କଙ୍ଗନାଙ୍କ ଡ୍ରଗ୍ସ ଲିଙ୍କ୍ ମାମଲାର ତଦନ୍ତ କରିବ ମୁମ୍ବାଇ ପୁଲିସ୍

ମୁମ୍ବାଇ: ମହାରାଷ୍ଟ୍ରଙ୍କ ସହ ମୁହାଁମୁହିଁ ହେବା ପରେ ବଲିଉଡ୍ ବିୟୁଟି କଙ୍ଗନା ରାଣାଓ୍ୱତଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଚାରି ବର୍ଷ ତଳର ଏକ ଭିଡିଓ ଇଣ୍ଟରଭ୍ୟୁକୁ ଆଧାର କରି କଙ୍ଗନା ବିରୋଧରେ ଆସିଥିବା ଡ୍ରଗସ୍ ଲିଙ୍କ ଅଭିଯୋଗର ତଦନ୍ତ କରିବା ପାଇଁ ମହାରାଷ୍ଟ୍ର ସରକାର ମୁମ୍ବାଇ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ପ୍ରଥମେ ଏହି କଥା ବିଧାନସଭାରେ ଉଠାଇଥିଲେ। ସେ କହିଥିଲେ ଯେ କଙ୍ଗନା କୋକେନ ଭଳି ଡ୍ରଗସ ନେଉଥିବା […]

kangana

Manoranjan Sial
  • Published: Friday, 11 September 2020
  • , Updated: 11 September 2020, 03:24 PM IST

ମୁମ୍ବାଇ: ମହାରାଷ୍ଟ୍ରଙ୍କ ସହ ମୁହାଁମୁହିଁ ହେବା ପରେ ବଲିଉଡ୍ ବିୟୁଟି କଙ୍ଗନା ରାଣାଓ୍ୱତଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଚାରି ବର୍ଷ ତଳର ଏକ ଭିଡିଓ ଇଣ୍ଟରଭ୍ୟୁକୁ ଆଧାର କରି କଙ୍ଗନା ବିରୋଧରେ ଆସିଥିବା ଡ୍ରଗସ୍ ଲିଙ୍କ ଅଭିଯୋଗର ତଦନ୍ତ କରିବା ପାଇଁ ମହାରାଷ୍ଟ୍ର ସରକାର ମୁମ୍ବାଇ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ପ୍ରଥମେ ଏହି କଥା ବିଧାନସଭାରେ ଉଠାଇଥିଲେ। ସେ କହିଥିଲେ ଯେ କଙ୍ଗନା କୋକେନ ଭଳି ଡ୍ରଗସ ନେଉଥିବା କଥା ଏକଦା ତାଙ୍କ ବୟଫ୍ରେଣ୍ଡ ଥିବା ଅଭିନେତା ଅଧ୍ୟୟନ ସୁମନ 2016ରେ ଏହି ଟିଭି ଇଣ୍ଟରଭ୍ୟୁରେ କହିଥିଲେ। ଏହି ଇଣ୍ଟରଭ୍ୟୁକୁ ଗୃହରେ ମଧ୍ୟ ଉପସ୍ଥାପିତ କରାଯାଇଥିଲା। ପରେ ଏହି ଇଣ୍ଟରଭ୍ୟୁ ଆଧାରରେ ମହାରାଷ୍ଟ୍ର ସରକାର ଏହି ଅଭିଯୋଗର ତଦନ୍ତ ପାଇଁ ମୁମ୍ବାଇ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମାମଲାର ତଦନ୍ତ ପାଇଁ ମୁମ୍ବାଇ ପୁଲିସ ପକ୍ଷରୁ ଏଯାଏ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ। କୁହାଯାଉଛି ମୁମ୍ବାଇ ପୁଲିସ ଏହାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଢ଼ିପାପେ ଅଥବା ନିଜ ଅଧୀନରେ ଥିବା ଆଣ୍ଟି ଡ୍ରଗସ୍ ସ୍କ୍ୱାର୍ଡକୁ ଦାୟିତ୍ୱ ଦେଇପାରେ। ତେବେ ଏହାର ତଦନ୍ତ ଆରମ୍ଭ ହେଲେ ଜେରା ପାଇଁ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତଙ୍କୁ ପ୍ରଥମେ ନୋଟିସ୍ କରିବ।

ଅନ୍ୟପକ୍ଷରେ ଏହି ଇଣ୍ଟରଭ୍ୟୁକୁ ନେଇ ଅଭିନେତା ଅଧ୍ୟୟନ ସୁମନ କହିଛନ୍ତି ଯେ ତାଙ୍କୁ ଏଥିରେ ଯୋଡ଼ା ନଯାଉ। ସେ ଏବେ କଙ୍ଗନାଙ୍କ ସହ ସଂପର୍କରେ ନାହାନ୍ତି କି ଭଭିଷ୍ୟତରେ ମଧ୍ୟ ରହିବେ ନାହିଁ। ସୂଚନାଯୋଗ୍ୟ, ବଳିଉଡର ଭେଟେରାନ୍ ଅଭିନେତା ଶେଖର ସୁମନଙ୍କ ପୁଅ ଅଧ୍ୟୟନଙ୍କର ଗତ କିଛି ବର୍ଷ ତଳେ କଙ୍ଗନାଙ୍କ ଆଫେୟାର୍ସ ଥିଲା। ଏହା ପରେ ଅଧ୍ୟୟନ ଏକ ସାକ୍ଷାତକାରରେ ଅଧ୍ୟୟନ କହିଥିଲେ ଯେ କଙ୍ଗନା ଡ୍ରଗସ ନିଅନ୍ତି ଏବଂ ତାଙ୍କୁ ମଧ୍ୟ ଡ୍ରଗସ ନେବାକୁ ସେ ବାଧ୍ୟ କରୁଥିଲେ।

Related story