ମୁମ୍ବାଇ: ‘ମୁବାରଙ୍କା’ରେ ଅଭିନୟ କରିଥିବା ସମସ୍ତ ଷ୍ଟାରଙ୍କୁ ନେଇ ଅକ୍ଟୋବର ମାସରେ ଏକ ସ୍ୱତନ୍ତ୍ର ଫଟୋ ସୁଟ୍ କରାଯିବ। ଏହି ଫଟୋ ସୁଟ୍ ମୁମ୍ବାଇରେ ହିଁ ହେବ।
ଖବର ମୁତାବକ ଏହି ସୁଟ୍ରେ ଅର୍ଜୁନ କପୁର, ଇଲୀଆନା ଡିକ୍ରୁଜ ଓ ଆଥିୟା ସେଟ୍ଟି ଯୋଗ ଦେଉଥିବା ବେଳେ ଅନିଲ କପୁର କିନ୍ତୁ ସାମିଲ ହୋଇପାରିବେ ନାହିଁ।
ଅନୀସ ବାଜମୀଙ୍କ ଦ୍ୱାରା ଦିର୍ଦ୍ଦେଶିତ ଏହି ଫିଲ୍ମରେ ଅନୀଲ କପୁର ଓ ଅର୍ଜନ କପୁର ଦାଦା ପୁତୁର ଭୂମିକାରେ ଅଭିନୟ କରୁଛନ୍ତି। ରିଅଲ ଲାଇଫ୍ରେ ବି ସେମାନେ ଦାଦାପୁତୁରା।
ଏହି ଫିଲ୍ମ ୨୦୧୭ ଜୁଲାଇ ୨୮ରେ ରିଲିଜ୍ ହେବାର ସୂଚନା ରହିଛି।