ମୁଁ ମୋ ବିବାହ ପାଇଁ ବ୍ୟସ୍ତ ନାହିଁ: ଲୁଲିୟା

ମୁମ୍ବାଇ: ଦବଙ୍ଗ୍ ଷ୍ଟାର ସଲମାନଙ୍କ ବାନ୍ଧବୀ ଲୁଲିୟା ଭନ୍ତୁର ତାଙ୍କ ବିବାହକୁ ନେଇ ଟ୍ୱିଟ୍  କରିଛନ୍ତି। ସେ କହିଛନ୍ତି, “ଡିୟର ଫେଣ୍ଡସ୍, ମୋ ବିବାହ ନେଇ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଛି ତାକୁ ମୁଁ ଧ୍ୟାନ ଦେଉନି। ମୁଁ ମୋ ବିବାହ ପାଇଁ ‍ବ୍ୟସ୍ତ ନାହିଁ।” ଡିସେମ୍ବର ୨୭ ତାରିଖ ୫୧ତମ ଜନ୍ମଦିନରେ ସଲମାନ ତାଙ୍କର ବାନ୍ଧବୀ ଲୁଲିଆଙ୍କୁ ବିବାହ କରିବାକୁ ଯାଉଥିବା ଜଣାପଡ଼ିଛ। କିଛିଦିନ ହେବ ସଲମାନ୍ ତାଙ୍କ ବାନ୍ଧବୀ ଲୁଲିଆଙ୍କ ସମୟ ବିତାଉଥିବା ଜଣାପଡ଼ିଛି। […]

salman-Iulia-Vantur

salman-Iulia-Vantur

Rakesh Mallick
  • Published: Monday, 23 May 2016
  • Updated: 23 May 2016, 10:10 AM IST

ମୁମ୍ବାଇ: ଦବଙ୍ଗ୍ ଷ୍ଟାର ସଲମାନଙ୍କ ବାନ୍ଧବୀ ଲୁଲିୟା ଭନ୍ତୁର ତାଙ୍କ ବିବାହକୁ ନେଇ ଟ୍ୱିଟ୍  କରିଛନ୍ତି। ସେ କହିଛନ୍ତି, “ଡିୟର ଫେଣ୍ଡସ୍, ମୋ ବିବାହ ନେଇ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଛି ତାକୁ ମୁଁ ଧ୍ୟାନ ଦେଉନି। ମୁଁ ମୋ ବିବାହ ପାଇଁ ‍ବ୍ୟସ୍ତ ନାହିଁ।”

ଡିସେମ୍ବର ୨୭ ତାରିଖ ୫୧ତମ ଜନ୍ମଦିନରେ ସଲମାନ ତାଙ୍କର ବାନ୍ଧବୀ ଲୁଲିଆଙ୍କୁ ବିବାହ କରିବାକୁ ଯାଉଥିବା ଜଣାପଡ଼ିଛ। କିଛିଦିନ ହେବ ସଲମାନ୍ ତାଙ୍କ ବାନ୍ଧବୀ ଲୁଲିଆଙ୍କ ସମୟ ବିତାଉଥିବା ଜଣାପଡ଼ିଛି।

କିଛିଦିନ ପୂର୍ବରୁ ଲୁଲିଆଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ସଲମାନଙ୍କ ମା’ ଓ ଭଉଣୀଙ୍କ ସହ ଦେଖିବାକୁ ମିଳିଥିଲା। ସେହିପରି ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟାଙ୍କ ରିସେପ୍ସନ୍ ପାର୍ଟିରେ ସଲମାନ୍ ଓ ତାଙ୍କ ବାନ୍ଧବୀ ଲୁଲିଆଙ୍କୁ ଦେଖିବାକୁ ମିଳିଥିଲା। ପ୍ରଥମ ଥର ପାଇଁ ସଲମାନ୍ କୌଣସି ପାର୍ଟିରେ ତାଙ୍କ ବାନ୍ଧବୀକୁ ଧରି ଯାଇଥିବା ନଜରକୁ ଆସିଥିଲା।  ଶାହାରୁଖ୍ ଖାନ୍, ଅଭିଷେକ ବଚ୍ଚନଙ୍କ ସହ ୟୁଲିଆଙ୍କୁ ପରିଚୟ କରାଇଥିଲେ ସଲମାନ୍। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ସଲମାନ୍ ଖୁବଶୀଘ୍ର ଲୁଲିଆଙ୍କୁ ବିବାହ କରିବାକୁ ଯାଉଛନ୍ତି।

ଚଳିତବର୍ଷ ଶେଷ ସୁଦ୍ଧା ସଲମାନଙ୍କୁ  ବିବାହ କରାଇବାକୁ ତାଙ୍କ ମା’ ଚାହୁଁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos