ରଜନୀକାନ୍ତଙ୍କୁ ସାମ୍ୱାଦିକଙ୍କ ଚେତାବନୀ: କ୍ଷମା ମାଗ ନ ହେଲେ...

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କ  ଉପରେ ବିଗିଡ଼ିଲେ ସାମ୍ବାଦିକ। କଥାଟା ଅଡୁଆ ଲାଗୁଥିଲେ ବି ସତ। କାରଣ- ଆସନ୍ତା ଶୁକ୍ରବାର ତାଙ୍କର ରିଲିଜ୍ ହେବାକୁ ଥିବା ଚଳଚ୍ଚିତ୍ର ‘କାଲା’। ତାମିଲନାଡୁର ଜଣେ ବ୍ୟକ୍ତି ଏସ୍‌ ଥିରାଭିଅମ୍‌ ନାଦରଙ୍କ ଚରିତ୍ରକୁ ଏହି ଚଳଚ୍ଚିତ୍ରରେ ଭୁଲ୍ ଢଙ୍ଗରେ ଚିତ୍ରଣ କରାଯାଇଛି ବୋଲି ଏହି ସାମ୍ବାଦିକ ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ଜଣକ ହେଉଛନ୍ତି ଏସ୍‌ ଥିରାଭିଅମ୍‌ ନାଦରଙ୍କ ପୁଅ ଜବାହାର। ସେ ରଜନୀକାନ୍ତଙ୍କୁ ଲିଖିତ କ୍ଷମା ମାଗିବା ପାଇଁ କହିଛନ୍ତି। ନୋଟିସ୍‌ […]

rajanikant

Rakesh Mallick
  • Published: Sunday, 03 June 2018
  • , Updated: 03 June 2018, 05:30 PM IST

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କ  ଉପରେ ବିଗିଡ଼ିଲେ ସାମ୍ବାଦିକ। କଥାଟା ଅଡୁଆ ଲାଗୁଥିଲେ ବି ସତ। କାରଣ- ଆସନ୍ତା ଶୁକ୍ରବାର ତାଙ୍କର ରିଲିଜ୍ ହେବାକୁ ଥିବା ଚଳଚ୍ଚିତ୍ର 'କାଲା'। ତାମିଲନାଡୁର ଜଣେ ବ୍ୟକ୍ତି ଏସ୍‌ ଥିରାଭିଅମ୍‌ ନାଦରଙ୍କ ଚରିତ୍ରକୁ ଏହି ଚଳଚ୍ଚିତ୍ରରେ ଭୁଲ୍ ଢଙ୍ଗରେ ଚିତ୍ରଣ କରାଯାଇଛି ବୋଲି ଏହି ସାମ୍ବାଦିକ ଅଭିଯୋଗ କରିଛନ୍ତି।
ଏହି ସାମ୍ବାଦିକ ଜଣକ ହେଉଛନ୍ତି ଏସ୍‌ ଥିରାଭିଅମ୍‌ ନାଦରଙ୍କ ପୁଅ ଜବାହାର। ସେ ରଜନୀକାନ୍ତଙ୍କୁ ଲିଖିତ କ୍ଷମା ମାଗିବା ପାଇଁ କହିଛନ୍ତି। ନୋଟିସ୍‌ ପାଇବାର ୩୬ଘଣ୍ଟା ମଧ୍ୟରେ ଲିଖିତ ଭାବେ କ୍ଷମା ପ୍ରାର୍ଥନା ନ କଲେ ରଜନୀକାନ୍ତଙ୍କ ନାଁରେ ସେ ୧୦୧କୋଟି ଟଙ୍କାର ମାନହାନୀ ମକଦ୍ଦମା କରିବେ ବୋଲି ଚେତାବନୀ ଦେଇଛନ୍ତି । ଜବାହାର ଅଭିଯୋଗ କରିଛନ୍ତି ଯେ ସମାଜର ଉଚ୍ଚ ଜାତିର ଲୋକଙ୍କ ସମର୍ଥନ ହାସଲ କରିବା ପାଇଁ ରଜନୀକାନ୍ତ ତାଙ୍କ ବାପାଙ୍କ ଚରିତ୍ରକୁ ଏଭଳି ଚିତ୍ରଣ କରିଛନ୍ତି।

କିଏ ଏହି ଥିରାଭିଅମ୍‌ ନାଦର ?
ସେ ତାମିଲନାଡୁର ଜଣାଶୁଣା ଚିନି ଓ ଗୁଡ ବ୍ୟବସାୟୀ ଥିଲେ। ୧୯୫୭ରେ ସେ ମୁମ୍ବାଇ ଆସି ବ୍ୟବସାୟ ଆରମ୍ଭ କରିଥିଲେ। ତାଙ୍କର ଭଲ କାମ ପାଇଁ ତାଙ୍କୁ ଲୋକେ 'ଗୁଡ୍‌ୱାଲା ସେଠ୍‌' ବା 'କାଲା ସେଠ୍‌' ବୋଲି ଡାକୁଥିଲେ। ତେବେ ସେ ବେଆଇନ୍‌ କାର୍ଯ୍ୟରେ ଲିପ୍ତ ଥିଲେ ବୋଲି ‘କାଲା’ ଫିଲ୍ମରେ ଚିତ୍ରଣ କରାଯାଇଛି। ଜବାହାର ଏହି ଅଭିଯୋଗ ଆଣିଛନ୍ତି। ଥିରାଭିଅମ୍‌ ଚରିତ୍ରରେ ରଜନୀକାନ୍ତ ଅଭିନୟ କରିଛନ୍ତି।
ରଜନୀକାନ୍ତଙ୍କ ଜବାବ
ଜବାହାରଙ୍କ ଏହି ଅଭିଯୋଗ ଉପରେ ରଜନୀକାନ୍ତଙ୍କ ଟିମ୍ କହିଛି ନୋଟିସ୍‌ ପାଇଲା ପରେ ସଠିକ୍ ଜବାବ ଦିଆଯିବ । ତେବେ ‘କାଲା’ ଫିଲ୍ମ ଥିରାଭିଅମ୍‌ ନାଦରଙ୍କ ଉପରେ ପର୍ଯ୍ୟବସିତ ନୁହେଁ।
ଏହି ଫିଲ୍ମର ଅଡିଓ ରିଲିଜ୍ ହେବା ସମୟରେ ରଜନୀକାନ୍ତ କହିଥିଲେ,“ଏଥିରେ ରାଜନୀତି ଅଛି, ମାତ୍ର ଏହା ରାଜନୈତିକ ଚଳଚ୍ଚିତ୍ର ନୁହେଁ।”
ରଜନୀକାନ୍ତଙ୍କ ପାଇଁ ବିବାଦ ନୂଆ ନୁହେଁ
ଅତୀତରେ ମଧ୍ୟ କିଛି ଘଟଣାକୁ ନେଇ ରଜନୀକାନ୍ତ ବିବାଦରେ ପଡିଛନ୍ତି। କିଛିଦିନ ପୂର୍ବରୁ ତାମିଲନାଡୁର ଷ୍ଟେରଲାଇଟ୍‌ କପର ପ୍ଲାଣ୍ଟକୁ ବନ୍ଦ କରିବା ପାଇଁ ହୋଇଥିବା ଆନ୍ଦୋଳନରେ ପୋଲିସ ଗୁଳିରେ୧୩ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମନ୍ତବ୍ୟ ଦେଇ ରଜନୀକାନ୍ତ ବିବାଦ ଘେରରେ ଛନ୍ଦି ହୋଇ ପଡିଥିଲେ। ପୋଲିସର କାର୍ଯ୍ୟାନୁଷ୍ଠାନ ଠିକ୍ ଥିଲା ବୋଲି ସେ କହିଥିଲେ। ଏହା ସହିତ ସେ କହିଥିଲେ ଯେ କିଛି ଅସାମାଜିକ ଲୋକଙ୍କ ପାଇଁ ସେମାନଙ୍କର ମୃତ୍ୟୁ ହୋଇଛି ଏବଂ ରାଜ୍ୟ ସରକାର ସେମାନଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ନିଅନ୍ତୁ।  କିଛି ଲୋକ ପୋଲିସ ପୋଷାକ ପିନ୍ଧି ଆନ୍ଦୋଳନକାରୀଙ୍କୁ ହତ୍ୟା କରିଥିଲେ ବୋଲି ସେ କହିଥିଲେ। ସବୁକଥାରେ ଆନ୍ଦୋଳନ କଲେ ନିକଟ ଭବିଷ୍ୟତରେ ତାମିଲନାଡୁ ଶ୍ମଶାନରେ ପରିଣତ ହୋଇଯିବ ବୋଲି ରଜନୀକାନ୍ତ କହିଥିଲେ। ତାଙ୍କର ଏହି ମନ୍ତବ୍ୟ କୋଟି କୋଟି ତାମିଲଙ୍କ ହୃଦୟକୁ ଆଘାତ ଦେଇଛି ବୋଲି ଏମ୍‌ଡିଏମ୍‌କେର ପ୍ରତିଷ୍ଠାତା ଭାଇକୋ କହିଥିଲେ। ପରେ ରଜନୀକାନ୍ତ ନିଜ ମନ୍ତବ୍ୟ ପାଇଁ ଦୁଃଖପ୍ରକାଶ କରିବା ସହିତ କାହାକୁ ଆଘାତ ଦେବାର ତାଙ୍କର ଉଦ୍ଦେଶ୍ୟ ନ ଥିଲା ବୋଲି କହିଥିଲେ।

Related story