେ। ହେଲେ କିଛି ଦିନ ପରେ ତାଙ୍କୁ ପ୍ରଡକ୍ସନ୍‌ ହାଉସ୍‌ ପକ୍ଷରୁ କ୍ଲିନ୍‌ ଚିଟ୍‌ ମିଳିଥିଲା।

 

 

 

Related story