ମୁଁ  ଯେବେ ବିବାହ କରିବି ଟ୍ୱିଟ୍‌ କରି ଜଣାଇବି: ସଲମାନ୍

ମୁମ୍ବାଇ: ଦବଙ୍ଗ୍ ଷ୍ଟାର ସଲମାନ ଖାନ୍ ସୋସିଆଲ ମିଡିଆରେ ତାଙ୍କ ବିବାହକୁ ନେଇ ଟ୍ୱିଟ୍‌ କରିଛନ୍ତି। ସେ କହିଛନ୍ତି, “ମୁଁ ଯେତେବେଳେ ଲୁଲିଆଙ୍କୁ ବିବାହ କରିବି ସେତେବେଳେ  ଟ୍ୱିଟ୍ ଓ ଫେସବୁକ୍  ମାଧ୍ୟମରେ ଜଣାଇଦେବି।” ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଦବଙ୍ଗ୍ ଷ୍ଟାର ରାଗିଯାଇ କହିଛନ୍ତି,“ମୋତେ ଯେତେବେଳେ ବିବାହ କରିବାକୁ ହେବ ମୁଁ କରିନେବି। ମୁଁ ଆପଣମାନଙ୍କୁ କିଛି  ଜଣାଇବା ଦରକାର ନାହିଁ।” ଡିସେମ୍ବର ୨୭ ତାରିଖ ୫୧ତମ ଜନ୍ମଦିନରେ ସଲମାନ ତାଙ୍କର ବାନ୍ଧବୀ ଲୁଲିଆଙ୍କୁ ବିବାହ କରିବାକୁ […]

salman-khan-

Rakesh Mallick
  • Published: Saturday, 21 May 2016
  • , Updated: 21 May 2016, 10:00 AM IST

ମୁମ୍ବାଇ: ଦବଙ୍ଗ୍ ଷ୍ଟାର ସଲମାନ ଖାନ୍ ସୋସିଆଲ ମିଡିଆରେ ତାଙ୍କ ବିବାହକୁ ନେଇ ଟ୍ୱିଟ୍‌ କରିଛନ୍ତି। ସେ କହିଛନ୍ତି, “ମୁଁ ଯେତେବେଳେ ଲୁଲିଆଙ୍କୁ ବିବାହ କରିବି ସେତେବେଳେ  ଟ୍ୱିଟ୍ ଓ ଫେସବୁକ୍  ମାଧ୍ୟମରେ ଜଣାଇଦେବି।”

ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଦବଙ୍ଗ୍ ଷ୍ଟାର ରାଗିଯାଇ କହିଛନ୍ତି,“ମୋତେ ଯେତେବେଳେ ବିବାହ କରିବାକୁ ହେବ ମୁଁ କରିନେବି। ମୁଁ ଆପଣମାନଙ୍କୁ କିଛି  ଜଣାଇବା ଦରକାର ନାହିଁ।”

ଡିସେମ୍ବର ୨୭ ତାରିଖ ୫୧ତମ ଜନ୍ମଦିନରେ ସଲମାନ ତାଙ୍କର ବାନ୍ଧବୀ ଲୁଲିଆଙ୍କୁ ବିବାହ କରିବାକୁ ଯାଉଥିବା ଜଣାପଡ଼ିଛି ।

କିଛିଦିନ ପୂର୍ବରୁ ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟାଙ୍କ ରିସେପ୍ସନ୍ ପାର୍ଟିରେ ସଲମାନ୍ ଓ ତାଙ୍କ ବାନ୍ଧବୀ ଲୁଲିଆଙ୍କ ଦେଖିବାକୁ ମିଳିଥିଲା। ପ୍ରଥମ ଥର ପାଇଁ ସଲମାନ୍ କୌଣସି ପାର୍ଟିରେ ତାଙ୍କ ବାନ୍ଧବୀକୁ ଧରି ଯାଇଥିବା ନଜରକୁ ଆସିଥିଲା। ସେମାନଙ୍କ ସହ ସଲମାନଙ୍କ ଭଉଣୀ ଅଲଭିରାଙ୍କୁ ମଧ୍ୟ ଥିଲେ।  ଶାହାରୁଖ୍ ଖାନ୍, ଅଭିଷେକ ବଚ୍ଚନଙ୍କ ସହ ୟୁଲିଆଙ୍କୁ ପରିଚୟ କରାଇଥିଲେ ସଲମାନ୍। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ସଲମାନ୍ ଖୁବଶୀଘ୍ର ଲୁଲିଆଙ୍କୁ ବିବାହ କରିବାକୁ ଯାଉଛନ୍ତି।

ଚଳିତବର୍ଷ ଶେଷ ସୁଦ୍ଧା ସଲମାନଙ୍କୁ  ବିବାହ କରାଇବାକୁ ତାଙ୍କ ମା’ ଚାହୁଁଛନ୍ତି।

ପ୍ରୀତିଙ୍କ ଏହି ପାର୍ଟିରେ ଶାହାରୁଖ୍ ଖାନ୍, ମାଧୁରୀ ଦୀକ୍ଷିତଙ୍କ ଭଳି ବହୁ କଳାକାର ସାମିଲ୍ ହୋଇଥିଲେ

Related story