ଆଦିତ୍ୟ ନାରାୟଣଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ମୁମ୍ବଇ: ନିଜ କଣ୍ଠର ଯାଦୁରେ ସାରା ଦେଶକୁ ଅଭିଭୂତ କରିଥିବା ଆଦିତ୍ୟ ନାରାୟଣଙ୍କୁ ଗିରଫ କରିଛି ପୋଲିସ। ଗୀତ ଗାଉଥିବା ଜଣେ ହ୍ୟାଣ୍ଡସମ୍‌ ସେଲିବ୍ରେଟିଙ୍କୁ ହଠାତ୍‌ କାହିଁକି ଗିରଫ କରାଗଲା ବୋଲି ମନରେ ପ୍ରଶ୍ନ ଆସୁଥିବ। ବାସ୍ତବରେ ଘଟଣା କ’ଣ ଜାଣନ୍ତି ? ଦ୍ରୁତ ଗତିରେ ଗାଡି ଚଳାଇବା ଆଦିତ୍ୟଙ୍କ ଲାଗି ମହଙ୍ଗା ପଡିଛି। ଦ୍ରୁତ ଗତିରେ ଗାଡ଼ି ଚାଳନା କରିବା ଅଧିକାଂଶ ସେଲିବ୍ରେଟିଙ୍କ ଅଭ୍ୟାସ୍‌ ହୋଇଗଲାଣି। ଏଣୁ ପୋଲିସ ସେମାନଙ୍କୁ ଶୃଙ୍ଖଳାର ପାଠ ଶିଖେଇବାକୁ ମଝିରେ […]

aditrya

Rakesh Mallick
  • Published: Wednesday, 14 March 2018
  • , Updated: 14 March 2018, 09:45 AM IST

ମୁମ୍ବଇ: ନିଜ କଣ୍ଠର ଯାଦୁରେ ସାରା ଦେଶକୁ ଅଭିଭୂତ କରିଥିବା ଆଦିତ୍ୟ ନାରାୟଣଙ୍କୁ ଗିରଫ କରିଛି ପୋଲିସ। ଗୀତ ଗାଉଥିବା ଜଣେ ହ୍ୟାଣ୍ଡସମ୍‌ ସେଲିବ୍ରେଟିଙ୍କୁ ହଠାତ୍‌ କାହିଁକି ଗିରଫ କରାଗଲା ବୋଲି ମନରେ ପ୍ରଶ୍ନ ଆସୁଥିବ। ବାସ୍ତବରେ ଘଟଣା କ’ଣ ଜାଣନ୍ତି ? ଦ୍ରୁତ ଗତିରେ ଗାଡି ଚଳାଇବା ଆଦିତ୍ୟଙ୍କ ଲାଗି ମହଙ୍ଗା ପଡିଛି।

ଦ୍ରୁତ ଗତିରେ ଗାଡ଼ି ଚାଳନା କରିବା ଅଧିକାଂଶ ସେଲିବ୍ରେଟିଙ୍କ ଅଭ୍ୟାସ୍‌ ହୋଇଗଲାଣି। ଏଣୁ ପୋଲିସ ସେମାନଙ୍କୁ ଶୃଙ୍ଖଳାର ପାଠ ଶିଖେଇବାକୁ ମଝିରେ ମଝିରେ ଏମିତି ଗୋଟେ ଗୋଟେ ମାଷ୍ଟର ଷ୍ଟ୍ରୋକ୍‌ ଖେଳିବାକୁ ବାଧ୍ୟ ହେଉଛି। ଏମିତି ଏକ ଘଟଣା କ୍ରମେ ସୋମବାର ସନ୍ଧ୍ୟାରେ ଆଦିତ୍ୟଙ୍କୁ ପୋଲିସ ଗିରଫ କରିଛି। ଦ୍ରୁତ ଗତିରେ ଗାଡି ଚାଳନା ଲାଗି ତାଙ୍କୁ ଗିରଫ କରିଛି ବରସୋବା ପୋଲିସ। ପରେ ୧୦,୦୦୦ ଟଙ୍କା ବ୍ୟକ୍ତିଗତ ବେଲ୍‌ ବଣ୍ଡରେ ତାଙ୍କୁ ଛାଡି ଦିଆଯାଇଛି।

ସୂଚନାଯୋଗ୍ୟ, ମୁମ୍ବାଇ ସ୍ଥିତ ଲୋଖନୱାଲା ଅଞ୍ଚଳରେ ଦ୍ରୁତ ଗତିରେ ଗାଡ଼ି ଚାଳାଉଥିବା ବେଳେ ଆଦିତ୍ୟଙ୍କ କାର୍‌ ଏକ ଅଟୋ ରିକ୍ସାକୁ ଧକ୍କା ଦେଇଥିଲା। ଅଟୋ ଚାଳକଙ୍କ ସମେତ ଗାଡିରେ ବସିଥିବା ଜଣେ ମହିଳା ଆହତ ହୋଇଥିଲେ। ୨ ଜଣଙ୍କୁ ଅନ୍ଧେରୀ ସ୍ଥିତ କୋକିଲାବେନ୍‌ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥାରେ ଗୁରୁତର ହେବାରୁ ସମ୍ପୃକ୍ତ ଅଟୋ ଚାଳକ ଏବେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।

Related story